ପାଦକୁ ସୁନ୍ଦର କରିବାକୁ ଚାହୁଁଛନ୍ତି କି ! ଜାଣନ୍ତୁ କେଉଁ ତେଲ କରିବେ ବ୍ୟବହାର ?

39

କାର୍ଯ୍ୟବ୍ୟସ୍ତତା କାରଣରୁ ଅନେକ ପାଦ ପ୍ରତି ଧ୍ୟାନ ଦେଇପାରିନଥାନ୍ତି । ଏହା ଫଳରେ ପାଦ ଶୁଷ୍କ ହେବା ସହିତ ଫାଟିବାକୁ ଲାଗିଥାଏ । କିନ୍ତୁ ଏହି ତେଲକୁ ମାଲିସ କରିବା ଦ୍ୱାରା କିମ୍ବା ତେଲରେ ରିଫେକ୍ସୋଲୋଜି କରିବା ଦ୍ୱାରା ପାଦ ସୁନ୍ଦର ଦେଖାଯିବ । ଜାଣନ୍ତୁ କିପରି ପାଦକୁ କରିବେ ସୁନ୍ଦର ।

-ଫୁଟ ରିଫେକ୍ସୋଲୋଜି ରକ୍ତ ସଂଚାଳନରେ ସୁଧାର ଆଣିଥାଏ । ମଧୁମେହ ରୋଗୀ ଓ କ୍ରୋନିକୱାଇନସରେ ପୀଡିତ ରୋଗୀଙ୍କ ପାଇଁ ଏହା ଅଧିକ ଉପଯୋଗୀ ।

-ଏମୁ ତେଲରେ ଆଂଟିବ୍ୟାକଟେରିଆଲ ଓ ଆଂଟିଇନଫ୍ଲାମେଟୋରୀ ଗୁଣ ଥାଏ । ଏହା ଫଳରେ ଗୋଇଠି ଫାଟିବାକୁ ତୁରନ୍ତ ଭଲ କରିଥାଏ ଓ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ ।

– ଯଦି ଆପଣଙ୍କ ପାଦ ସୁସ୍ଥ ନଥାଏ ଏବଂ ପାଦର ତଳ ଭାଗରେ କଠିନ କିମ୍ବା ମୃତକେଷିକା ଥାଏ ତେବେ ପେଡିକ୍ୱୋର ଓ ରିଫେକ୍ସୋଲୋଜିକୁ ଏକାସହ କରିବା ଦରକାର ।

-ଯଦି ଆପଣଙ୍କ ପାଦ ରୂକ୍ଷ ହୋଇଫାଟୁଥାଏ ତେବେ ଶୋଇବା ପୂର୍ବରୁ ପାଦରେ ତେଲରେ ମସାଜ କରନ୍ତୁ ।

-ପାଦରେ ତେଲ ମାଲିସ କରିବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ବୃଦ୍ଧି ହେବାସହ ମାଂସପେଷୀକୁ ଆରାମ ମିଳିଥାଏ ।

-ଅଲିଭ ଓ ବାଦାମ ତେଲକୁ ସାଧାରଣ ଭାବେ ମସାଜ ପାଇଁ ଉପଯୁକ୍ତ କୁହାଯାଏ । ଏହା ବ୍ୟତିତ ବଜାରରେ ମିଳୁଥିବା ମସାଜ କ୍ରିମ ମଧ୍ୟ ବ୍ୟବହାର କରିପାରିବେ । ମସାଜ ପରେ ପାଦରେ ମୋଜା ପିନ୍ଧିବା ଦରକାର ଏହା ଫଳରେ ପାଦରେ ମଏଶ୍ଚରାଇଜର ଅଧିକ ସମୟ ରହିଥାଏ ।