କଲ୍ କରୁଥିବା ବେଳେ ଅଧିକାଂଶ ସମୟରେ କାହିଁକି ଶୁଭଯାଏ ନାହିଁ କଥାବାର୍ତ୍ତା । ଜାଣନ୍ତୁ ଚୁଟକିରେ କିପରି କରିବେ ଏହି ସମସ୍ୟାର ସମାଧାନ

55

ଏବେ ଅଧିକାଂଶ VoLTE ଫୋନ ୟୁଜର୍ସ କଲ ସମୟରେ ଅସୁବିଧା ସମ୍ମୁଖୀନ ହେଉଥିବାର ଅଭିଯୋଗ କରୁଛନ୍ତି । VoLTE ସେଟରେ କଲଡ୍ରପ ଭଳି ସମସ୍ୟା ଦେଖାଯାଉଥିବାର ଅଭିଯୋଗ ଆଣୁଛନ୍ତି ୟୁଜର୍ସ । ଅଭିଯୋଗ ଅନୁଯାୟୀ ଅଧିକାଂଶ ସମୟରେ କଲ ବେଳେ ଅନ୍ୟପଟରୁ କିଛି ସମୟ ପର୍ଯ୍ୟନ୍ତ କଥା ଶୁଣାଯାଉନି । ଏଭଳି ଅସୁବିଧାର ସମ୍ମୁଖୀନ ଅଧିକାଂଶ ଲୋକ ହେଉଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ମୋବାଇଲ ବ୍ୟବହାରକାରୀଙ୍କୁ କିଛି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

VoLTE ଫୋନ ପାଇଁ ହେଉଛି ଅସୁବିଧା :
VoLTE ଅଥାର୍ତ ଭଏସ ଓଭର ଲଙ୍ଗ ଟର୍ମ ଇଭାଲୁଏସନ ।ଏହି ଜ୍ଞାନକୌଶଳ ଉନ୍ନତ କଲିଂ ସେବା ପାଇଁ ପ୍ରସ୍ତୁତ କରାଯାଇଛି । ଯାହାଫଳରେ ୪ଜି ନେଟୱର୍କରେ ବିନା କୌଣସି ଅସୁବିଧାରେ କଥାବାର୍ତ୍ତ କରିପାରିବେ । କିନ୍ତୁ ବାସ୍ତବରେ ବ୍ରାଉଜିଙ୍ଗ, ଡାଉନଲୋଡ଼ିଂ ପାଇଁ ୪ଜି ନେଟୱର୍କ ପ୍ରସ୍ତୁତ କରାଯାଇଥିଲା । ଏହାଛଡ଼ା କଲ ସୁବିଧା ପାଇଁ ୨ଜି ଓ ୩ଜି ନେଟୱର୍କ ବ୍ୟବହାର କରାଯାଉଥିଲା । ତେବେ ୪ଜି ନେଟୱର୍କରେ କଲିଂର ଗୁଣବତ୍ତାରେ ସମସ୍ୟା ଦେଖାଦେବା ସହ ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କ ପାଖକୁ ଫୋନ ଲଗାଇଥାନ୍ତି, ତେବେ ଆପଣଙ୍କ ନେଟୱର୍କ ୪ଜିରୁ ୨ଜି କିମ୍ବା ୩ଜିକୁ ବଦଳିଯାଇଥାଏ । ଯାହାଦ୍ୱାରା ଫୋନର ବ୍ୟାଟେରୀ ଉପରେ ପ୍ରଭାବ ପଡ଼ିଥାଏ । କିନ୍ତୁ VoLTE ଫୋନରେ ଏଭଳି ସମସ୍ୟା ଦେଖାଯାଇନଥାଏ । VoLTE ଫୋନରେ ଗୋଟିଏ ନେଟୱର୍କରେ କଲ ଓ ଇଣ୍ଟନେଟ ଚଳାଇଲେ ମଧ୍ୟ କୌଣସି ଅସୁବିଧା ଦେଖାଦେଇନଥାଏ । ଯଦି କଥାବାର୍ତ୍ତା ହେଉଥିବା ବେଳେ ବାରମ୍ବାର ଭଏସ ଚାଲି ଯାଉଥାଏ ତେବେ ଫୋନରେ VoLTE ସେଟିଙ୍ଗ ବନ୍ଦ କରିଦିଅନ୍ତୁ ।

ଆଇଓଏସ ମୋବାଇଲ ସେଟରେ ସେଟିଂ ଅପ୍ସନକୁ ଯାଇ ମୋବାଇଲ ଡାଟା ବିକଳ୍ପ ବାଛିବା ପରେ Enable ୪ଜି   ଉପରେ କ୍ଳିକ କରନ୍ତୁ । ଯଦି VoLTE ସେଟିଂକୁ ଡିଆକ୍ଟିଭେଟ କରିବାକୁ ଚାହୁଁଥାନ୍ତି ତେବେ ଭଏସ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଯଦି VoLTE ସେଟିଂ ବ୍ୟବହାର କରିବାକୁ ଚାହୁଁଥାନ୍ତି ତେବେ ଭଏସ ଓ ଡାଟା ଅପ୍ସନ ଉପରେ କ୍ଲିକ କରନ୍ତୁ । ସେହିଭଳି ଆଣ୍ଡ୍ରଏଡ଼ ସେଟରେ ସେଟିଂ ବିକଳ୍ପକୁ ଯାଇ ମୋବାଇଲ ନେଟୱର୍କ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏଠାରେ VoLTE ଅପ୍ସନ ଦେଖାଦେବ ଯାହାକୁ ଆପଣ ଚାହିଁଲେ ବନ୍ଦ କରିପାରିବେ ।