କଙ୍ଗନା ରାଣାୱତଙ୍କ ଖୁଲାସା ! ଅଭିନୟ ଜୀବନ ନଷ୍ଟ କରିବା ପାଇଁ ହ୍ରିତିକ ରୋଶନ କରିଥିଲେ ଚେଷ୍ଟା

52

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ଏକ ସାକ୍ଷାତକାରରେ ସେ କହିଛନ୍ତି ହ୍ରିତିକ ରୋଶନ ତାଙ୍କର ଅଭିନୟ ଜୀବନକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ଏହାସହ ସେ କହିଛନ୍ତି ସିନେ ଜଗତର ଲୋକମାନେ ତାଙ୍କ ଫାଖକୁ ଫୋନ କରି କହୁଥିଲେ ହ୍ରିତିକ ତାଙ୍କ ବିରୋଧରେ ପ୍ରମାଣ ଦଖାଇଛନ୍ତି । କିନ୍ତୁ କଙ୍ଗନା ଏକଥାକୁ ଭ୍ରୁକ୍ଷେପ ନକରି ପେଶାଦାର ଜୀବନ ନେଇ ବ୍ୟସ୍ତ ରହିଥିଲେ । ହ୍ରିତିକଙ୍କ ଶତଚେଷ୍ଟା ସତ୍ୱେ ମଧ୍ୟ ତାଙ୍କର ପେଶାଦାର ଜୀବନ ଉପରେ କୌଣସି ପ୍ରଭାବ ପଡି ନଥିଲା ଓ ସେ ଏବେ ସଫଳତାର ଶୀର୍ଷରେ ଅଛନ୍ତି ବୋଲି କଙ୍ଗନା ପ୍ରକାଶ କରିଛନ୍ତି । କଙ୍ଗନା ତାଙ୍କର ସଫଳତାର ସିକ୍ରେଟ ଶେୟାର କରି କହିଛନ୍ତି ମୋର ବଲିଉଡରେ ଅଧିକ ବନ୍ଧୁ ନାହାନ୍ତି, ଏଥିପାଇଁ ଆଜି ମୁଁ ବେଶ ସଫଳ ।