ଏଣିକି କ୍ୟାନ୍ସର ପାଇଁ ଆଉ ଜିବନି ଜୀବନ ! ଛତିଶଗଡ ମମତା ଆଣିଲେ ନୂଆ ଆବିଷ୍କାର ।

116

କ୍ୟାନ୍ସର ଭଳି ମରଣାନ୍ତକ ରୋଗରେ ବହୁ କମ୍ ଲୋକ ବଞ୍ôଚବାର ସୌଭାଗ୍ୟ ଲାଭ କରୁଥିବା ବେଳେ କିଛି ଲୋକ ସମୟ ପୂର୍ବରୁ ରୋଗର ଆଭାସ ନ ପାଇ ଅବହେଳା କରି ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାର କାରଣ କ୍ୟାନ୍ସରର ହାନିକାରକ ସେଲ୍ସଗୁଡିକ ଶରୀରରେ ଦ୍ରୁତ ଗତିରେ ପ୍ରବାହିତ ହୋଇଥାଏ । ଯାହାଦ୍ୱାରା ଜୀବନ ଯିବାର ସମ୍ଭାବନା ଅଧିକ ବଢିଯାଏ ଏବଂ କିଛି ବୁଝିବା ପୂର୍ବରୁ ହିଁ ପାଖରେ ସମୟର ଅଭାବ ଦେଖାଯାଏ ।

କିନ୍ତୁ ଛତିଶଗଡର ରାୟପୁରଠାରେ ରହୁଥିବା ମମତା ତ୍ରିପାଠୀ ନାମକ ଜଣେ ଗବେଷକ ଏହି ରୋଗକୁ କମ୍ କରିବାକୁ ଔଷଧ ବାହାର କରିସାରିଛନ୍ତି । କର୍କଟ ରୋଗରେ କୌଣସି ମେଡିସିନ୍ ନଥିବା ଯୋଗୁଁ ଏଥିରେ ବହୁ ଲୋକ ନିଜ ଜୀବନ ହାରିଥାନ୍ତି । କିନ୍ତୁ ମମତାଙ୍କର ଏହି ରିସର୍ଚ୍ଚ କର୍କଟ ପୀଡିତଙ୍କ ଜୀବନ ରକ୍ଷା କରିପାରିଲେ ତାଙ୍କ ପାଇଁ ବଡ କଥା ଆଉ କିଛି ହୋଇନପାରେ ।

ମମତାଙ୍କ କହିବାନୁସାରେ,ଏହି ଗବେଷଣାକୁ ପ୍ରଥମେ ମୂଷାଙ୍କ ଉପରେ ପରୀକ୍ଷଣ କରାଯାଇଥିଲା ଏବଂ ସେ ପୁନଶ୍ଚ ଏହାକୁ ମୂଷାଙ୍କ ଉପରେ ପରୀକ୍ଷଣ କରିଦେଖିବେ ଯେ ତାଙ୍କ ଗବେଷଣାର ପ୍ରଭାବ ମୂଷାଙ୍କ ଉପରେ ପଡୁଛି କି ନାହିଁ । ୪-୫ବର୍ଷର କଠିନ ପରିଶ୍ରମରେ ସେ ଏହି ଗବେଷଣାରେ ସଫଳତା ପ୍ରାପ୍ତ କରିଛନ୍ତି । ଏହା ଶରୀରରେ ଥିବା ୭୦ ରୁ ୮୦ ପ୍ରତିଶତ କ୍ୟାନସର୍ ସେଲକୁ ନଷ୍ଟ କରିବାରେ ସହାୟକ ହେବ ।