କାନପୁରରେ ଟ୍ରେନ୍ ଦୁର୍ଘଟଣା ! ପୂର୍ବା ଏକ୍ସପ୍ରେସର ୧୨ ବଗି ଲାଇନଚ୍ୟୁତ, ୨୦ ଯାତ୍ରୀ ଆହତ

116

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାନପୁରରେ ଟ୍ରେନ୍ ଦୁର୍ଘଟଣା । କାନପୁରର ରୁମା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛିି । ଏଠାରେ ପୂର୍ବା ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ପାଖାପାଖି ରାତି ୧ଟାରେ ପୂର୍ବାଏକ୍ସପ୍ରେସ୍ ଟ୍ରେନ ସଂଖ୍ୟା ୧୨୩୦୩ ହାୱଡ଼ା ଠାରୁ ନୂଆ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ରହିଛି । ଘଟଣାସ୍ଥଳରେ ୪୫ ଜଣିଆ ଟିମ ପହଞ୍ଚିଛି ।

ହାୱଡ଼ା ନୂଆ ଦିଲ୍ଲୀ ପୂର୍ବା ଏକ୍ସପ୍ରେସ କାନପୁର ପହଞ୍ଚିବା ପାଇଁ ଅଳ୍ପ ସମୟ ବାକି ଥିଲା । ଆଉ ତା’ପୂର୍ବରୁ ରୁମା ପାଖରେ ଟ୍ରେନର ୧୨ ଡବା ଲାଇନଚ୍ୟୁତ ହୋଇଥିଲା । ଆହତଙ୍କୁ ହେଲେଟ୍, କଂଶୀରାମ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ଆହତଙ୍କୁ ବେସରକାରୀ ମେଡ଼ିକାଲରେ ମଧ୍ୟ ଭର୍ତ୍ତି ମଧ୍ୟ କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି ।

ଏହା ପରେ ଟ୍ରେନରେ ଥିବା ସମସ୍ତ ୯ଶହ ଯାତ୍ରୀଙ୍କୁ ଧରି କାନପୁରରୁ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଦିଲ୍ଲୀ ଅଭିମୁଖେ ବାହାରିଛି । ଏହି ରାସ୍ତା ଦେଇ ଚଳାଚଳ କରୁଥିବା ୧୧ଟି ଟ୍ରେନକୁ ବାତିଲ କରାଯାଇଛି । ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି ।