ଆପଣଙ୍କର ବ୍ୟାଙ୍କରେ ଜିରୋ ବାଲାନ୍ସ ଆକାଉଣ୍ଟ ଅଛି କି ? ଜାଣନ୍ତୁ କିଛି ଜରୁରୀ ସୂଚନା, ନଚେତ ଆକାଉଣ୍ଟ ହୋଇପାରେ ଲକ୍

46

ଲୋକଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ମୋଦି ସରକାର ଜନଧନ ଯୋଜନା ଆରମ୍ଭ କରିଥିଲେ । ଖାସକରି ଗରିବ ଲୋକଙ୍କୁ ଦୃଷ୍ଟିରେ ରଖି ମୋଦି ସରକାର ଏଭଳି ନିଷ୍ପତି ନେଇଥିଲେ । ସବୁଠୁ ବଡ଼ କଥା ହେଲା, ଜନଧନ ଆକାଉଣ୍ଟ ରେ ସର୍ବନିମ୍ନ ଜମାରାଶି ରଖିବାକୁ କୌଣସି ପ୍ରତିବନ୍ଧକ ନାହିଁ । ଅଥାର୍ତ ଆପଣ ଏହି ଆକାଉଣ୍ଟକୁ ବିନା ବାଲାନ୍ସରେ ମଧ୍ୟ ଚଳାଇପାରିବେ । କେବଳ ଜନଧନ ଆକାଉଣ୍ଟ ନୁହେଁ ବରଂ ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାକୁ ସୁବିଧା ଦେଉଛନ୍ତି ।

ଏହି ଜିରୋ ବାଲାନ୍ସ ଆକାଉଣ୍ଟ ଗ୍ରାହକଙ୍କୁ ଯେତିକି ସୁବିଧା ପ୍ରଦାନ କରୁଛି ତାହା ଠାରୁ ଅଧିକ ଅସୁବିଧା ସୃଷ୍ଟି କରୁଛି । ଏହି ଜିରୋ ବାଲାନ୍ସ ଆକାଉଣ୍ଟରେ ଯଦି ଖାତାଧାରକ ମାସକୁ ୪ ଥରରୁ ଅଧିକ ଟ୍ରାଞ୍ଜାକସନ କରୁଥାନ୍ତି ତେବେ ସେହି ଗୋଟିଏ ମାସ ପାଇଁ ବ୍ୟାଙ୍କ ଏହି ଆକାଉଣ୍ଟକୁ ଫ୍ରିଜ କରି ଦେଇଥାଏ । ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ବା ଲକ୍ ହେବା ଅର୍ଥ ହେଲା ଆପଣ ସେହି ମାସକ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ ନାହିଁ । ଉଦାହରଣ ଅନୁଯାୟୀ, ଯଦି ଆପଣ କୌଣସି ମାସର ପ୍ରଥମ ୧୦ ଦିନରେ ଜିରୋ ଆକାଉଣ୍ଟରେ ୪ଥର ଟ୍ରାଞ୍ଜାକସନ କରିଥାନ୍ତି ତେବେ ୫ଥରକୁ ଏହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ । ଟଙ୍କା ଉଠାଇବା ପାଇଁ ଆଗାମୀ ମାସକୁ ଅପେକ୍ଷା କରିବାକୁ ପଡ଼ିବ ।

ଜାତୀୟ ଗଣମାଧ୍ୟମରେ ଆସିଥିବା ଏକ ରିପୋର୍ଟ ଅନୁଯାୟୀ, କିଛି ବ୍ୟାଙ୍କ ଏବେ ଜିରୋ ଆକାଉଣ୍ଟକୁ ନିୟମିତ ସେଭିଙ୍ଗସ ଆକାଉଣ୍ଟରେ ବଦଳାଇବା ପ୍ରକିୟା ଆରମ୍ଭ କରିଛନ୍ତି । ଏଚଡ଼ିଏଫସି ଓ ସିଟି ବ୍ୟାଙ୍କର କହିବା ଅନୁଯାୟୀ, ଜିରୋ ଆକାଉଣ୍ଟଧାରୀ ମାସକୁ ୫ଥର ଟ୍ରାଞ୍ଜାକସନ କରିବା ମାତ୍ରେ ଏହି ଆକାଉଣ୍ଟକୁ ରେଗୁଲାର ସେଭିଙ୍ଗସ ଆକାଉଣ୍ଟ କୁ ପରିବର୍ତ୍ତନ କରିଥାନ୍ତି । ଏହି ଖାତା ଗୁଡ଼ିକ ସେଭିଙ୍ଗସ ଆକାଉଣ୍ଟରେ ପରିବର୍ତ୍ତନ ହେବା ପରେ ଗ୍ରାହକଙ୍କୁ ସର୍ବନିମ୍ନ ଜମା ରାଶି ରଖିବାକୁ ପଡ଼ିଥାଏ । ନଚେତ ଗ୍ରାହକଙ୍କୁ ପେନାଲ୍ଟି ଦେବାକୁ ପଡ଼ିଥାଏ ।

ସୂଚନା ଅନୁଯାୟୀ, ଜନ ଧନ ଆକାଉଣ୍ଟଧାରୀ ମାସକୁ ସର୍ବାଧିକ ୪ ଥର ବିନା କୌଣସି ଶୁଳ୍କରେ ଟଙ୍କା ଉଠାଇ ପାରିବେ । ଯେହେତୁ ୪ଥର ଟଙ୍କା ଉଠାଣରେ କୌଣସି ଶୁଳ୍କ ଲାଗିନଥାଏ ତେଣୁ ଏହାପରେ ଟଙ୍କା ଉଠାଇଲେ ଆକାଉଣ୍ଟକୁ ଫ୍ରିଜ କରି ଦିଆଯାଇଥାଏ । ଲୋକ ମାନେ ଜିରୋ ବାଲାନ୍ସ ଆକାଉଣ୍ଟ ଏଥିପାଇଁ ଖୋଲିଥାନ୍ତି କାରଣ ନା ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିଥାଏ ନା ଏଥିରେ ସର୍ବନିମ୍ନ ଟଙ୍କା ଜମା କରିବାକୁ ପଡ଼ିଥାଏ । କିନ୍ତୁ ୪ଥର ଟଙ୍କା ଉଠାଣ ପରେ ଆକାଉଣ୍ଟ ଫ୍ରିଜ କରିବା ହେତୁ ଆପଣଙ୍କ ଦରକାରୀ ସମୟରେ ମଧ୍ୟ ଟଙ୍କା ନ ଉଠାଇବା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

News Courtesy: aajtak