ଛୋଟ ପିଲାଙ୍କ ମୁହଁରେ ଗୁଞ୍ଜରିଲା “ହାଓ ଇଜ୍ ଦ ଜୋସ୍ ?” ର ନାରା ! ନିଜକୁ ରୋକି ନପାରି ଯବାନ ମଧ୍ୟ କହିଲେ “ହାଇ ସାର୍” । ଦେଖନ୍ତୁ ଭିଡିଓ

375

ଅଭିନେତା ଭିକି କୌଶଲଙ୍କ ଅଭିନିତ ସିନେମା “ଉରି : ଦ ସର୍ଜିକାଲ୍ ଷ୍ଟ୍ରାଇକ୍” ରିଲିଜ୍ ହେବାକୁ ବହୁତ ଦିନ ହୋଇସାରିଥିଲେ ମଧ୍ୟ ଏହି ସିନେମାଟି ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସତ୍ୟ ଘଟଣାକୁ ନେଇ ପର୍ଯ୍ୟବେସିତ ହୋଇଥିବା ଏହି ସିନେମା ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରସ୍ତୁତ କରାଯାଇଥିଲା । ତେବେ ଏହି ଫିଲ୍ମର ଗୋଟିଏ ଲାଇନ୍ “ହାଓ ଇଜ୍ ଦ ଜୋସ୍ ?” ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଲାଇନ୍ ହୋଇଯାଇଥିଲା । ଭାରତୀୟ ସେନାରେ ସଫଳତାପୂର୍ବକ କିଛି କାର୍ଯ୍ୟ ହେଲେ ସମସ୍ତଙ୍କ ପାଟିରୁ “ହାଓ ଇଜ୍ ଦ ଜୋସ୍ ?” ର ନାରା ଆପେ ଆପେ ବାହାରି ପଡୁଛି । ତେବେ ଏଭଳି ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଛୋଟ ଛୋଟ ପିଲାଙ୍କୁ ଏଭଳି ଶବ୍ଦ ପ୍ରୟୋଗ କରି ଯବାନମାନଙ୍କୁ ଉତ୍ସାହିତ କରୁଥିବାର ଦେଖାଯାଇଛି ।

ଏହି ଭିଡିଓଟି କର୍ଣ୍ଣାଟକ ମାନଡୋଲି ରୋଡ୍ ବେଲାଗାଭିର । ଯେଉଁଠାରେ ଏକ ଏୟାରଫୋର୍ସ ଟ୍ରେନିଙ୍ଗ୍ ସେଣ୍ଟର ରହିଛି । ଯେଉଁଠାରେ ସ୍ଥଳସେନା ଏବଂ ବାୟୁସେନାର କ୍ୟାମ୍ପ ରହିବା ସହ ଟ୍ରେନିଙ୍ଗ୍ ମଧ୍ୟ ଦିଆଯାଏ । ଏହି ଭିଡିଓଟି ଦେଖିଲା ମାତ୍ରେ ଆପଣଙ୍କ ଲୋମଟାଙ୍କୁରି ଯିବ ଏହା ତ ସତ କାରଣ ଡ୍ରିଲ୍ ସମୟରେ କିଭଳି ଏହି ଛୋଟ ଛୋଟ ପିଲା “ହାଓ ଇଜ୍ ଦ ଜୋସ୍ ?” କହି ଯବାନମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ପିଲାଙ୍କ ଠାରୁ ଏଭଳି ଶବ୍ଦ ଶୁଣି ଯବାନ ମାନେ ପ୍ରତିକ୍ରିୟାରେ “ହାଇ ସାର୍” କହୁଛନ୍ତି ଏହା ଦେଖିବାକୁ ଖୁବ୍ ଆକର୍ଷଣୀୟ ଲାଗୁଛି । ତେବେ ଏହି ଭିଡିଓଟିକୁ ଏବେ ପର୍ଯ୍ୟନ୍ତ ୨୦,୦୦୦ ଲୋକ ଦେଖି ସାରିଥିବା ବେଳେ ୯୩୦ ଜଣ ସେୟାର୍ କରିସାରିଛନ୍ତି ।