ପ୍ରଭାସ୍ ନୁହେଁ ହ୍ରିତିକ୍ ହୋଇଥାନ୍ତେ ବାହୁବଳୀ ! ହେଲେ କାହିଁକି ହାତଛଡା ହେଲା ସିନେମା . . ପଢନ୍ତୁ ଏହି ରିପୋର୍ଟ

53

ବାହୁବଳୀ ସିନେମା ପରେ ଏବେ ଘରେ ଘରେ ପରିଚିତ ତଥା ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି ପ୍ରଭାସ୍ । ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଛି ବାହୁବଳୀ । ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ବାହୁବଳୀ ହେଉଛି ପ୍ରଥମ ଯାହା ୧୦୦୦ କୋଟି କ୍ଲବରେ ସାମିଲ୍ ହୋଇଛି । ତେବେ କଣ ଆପଣ ଜାଣନ୍ତି ବାହୁବଳୀ ପାଇଁ ନିର୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ହ୍ରିିତିକ୍ ରୋଶନ୍ ।

ମିଡିଆ ରିପୋର୍ଟ ମୂତାବକ , ନିର୍ମାତା ଓ ନିର୍ଦେଶକ ଏସ୍ ଏସ୍ ରାଜାମୌଲୀ ବାହୁବଳୀ ଏବଂ ଭଲ୍ଲାଲ୍ ଦେବ ଭୂମିକା ପାଇଁ ପ୍ରଥମେ ହ୍ରିତିକ୍ ରୋଶନ୍ ଏବଂ ଜନ୍ ଅବ୍ରାହମଙ୍କୁ ପସନ୍ଦ କରିଥିଲେ । ଏପରିକି ରାଜାମୌଲୀ ଉଭୟ ଅଭିନେତାଙ୍କୁ ସ୍କ୍ରିପ୍ଟ୍ ବିଷୟରେ କଥା ହେବାକୁ ସେମାନଙ୍କ ଠାରୁ ସମୟ ମଧ୍ୟ ମାଗିଥିଲେ । ହେଲେ ନା ହ୍ରିତିକ୍ ନା ଜନ୍ କେହି ମଧ୍ୟ ଆଗ୍ରହ ପ୍ରକାଶ କରିନଥିଲେ । ତେଣୁ ରାଜାମୌଲୀ ପ୍ରଭାସ ଏବଂ ରାଣା ଦଗୁବତୀଙ୍କୁ ସିନେମା କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ଯଦି ଏହି ରିପୋର୍ଟ ସତ ହୋଇଥାଏ ତେବେ ସିନେମାର ସଫଳତା ଦେଖି ଉଭୟ ହ୍ରିତିକ୍ ଏବଂ ଜନ୍ ନିଶ୍ଚୟ ଭାବରେ ପଶ୍ଚାତାପ କରୁଥିବେ ।