ବିବାଦ ପଛର କାହାଣୀ

28

ବଲିଉଡ କ୍ରିସ୍ ଓ କୁଇନଙ୍କ ବିବାଦକୁ ନେଇ ଆସିଛି ନୂଆ ଖବର । ଏମାନଙ୍କ ବିବାଦ ପଛରେ ରହିଛି ଫର୍ଜି ଇମେଲ ଆକାଉଂଟ । ଏବେ ଏହି ଖବର ଖୁଲାସା କରିଛି ମୁମ୍ବାଇ ପୁଲିସ । ଆମେରିକାର ଜଣେ ଅଚିହ୍ନା ବ୍ୟକ୍ତି ହ୍ରିତିଙ୍କ ନାଁରେ ଫର୍ଜି ଇମେଲ ଆଇଡି ପ୍ରସ୍ତୁତ କରିବା ସହ ଆପତ୍ତତିଜନକ ଟିପ୍ପଣୀ ଦେଇଛନ୍ତି । କଙ୍ଗନାଙ୍କ ସହ ଇମେଲ ମାଧ୍ୟମରେ କଥାବାତର୍ତ୍ତା କରିଛନ୍ତି ଅଚିହ୍ନା ବ୍ୟକ୍ତିଜଣଙ୍କ । କଙ୍ଗନାଙ୍କ ସହ ହ୍ରିତିକି କେବେବି ସୋସିଆଲ ମିଡିଆ ମାଧ୍ୟମରେ କଥା ହୋଇନଥିବା ପ୍ରକାଶ କରିଥିବା ବେଳେ କଙ୍ଗନା କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ହ୍ରିତିକ ତାଙ୍କ ସହ ରୀତିମତ ସୋସିଆଲ ମିଡିଆରେ କଥା ହୁଅନ୍ତି ବୋଲି କଙ୍ଗନା ନିଜ ବୟାନ ଦେଇଥିଲେ । ହ୍ରିତିକିଙ୍କ ସହ ମୁମ୍ବାଇ ସାଇବର ପୁଲିସ ଘଟଣା ଯାଂଚ ଜାରି ରଖିଥିବାବେଳେ ଏବେ ଏହି କଥାର ଖୁଲାସା କରିଛି ।