ବ୍ୟବସାୟୀ ଠକିଦେଲେ ଘରେ ବସି କରିପାରିବେ ଅଭିଯୋଗ ! ଜାଣନ୍ତୁ ପୂରା ପ୍ରକିୟା

94

ଆପଣ କେବେ ଦୋକାନୀ ମାନଙ୍କ ଠକାମିର ଶିକାର ହୋଇଛନ୍ତି କି ? କେବେ ଏମ.ଆର.ପି ଠାରୁ ଅଧିକ ଟଙ୍କା ଦେଇ ଠକାମିରେ ପଡିଛନ୍ତି କି? ଯଦି କେବେ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଏହାର ସମାଧାନ ପାଇଁ ଉପଭୋକ୍ତା ମନ୍ତ୍ରାଳୟ ତରଫରୁ ବ୍ୟବସ୍ଥା କରାଯାଇଛି ।

Kirana

ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ । ଆଜିର ଏହି ଦିନରେ ଆମେ ସମସ୍ତ ଉପଭୋକ୍ତାଙ୍କୁ ଜଣାଇ ଦେଉଛୁ କି ଯଦି କୌଣସି ବ୍ୟବସାୟୀ ବା ଦୋକାନୀ ଆପଣଙ୍କୁ ଠକିବାକୁ ଚେଷ୍ଟା କରୁଛି କିମ୍ବା ଆପଣ ଠକାମିର ଶିିକାର ହୋଇଛନ୍ତି ତେବେ ଏହାର ଅଭିଯୋଗ ଘରେ ବସି କରିପାରିବେ । ଆପଣ କେବଳ ଏକ ଏସ.ଏମ.ଏସ ଜରିଆରେ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ । ଯଦି ଆପଣଙ୍କ ପାଖରେ ଠକାମିର ସବିଶେଷ ପ୍ରମାଣ ଅଛି , ତେବେ ଆପଣଙ୍କୁ ଏହି ସମସ୍ୟାର ସମାଧାନ ନିଶ୍ଚୟ ମିଳିପାରିବ ।

ଉପଭୋକ୍ତା ମନ୍ତ୍ରଣାଳୟ ତରଫରୁ ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ଏକ ହେଲ୍ପଲାଇନର ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଦୋକାନୀ ଆପଣଙ୍କୁୁ ଅଧିକ ଦରରେ ଜିନିଷ ବିକ୍ରି କରୁଛି ତେବେ ଆପଣ ଦିଆଯାଇଥିବା ୮୧୩୦୦୦୯୮୦୯ ନମ୍ବରରେ ଏକ ଏସ.ଏମ.ଏସ ଜରିଆରେ ଅଭିଯୋଗ କରିପାରିବେ । କିମ୍ବା ହେଲ୍ପଲାଇନର ଟୋଲଫ୍ରି ନମ୍ବର ୧୮୦୦-୧୧-୪୦୦୦ କୁ ଫୋନ କରି ଆପଣଙ୍କ ସମସ୍ୟାର ଅଭିଯୋଗ କରିପାରିବେ । ଏହି ନମ୍ବରରେ ଅଭିଯୋଗ କରିବା ମାତ୍ରେ ହେଲ୍ପଲାଇନ ତରଫରୁ ଅଭିଯୋଗକାରୀଙ୍କୁ ସମ୍ପର୍କ କରାଯିବ ଏବଂ ସମସ୍ୟାର ସମାଧାନ କରାଯିବ ।