ବିଶ୍ୱର ତୃତୀୟ ହଟେଷ୍ଟମ୍ୟାନ୍ ହ୍ରିତିକ୍ ରୋଶନ୍

46

ହ୍ରିତିକ୍ ରୋଶନଙ୍କ ଫାନ୍ ମାନଙ୍କ ପାଇଁ ଖୁସି ଖବର । ‘ଗ୍ରୀକ୍ ଗଡ୍’ ଭାବରେ ପ୍ରସିଦ୍ଧ ବଲିଉଡର ଏହି ସୁପରଷ୍ଟାର୍ ହାସଲ କରିଛନ୍ତି ଆଉ ଏକ ସଫଳତା । ଏବେ ନିଜ ନାଁରେ ବିଶ୍ୱର ୩ୟ ହଟେଷ୍ଟମ୍ୟାନର ଟ୍ୟାଗ୍ ଲଗାଇଛନ୍ତି ଏହି ସୁପରହିରୋ । ୱର୍ଲଡଷ୍ଟପମୋଷ୍ଟ୍ ଡଟ୍ କମ୍ ପକ୍ଷରୁ କରାଯାଇଥିବା ଅନଲାଇନ୍ ସର୍ଭେରେ ବିଶ୍ୱର ଶ୍ରେଷ୍ଠ ୧୦ଜଣ ସୁନ୍ଦର ପୁରୁଷଙ୍କ ତାଲିକା ପ୍ରକାଶ ପାଇଛି । ଆଉ ଏହି ତାଲିକାର ୩ୟ ସ୍ଥାନକୁ ହାତେଇଛନ୍ତି ହ୍ରିତିକ୍ । ପ୍ରଥମ ସ୍ଥାନରେ ଅଛନ୍ତି ହଲିଉଡ୍ ତାରକା ଟମ୍ କ୍ରୁସ୍ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରୋବର୍ଟ ପାଟିନସନ୍ । ତେବେ ସପ୍ତମ ସ୍ଥାନରେ ଅଛନ୍ତି ଦବଙ୍ଗ୍ ହିରୋ ସଲମାନ୍ ଖାନ୍ ।