ହ୍ରିତିକ୍ ରୋଶନ କଲେ ଖୁଲାସା ! ଅଧା ରାତିରେ ତାଙ୍କ କକ୍ଷକୁ ଆସିଥିଲେ କଙ୍ଗନା ରାଣାୱତ୍

39

ବଲିଉଡ଼ କ୍ୱିନ୍ କଙ୍ଗନା ରାଣାୱତ୍ ଓ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ ରୋଶନଙ୍କ ସମ୍ପର୍କ ନେଇ ସବୁବେଳ ଚର୍ଚ୍ଚା ଲାଗି ରହିଛି । ଏନେଇ ସବୁବେଳେ କିଛି ନା କିଛି ଖବର ଆସୁଛି । ସୁୁପରହିରୋ ହ୍ରିତିକ୍ ରୋଶନ୍ ନ୍ୟୁଜ୍ ଚ୍ୟାନେଲ ରିପବ୍ଲିକର ଆଙ୍କର ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ କଙ୍ଗନାଙ୍କ ସମ୍ମନ୍ଧରେ ଖୋଲିକି କଥାବାର୍ତ୍ତ କରିଛନ୍ତି । ହ୍ରିତିକ୍ ସଫା ସଫା କହିଛନ୍ତି କଙ୍ଗନାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ଅର୍ଣ୍ଣବ ହ୍ରିତିକଙ୍କୁ ପ୍ରଥମ ପ୍ରଶ୍ନ ପଚାରିଥିଲେ ‘କଙ୍ଗନା ଅଭିଯୋଗ କରିଥିଲେ ପ୍ୟାରିସରେ ତାଙ୍କୁ ଆପଣ ପ୍ରୋପଜ୍ କରିଥିଲେ ଏବଂ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ମଧ୍ୟ ଲିକ୍ କରିଥିଲା । ଏହି ପ୍ରଶ୍ନର ଜବାବରେ ହ୍ରିତିକ କହିଥିଲେ ମୁଁ ବହୁତ ସହିଲି, ଆଉ ନୁହେଁ । ଏନେଇ କୌଣସ ପ୍ରତିକ୍ରିୟା ପ୍ରକାଶ ନକରିବା ପାଇଁ ମୋତେ ପୂର୍ବରୁ ପରାମର୍ଶ ଦିଆଯାଇଥିଲା । ହ୍ରିତିକ୍ ରୋଶନ କହିଛନ୍ତି ସେ ‘କାଇଟସ’ର ସିନେମା ସୁଟିଂ ସମୟରେ ପ୍ରଥମ ଥର ପାଇଁ କଙ୍ଗନାଙ୍କୁ ଭେଟିଥିଲେ । ଆଉ ସେହି ସମୟରେ ଉଭୟ ଭଲ ବନ୍ଧୁ ଥିଲୁ ।

Hritik & kanganaହ୍ରିତିକ୍ ରୋଶନ ଅର୍ଣ୍ଣବଙ୍କୁ କହିଛନ୍ତି, କଙ୍ଗନାଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ସେ କହିଛନ୍ତି ‘କ୍ରିସ ୩’ ସିନେମାର ସୁଟିଂ ସେଟରେ କିଛି ଭୁଲ ବୁଝାମଣା ହୋଇଥିଲା । ଯେଉଁଥିପାଇଁ ସେ ମୋ ଉପରେ ଏପରି ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି କଙ୍ଗନା ସବୁବେଳେ ତାଙ୍କୁ ଟ୍ରେନିଂର ଭିଡ଼ିଓ ପଠାନ୍ତି ଓ ଏହାର ଫିଡ଼ବ୍ୟାକ୍ ଦିଅନ୍ତି ହ୍ରିତିକ୍ । ଏହା ବ୍ୟତୀତ ହ୍ରିତିକ୍ କହିଛନ୍ତି ଜାର୍ଡ଼ନରେ ସିନେମା ‘କ୍ରିସ ୩’ର ଏକ ପାର୍ଟିରେ କଙ୍ଗନା ତାଙ୍କୁ ପଚାରିଥିଲେ ସିନମାକୁ ବାଦ ଦେଲେ ତାଙ୍କ ଜୀବନରେ ତାଙ୍କର ସ୍ଥାନ କ’ଣ?

କିନ୍ତୁ ଏକଥାର ଜବାବ ନଦେଇ ସକାଳେ ଏନେଇ କଥା ହେବା ବୋଲି କହିଥିଲେ ହ୍ରିତିକ୍ । ହ୍ରିତିକ୍ ଆଗକୁ କହିଛନ୍ତି ସେହିଦିନ କଙ୍ଗନା ଅଧାରାତିରେ ତାଙ୍କ କକ୍ଷକୁ ଆସି କବାଟ ବାଡ଼େଇଥିଲେ । କିନ୍ତୁୁ ହ୍ରିତିକ୍ ତାଙ୍କ ଆସିଷ୍ଟାଂଟକୁ କହି କଙ୍ଗନାକୁ ଫେରି ଯିବାର ପାଇଁ କହିଥିଲେ । ତା’ପର ଦିନ କଙ୍ଗନାଙ୍କ ଉଭଣୀ ରଙ୍ଗୋଲୀ ଆସି କଙ୍ଗନାଙ୍କ ଏପରି ବ୍ୟବହାର ପାଇଁ ହ୍ରିତିକଙ୍କୁ କ୍ଷମା ମଧ୍ୟ ମାଗିଥିଲେ । କଙ୍ଗନାଙ୍କ ସହ ଏକୁୁଟିଆ ସାକ୍ଷାତ କରିବାର ପ୍ରଶ୍ନ ଉପରେ ହ୍ରିତିକ୍ ଜୋର ଦେଇ କହିଛନ୍ତ, ସେ ଏବେ ପର୍ଯ୍ୟନ୍ତ ଏକୁୁଟିଆ କଙ୍ଗନାଙ୍କୁ ସାକ୍ଷାତ କରିନାହାନ୍ତି । ତେବେ ଏଇଠି ଦେଖିବାକୁ ବାକି ରହିଲା ହ୍ରିତିକଙ୍କ ଏହି କଥାରେ କ’ଣ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି କଙ୍ଗନା ।