ପଦ ଏକ କିନ୍ତୁ ସମ୍ମାନ ଭିନ୍ନ ! ଗୋଟିଏ ପଟେ ମୋଦିଙ୍କ ଭବ୍ୟସ୍ୱାଗତ , ଆଉ ଗୋଟିଏ ପଟେ ଇମରାନ୍ ଖାନଙ୍କ ଅପମାନ ।

1,303

ଗୋଟିଏ ପଟେ ଯେଉଁଠି ପ୍ରଧାନମନ୍ତ୍ରୀ ମୋଦି ହାଓଡି କାର୍ୟ୍ୟକ୍ରମରେ ଯୋଗ ଦେବା ଲାଗି ଟେକ୍ସାସ୍ ରାଜ୍ୟର ହୁଷ୍ଟନ ସହରରେ ପହଂଚିଛନ୍ତି । ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ରାଷ୍ଟ୍ରପତୀ ଟ୍ରମ୍ପଙ୍କୁ ସାହାଯ୍ୟର ଭିକ୍ଷା ମାଗିବା ପାଇଁ ଆମେରିକା ପହଁଚିଛନ୍ତି । ଆମେରିକାର ହ୍ୱୁଷ୍ଟନ୍ ସହରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ୱାଗତ ହେଉଥିବା ଦେଖି ଏବେ ପାକ୍ ପତ୍ରକାର ଏବଂ ଲୋକମାନେ ବି ନିଜ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ୍ ମିଡିଆରେ ମଜାକ୍ ଉଡାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ହୁଷ୍ଟନରେ ପହଁଚିଲେ ତାଙ୍କ ସ୍ୱାଗତ କରିବା ପାଇଁ ଆମେରିକା ସରକାରର ଅନେକ ମନ୍ତ୍ରୀ ଏୟାରପୋର୍ଟରେ ପହଁଚିଥିଲେ ଏବଂ ମୋଦିଙ୍କୁ ସେଠାରେ ରେଡ୍ କାର୍ପେଟ୍ ଗ୍ରାଣ୍ଡ୍ ସ୍ୱାଗତ କରାଗଲା । ଅନ୍ୟପଟେ ପାକ୍ ପିଏମ୍ ଇମରାନ୍ ଖାନ୍ ଆମେରିକା ପହଁଚିବା ପରେ ତାଙ୍କୁ ଏଭଳି କୌଣସି ସ୍ୱାଗତ କରାଗଲା ନାହିଁ ।

ପାକ୍ ପତ୍ରକାର ନାୟଲା ଇନାୟତ୍ ଏକ ଟ୍ୱିଟ୍ କରି ପାକ୍ ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ସେୟାର୍ କରିଥିଲେ । ଯେଉଁଥିରେ ଭାରତ-ପାକିିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସମ୍ମାନରେ ଅନ୍ତର ଦେଖାଦେଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ ଇମରାନ୍ ଙ୍କ ସ୍ୱାଗତ ପାଇଁ ରେଡ୍ କାର୍ପେଟ୍ ତ ଛାଡ଼ ଆମେରିକା ସରକାରଙ୍କ କୌଣସି ପ୍ରତିନିଧି ବି ଆସିନଥିଲେ । ତାଙ୍କ ପାଇଁ କେବଳ ପାକ୍ ପ୍ରତିନିଧି ହିଁ ସ୍ୱାଗତ କରିବା ପାଇଁ ଆସିଥିଲେ । ତେବେ ଏହି ଘଟଣା ପରେ ଇମରାନ୍ ଖାନଙ୍କ ପାଇଁ ପାକିସ୍ତାନରେ ଭିନ୍ନ ଭିନ୍ନ ପ୍ରକାରର ମିମ୍ ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ପୁନର୍ବାର ଇମରାନ୍ ସାହାଯ୍ୟ ପାଇଁ ଅନ୍ୟ ଦେଶ ଆଗରେ ଭିକ ମାଗୁଥିବାର ଦେଖିବାକୁ ମିଳୁଛନ୍ତି ।