ଅଭିନେତା ରିତିକ୍ ରୋଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ! ମୁସଲମାନ୍ ଯୁବକଙ୍କୁ ଭଲପାଉଥିବାରୁ ରିତିକଙ୍କ ଭଉଣୀ ସୁନୈନାଙ୍କୁ ଘରେ ଦିଆଯାଉଛି ନିର୍ଯାତନା

651

ମଙ୍ଗଳବାର ଟୁଇଟ୍ କରି ବଲିଉଡ୍ ଅଭିନେତା ରିତିକ୍ ରୋଶନଙ୍କ ଭଉଣୀ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଟୁଇଟରେ ସେ କଙ୍ଗନାଙ୍କୁ ସମର୍ଥନ କରୁଥିବା କଥା ଲେଖିବା ପରେ ଚାରିଆଡ଼େ ଚହଳ ପଡ଼ି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ବୁଧବାର କଙ୍ଗନାଙ୍କ ଭଉଣୀ ଆଉ ଏକ ଚାଞ୍ଚଲ୍ୟକର ଟୁଇଟ୍ କରିଛନ୍ତି । ରିତିକଙ୍କ ଭଉଣୀ ସୁନୈନାଙ୍କୁ ତାଙ୍କ ଘରେ ଶାରୀରିକ ଏବଂ ମାନସିକ ସ୍ଥରରେ ନିର‌୍ୟ୍ୟାତନା ଦିଆଯାଉଥିବା ଲେଖିଛନ୍ତି ରଙ୍ଗୋଲି ଚନ୍ଦେଲ ।

ଟୁଇଟରେ, ସୁନୈନା ରୋଶନ କଙ୍ଗନାଙ୍କୁ ସାହାଯ୍ୟ ମାଗୁଛନ୍ତି । ସୁନୈନା ଜଣେ ମୁସଲିମ୍ ଯୁବକଙ୍କ ଭଲ ପାଉଥିବାରୁ ତାଙ୍କ ଘରେ ତାଙ୍କୁ ନିର‌୍ୟ୍ୟାତନା ଦେବା ଆରମ୍ଭ କରିଛନ୍ତି ।

ପୂର୍ବ ସପ୍ତାହରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଘରକୁ ଆଣି ସୁନୈନାଙ୍କୁ ଚାପୁଡ଼ା ମରାଇବା ସହ ତାଙ୍କ ବାପା ରାକେଶ ରୋଶନ ସୁନୈନାଙ୍କୁ ମାଡ଼ ମାରିଥିଲେ । ତାଙ୍କ ଭାଇ ରିତିକ୍ ତାଙ୍କୁ ଘର ଭିତରେ ବନ୍ଦ କରି ରଖିବାକୁ ଚେଷ୍ଟା କରୁଛନ୍ତି ।

ସୁନୈନା ବାରମ୍ବାର କଙ୍ଗନାଙ୍କୁ ଫୋନ କରି କାନ୍ଦିବା ସହ ସାହାଯ୍ୟ କରୁଛନ୍ତି । କିନ୍ତୁ କଙ୍ଗନା କିଭଳି ସାହାଯ୍ୟ କରିବେ ବୋଲି ଜାଣି ପାରୁନାହାନ୍ତି । ଆଶା କରୁଛି କି, ଏବେ ରୋଶନ ପରିବାରର ଅସଲ ଚେହେରା ସାମ୍ନାକୁ ଆସିବା ପରେ ସେମାନେ ଏଭଳି କରିବା ବନ୍ଦ କରିଦେବେ ବୋଲି ଲେଖିଛନ୍ତି ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍ ଏବେ ଲୋକମାନଙ୍କ ମନରେ ନାନ ପ୍ରକାରର ପ୍ରଶ୍ନ ସୃଷ୍ଟି କରିଛି ।
ସୂଚନା ମୁତାବକ, ସୁନୈନା ମଙ୍ଗଳବାର ଦୁଇଟି ଟୁଇଟ୍ କରିଥିଲେ ।

ପ୍ରଥମ ଟୁଇଟରେ କଙ୍ଗନାଙ୍କୁ ସମର୍ଥନ କରୁଛି ବୋଲି ଲେଖିଥିବା ବେଳେ ଦ୍ୱିତୀୟ ଟୁଇଟରେ, ଲଗାତାର ନର୍କରେ ରହି ରହି ମୁଁ ଥକି ଗଲିଣି ବୋଲି ଲେଖିଥିଲେ ସୁନୈନା ।