ପ୍ରେମରେ ଆଲିଙ୍ଗନର ମହତ୍ୱ ! ଜାଣନ୍ତୁ ପ୍ରେମୀଯୁଗଳଙ୍କ ମନର କଥା

249

ପ୍ରେମ ସତରେ ମତୁଆଲା କରିଦିଏ । ପ୍ରେମର ସଂଜ୍ଞା ଆଜି ପର୍ଯ୍ୟନ୍ତ କେହି ବୁଝିପାରିନାହାଁନ୍ତି । ପ୍ରେମରେ ପଡିଥିବା ବ୍ୟକ୍ତିର ମନ ଭିତରେ ଅନେକ ଭାବନା ଜାଗ୍ରତ ହୁଏ । ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ “ହଗ୍-ଡେ’ ଭାବରେ ପାଳନ କରାଯାଇଥାଏ ।

ପ୍ରେମିକ ଆଉ ପ୍ରେମିକାଙ୍କର ଆଲିଙ୍ଗନ ର ମୁହୂର୍ତ ସତରେ ମନକୁ ରୋମାଂଚିତ କରେ ପୁଲକିତ କରେ । “ହଗ୍-ଡେ’ରେ ପ୍ରେମୀ ଯୁଗଳ ନିଜର ଆବେଗକୁ ପ୍ରକାଶ କରିବା ସହିତ ପରସ୍ପର ପ୍ରତି ବିଶ୍ୱାସନୀୟତା, ପବିତ୍ରତା, ଏବଂ ଭରସାକୁ ନିଜ ପ୍ରେମ ମାଧ୍ୟମରେ ଦର୍ଶାଇଥାନ୍ତି । ଏହି ଦିନର ନିଜର କିଛି ସ୍ୱତନ୍ତ୍ରତା ରହିଛି ।

ଆଲିଙ୍ଗନ ମାନେ ଆପଣଙ୍କ ଜଣଙ୍କ ପ୍ରତି ପ୍ରେମ, ଭଲପାଇବାକୁ ବୁଝାଯାଇଥାଏ । କିନ୍ତୁ ଧୀରେ ଧୀରେ ଏହା ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତୀ ହୋଇ ଭାଲେଣ୍ଟାଇନ୍ ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ପାଳନ କରାଯାଉଛି ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ପାଇଁ ଆଲିଙ୍ଗନର କେତେ ମହତ୍ୱ ତାହା ସମସ୍ତେ ଜାଣନ୍ତି, କିନ୍ତୁ ଆପଣମାନେ ଆପଣଙ୍କ ପ୍ରେମିକାକୁ କେମିତି ଆଲିଙ୍ଗନ କଲେ ସେ ଖୁସି ହୋଇଯିବେ ଆସନ୍ତୁ ଜାଣିବା କିଛି କଥା ।

୧- ପ୍ରେମ ଏମିତି ଏକ ଭାବନା, ଯାହା ସବୁବେଳେ ସଙ୍ଗୀତର ରାଗ ଭଳି ମନ ମଧ୍ୟରେ ପ୍ରଭାବିତ ହୋଇଥାଏ ।
୨- ଆଲିଙ୍ଗନର ଅନୁଭବ କିଛି ନିଆରା, ଆପଣ ଆପଣଙ୍କ ପ୍ରେମିକାକୁ ଯେମିତି ଆଲିଙ୍ଗନ କରିବେ, ତାର ପ୍ରତିଦାନରେ ମଧ୍ୟ ସେମିତି ଆଲିଙ୍ଗନ ପାଇବେ ।
୩- ଆଲିଙ୍ଗନର ସ୍ପର୍ଶ ଶରୀରରେ ଏମିତି କିଛି ଶିହରଣ ଖେଳାଏ ମନ ଓ ଆତ୍ମା ଏକାକାର ହୋଇଯାଏ । ଆଉ ଆପଣ ମଧ୍ୟ ଆପଣଙ୍କ ପ୍ରେମିକାର ବାହୁବନ୍ଧନରେ ନିଜକୁ ଦୁନିଆର ସବୁଠୁ ଖୁସି ବ୍ୟକ୍ତି ଭାବିପାରିବେ ।
୪- ପ୍ରେମର ସନ୍ତକ ହିସାବରେ ଆଲିଙ୍ଗନକୁ ନିଆଯାଏ । ନିଜର ପ୍ରିୟତମ ବ୍ୟକ୍ତିଙ୍କୁ ଆପଣ ଆଲିଙ୍ଗନ କଲାବେଳେ ଦୁନିଆର ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି ଭାବରେ ନିଜକୁ ଭାବିବେ ।
୫- ଆଲିଙ୍ଗନ କରିବା ବେଳେ ମନରେ ଆଉ କିଛି ଭାବନା ରଖନ୍ତୁ ନାହିଁ । ଏହା ଆପଣଙ୍କ ସାଥୀକୁ ପ୍ରତିକୂଳ ସଙ୍କେତ ଦେଇପାରେ ।