‘ହାଓଡି ମୋଦି’ ଭଳି ଭାରତରେ ହେବ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମ ! ଗୁଜୁରାଟରେ ଭୋଟ୍ ମାଗିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

337

କନକ ବ୍ୟୁରୋ : ଚଳିତବର୍ଷ ନଭେମ୍ବରରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ପୁଣି ଥରେ ଆମେରିକାର ଶାସନ କ୍ଷମତା ନିଜ କାନ୍ଧକୁ ନେବା ପାଇଁ ରଣନୀତି ସଜାଡୁଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଏଥିପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଭୋଟ୍ ହାତେଇବା ପାଇଁ ଭାରତରେ ଟ୍ରମ୍ପଙ୍କ ପାଇଁ ଆୟୋଜନ ହୋଇପାରେ ‘ହାଓଡି ମୋଦି’ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।

ଗତବର୍ଷ ସେପ୍ଟେମ୍ବର ମାସରେ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମ ସଫଳ ହେବା ପରେ ଟ୍ରମ୍ପଙ୍କ ପାଇଁ ମଧ୍ୟ ବିଜେପିର ଗଡ ଗୁଜୁରାଟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ ବୋଲି କୁହାଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରୀରେ ଟ୍ରମ୍ପଙ୍କ ଭାରତଗସ୍ତ ଅବସରରେ ଅହମ୍ମଦାବାଦ ଠାରେ ଆୟୋଜିତ ହୋଇପାରେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି । ଆଉ କୁହାଯାଉଛି, ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ । ତେବେ ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମ ପଛରେ ପ୍ରବାସୀ ଭାରତୀୟଙ୍କ ଭୋଟ୍ ବ୍ୟାଙ୍କ ହାତେଇବା ଲକ୍ଷ୍ୟ ରହିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।