ଆଜି ହେଉଛି ଆଧାରକୁ ପ୍ୟାନ୍ ସହ ଲିଙ୍କ୍ କରିବାର ଶେଷ ତାରିଖ ! ଜାଣନ୍ତୁ ଲିଙ୍କ୍ କରିବାର ୫ ଗୋଟି ପ୍ରକ୍ରିୟା ।

61

ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ଭଳି ଏବେ ଆୟକର ପରମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର(ପ୍ୟାନ୍) କାର୍ଡ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ କରିବା ଅନିବାର୍ଯ୍ୟ ହୋଇପଡିଛି । ଯଦି ଆପଣ ମଧ୍ୟ ନିଜ ପ୍ୟାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରାଇ ନାହାନ୍ତି । ତେବେ ଆପଣଙ୍କ ପାଇଁ ଆଜି ଦିନକ ପାଇଁ ସମୟ ରହିଛି । ପ୍ୟାନ୍ ସହ ଆଧାରକୁ ସଂଯୋଗ କରିବାର ଆଜି ହେଉଛି ଶେଷ ତାରିଖ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ପ୍ୟାନ-ଆଧାର ସୀମା ଡିସେମ୍ବର ୩୧ରୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଘୁଞ୍ଚା ଯାଇଥିଲା । କେବଳ ପ୍ୟାନ୍ ସହ ନୁହେଁ ବରଂ ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍, ବୀମା ପଲିସ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗ ନେଇ ୩୧ ତାରିଖ ପର୍ୟ୍ୟନ୍ତ ଅବଧି ଥିବା ସରକାର ଘୋଷଣା କରିଥିଲେ । ପୂର୍ବରୁ ଆଧାର ସଂଯୋଗକୁ ବିରୋଧ କରି ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏକ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ମୋବାଇଲ୍ ନମ୍ବର, ବ୍ୟାଙ୍କ୍ ଆକାଉଣ୍ଟ୍, ବୀମା ପଲିସ୍ ଆଦିରେ ଆଧାର ସଂଯୋଗକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଆଜି ହେଉଛି ଏହାର ଶେଷ ତାରିଖ ।

ତେବେ ଆଜି ଆମେ ଆପଣଙ୍କୁ କିଭଳି ଭାବେ ପ୍ୟାନ୍ ସହ ଆଧାରକୁ ଲିଙ୍କ୍ କରିବେ ତାହା ୫ ଟି ପ୍ରକ୍ରିୟାରେ କହିବୁ ।

୧. ପ୍ରଥମେ https://incometaxindiaefiling.gov.in/e-Filing/Services/LinkAadhaarPrelogin.html ଲିଙ୍କକୁ ଖୋଲନ୍ତୁ ।

୨. ଏହି ଲିଙ୍କ୍ ଉପରେ ଆପଣ କ୍ଲିକ୍ କରିବା କ୍ଷଣି ଆପଣ ପ୍ୟାନ୍ ଆଧାର ଲିଙ୍କ୍ କରିବାର ସବୁ ପ୍ରକ୍ରିୟା ଜାଣିପାରିବେ ।

୩. ଡିଟେଲ୍ ଏଣ୍ଟର କରୁଥିବା ସମୟରେ ମନେରଖନ୍ତୁ କିି ଆପଣଙ୍କ ଆଧାରକାର୍ଡରେ ଯଦି ଜନ୍ମତିଥି ଅନୁସାରେ କେବଳ ବର୍ଷ ଲେଖଯାଇଥିବ ତେବେ ଆପଣଙ୍କୁ ସେଠାରେ ‘I have only year of birth in Aadhar card’ କୁ ସିଲେକ୍ଟ କରିବେ ।

୪. ଏହାପରେ captchaଏଣ୍ଟର କରନ୍ତୁ । ଆପଣ ‘Request OTP’ ର ବିକଳ୍ପ ମଧ୍ୟ ଚୟନ କରିପାରିବେ । ଏହା ଉପରେ କ୍ଲିକ୍ କରିବା ପରେ ଆପଣଙ୍କୁ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ । ଆପଣଙ୍କ ମୋବାଇଲରେ ଏହାର ଓଟିପି ଆସିଯିବ ।

୫. ଏଭଳି ପ୍ରକ୍ରିୟାରେ  captcha ବା ‘Request OTP’ ଏଣ୍ଟର କରିବା ପରେ ପ୍ୟାନ୍ ଏବଂ ଆଧାର ଲିଙ୍କ୍ ମେସେଜ୍ ଆପଣଙ୍କ ସାମ୍ମାକୁ ଚାଲିଆସିବ । ଏହି ଉପାୟରେ ଆପଣଙ୍କ ଆଧାର କାର୍ଡ ପ୍ୟାନ୍ ସହ ଲିଙ୍କ୍ ହୋଇଯିବ ।