ଅଲଗା ହେଲା ପରେ ମଧ୍ୟ କମ୍ ହୋଇନି ସୁଜୈନ ଓ ହ୍ରିତିକ ରୋଶନଙ୍କ ଭଲ ପାଇବା !

41

ହ୍ରିତିକ୍ ରୋଶନ ଓ ସୁଜୈନ ଅଲଗା ହୋଇସାରିଛନ୍ତି । କିନ୍ତୁ ଯେବେ ବି ଉଭୟ ସାକ୍ଷାତ କରନ୍ତି, ସେମାନେ ଅଲଗା ହୋଇଥିବା କଥା କେହି ଅନୁଭବ କରିପାରନ୍ତି ନାହିଁ । ଅଲଗା ହେବା ପରେ ମଧ୍ୟ ଆଜି ସେମାନେ ଭଲ ବନ୍ଧୁ । ନିକଟରେ ପୁଣି ଥରେ ଉଭୟେ ଏକାଠି ନଜର ଆସିଛନ୍ତି । ଅଲଗା ହେବା ପରେ ମନାନ୍ତର ଓ ମତାନ୍ତର ହେବା ସ୍ୱଭାବିକ । କିନ୍ତୁ ଅଲଗା ହେବା ପରେ ମଧ୍ୟ ଉଭୟଙ୍କର ମଧ୍ୟରେ ଆଲୁମିନିକୁ ନେଇ କିମ୍ବା ପିଲାଙ୍କ ଦାୟିତ୍ୱ ନେଇ କେବେ ଝଗଡ଼ା ହୋଇନି ।

 

 

 

 

 

 

ଅଲଗା ହେବା ପରେ ଝଗଡ଼ା ଏକ ସାଧାରଣ କଥା । କିନ୍ତୁ ହ୍ରିତିକ ରୋଶନ ଓ ସୁଜୈନଙ୍କ ମଧ୍ୟରେ ଝଗଡ଼ା କେବେ ସାର୍ବଜନୀନ ହୋଇନି । ଅଲଗା ହେବା ପରେ ମଧ୍ୟ ପିଲାଙ୍କ ସହ ପରିବାର ସହ ଉଭୟେ ଏକାଠି ଛୁଟି କାଟିବା ପାଇଁ ଯାଆନ୍ତି । ନିକଟରେ ହ୍ରିତିକ ରୋଶନ, ସୁଜୈନଙ୍କ ଜନ୍ମଦିନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ । ନିକଟରେ ମୁମ୍ବାଇରେ ଓପେରା ହାଉସକୁ ଏକ ପ୍ଲେ ଦେଖିବା ପାଇଁ ଉଭୟେ ପହଞ୍ଚିଥିଲେ , ସେତେବେଳେ ବି ଉଭୟ ଉଭୟଙ୍କୁ ଆଲିଙ୍ଗନ କରିଥିଲେ ।

ବିଗତ ଦିନରେ କଙ୍ଗନା ରାଣାୱତ୍ ଓ ହ୍ରିତିକ ରୋଶନଙ୍କ ମଧ୍ୟରେ ହୋଇଥିବା ବିବାଦରେ ହ୍ରତିକ ଶେଷ ପର୍ଯ୍ୟନ୍ତ ମୁହଁ ବନ୍ଦ ରଖିଥଲେ । କିନ୍ତୁ ଏହି ବିବାଦରେ ସୁଜୈନ, ହ୍ରିତିକଙ୍କ ସମର୍ଥନ କରିଥିଲେ । ବର୍ତ୍ତମାନ ହ୍ରିତିକ ରୋଶନ ଏକ ବାୟୋପିକ ସିନେମାରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ ଧର୍ମା ପ୍ରଡ଼କ୍ସନ ସହ ଏକ ସିନେମା କରିବେ । ଅନ୍ୟପଟେ ସୁଜୈନ ନିଜର ଇଣ୍ଟେରିୟର ଡିଜାଇନିଂ କାମରେ ବ୍ୟସ୍ତ ଅଛନ୍ତି । ତାଙ୍କୁ ପ୍ରାୟ ଗୌରୀ ଖାନଙ୍କ ସହ ଏକାଠି ଦେଖିବାକୁ ମିଳେ ।