ସାଥୀଙ୍କ ପାଖରେ ଏପରି କିଛି ଲକ୍ଷଣ ଦେଖୁଛନ୍ତି କି ? ଖୁବ୍‌ ଶୀଘ୍ର ଭଙ୍ଗିପାରେ ସମ୍ପର୍କ

49

ସମୟରେ ସମୟରେ ଦମ୍ପତି/ପ୍ରେମୀଯୁଗଳଙ୍କ ଭିତରେ ଏପରି ଲକ୍ଷଣମାନ ଦେଖା ଦେଇଥାଏ, ଯେଉଁଥିରୁ ଆପଣ ଅନୁମାନ ଲଗାଇ ନେବା ଉଚିତ କି ଖୁବ୍‌ ଅଳ୍ପଦିନ ମଧ୍ୟରେ ଆପଣଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି । ତେଣୁ ଆସନ୍ତୁ ଜାଣିବା, ସାଥୀଙ୍କ ପାଖରେ କେଉଁ କେଉଁ ଲକ୍ଷଣ ଦେଖିଲେ ଜାଣିବେ ସମ୍ପର୍କର ଡୋରି ଛିଣ୍ଡିବାକୁ ଯାଉଛି ।

୧. ଆପଣଙ୍କ ଜୀବନରେ ଏମିତି ଅନେକ ସମୟ ଆସିଥିବ ଯେବେ ସାଥୀଙ୍କ ନଜର ଆପଣଙ୍କ ଉପରୁ ହଟୁ ହିଁ ନଥିବ । କିନ୍ତୁ ଏବେ ଏଭଳି ସମୟ ଆସିଛି କି, ସାଥୀ ଆପଣଙ୍କ ଉପରେ ଧ୍ୟାନ ଦେବାକୁ ସମୟ ନାହିଁ ବୋଲି ବାହାନା କରି ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି ।

୨. ଆପଣ ସାଥୀଙ୍କ ସହିତ ଯେକୌଣସି କଥା ହେଲେ ବି ସେ କୌଣସି ନା କୌଣସି କଥାକୁ ଟାଣି ଓଟାରି ହୋଇ ଝଗଡ଼ା ଆରମ୍ଭ କରୁଛନ୍ତି । ଆପଣଙ୍କ ପ୍ରତ୍ୟେକ କଥା ତାଙ୍କୁ ବିରକ୍ତ ଲାଗୁଛି ବୋଲି କହୁଛନ୍ତି । ତେବେ ବୁଝି ରଖିବା ଉଚିତ ଯେ ଆପଣଙ୍କୁ ସେ ଆଉ ପସନ୍ଦ କରୁ ନାହାନ୍ତି । ସେଥିପାଇଁ କଥା ହେବା ଆରମ୍ଭ ନକରୁଣୁ ଝଗଡ଼ା ଲଗାଇ ଦୁଇତିନି ଦିନ ଯର୍ଯ୍ୟନ୍ତ କଥା ହେବା ବନ୍ଦ କରି ଦେଉଛନ୍ତି ।

୩. ଆପଣ ମୋବାଇଲ ମେସେଜରେ ବିଭିନ୍ନ ପ୍ରକାର କଥା ସାଥୀଙ୍କୁ ପଚାରୁଥିଲେ ହେଁ ସେ କେବଳ ହଁ ନାଁରେ ଉତ୍ତର ହେଉଛନ୍ତି କି ? ତେବେ ଜାଣି ରଖନ୍ତୁ ଆପଣଙ୍କୁ ନେଇ ତାଙ୍କ ମନରେ କିଛି କିଛି ନକାରାତ୍ମକ ଚିନ୍ତା ଚାଲୁ ରହିଛି ।

୪. କେବଳ ଏତିକି ନୁହେଁ, ଆପଣ ଫୋନ୍‌ କଲେ ସେ ଫୋନ୍‌ ଉଠାଇବା ଜରୁରୀ ବୋଲି ଭାବୁ ନାହାନ୍ତି । ଆପଣ କଲ୍‌ କରି ଚାଲିଥିବେ ସେ ଫୋନ୍‌ ଉଠାଇ କହିବେ ମୁଁ ବ୍ୟସ୍ତ ଅଛି ମୋତେ ବାରମ୍ବାର କଲ କରି ବିରକ୍ତ କରନାହିଁ । ସାଥୀଙ୍କ ଠାରେ ଯଦି ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ସୁଧାରିବା ପାଇଁ ଚେଷ୍ଟା କରି ନିଅନ୍ତୁ । ନଚେତ୍‌ ସମ୍ପର୍କ ଭାଙ୍ଗିବା ପାଇଁ ବେଶୀ ଦିନ ଲାଗିବ ନାହିଁ।