ବନ୍ୟାର କରାଳ ରୂପରେ ଭାଙ୍ଗିପଡିଛି କେରଳ ! ଆପଣଙ୍କ ଗୋଟିଏ ପ୍ରଚେଷ୍ଟାରେ ପୁଣି ହସିଉଠିବେ କେରଳବାସୀ ।

61

କେରଳରେ ବିନାଶକାରୀ ବନ୍ୟା ଯୋଗୁଁ ୩୫୦ ଜଣ ନୀରିହଙ୍କ ଜୀବନ ଚାଲିଗଲା । ବର୍ତ୍ତମାନ ଏଠାକାର ଅବସ୍ଥା ଖୁବ୍ ଶୋଚନୀୟ ହୋଇ ରହିଅଛି । ତିନିଲକ୍ଷ ଲୋକ ବାସହରା ହୋଇ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଭାରତୀୟ ସ୍ଥଳସେନା ସହ ଏନଡିଆରଏଫର ଏକ ଟିମ୍ ଅହରହ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଦୁନିଆର କୋଣ ଅନୁକୋଣରୁ ଲୋକେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ଅଭିନେତା ଠାରୁ ଆରମ୍ଭ କରି ରାଜନେତା ଏବଂ ଖେଳାଳୀମାନେ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି । ଯଦି ଆପଣ ମଧ୍ୟ କେରଳ ବନ୍ୟାରେ ଫସିଥିବା ଲୋକଙ୍କୁ ଆର୍ଥିକ ସ୍ତରରେ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଖବରକୁ ସମ୍ପୁର୍ଣ୍ଣ ପଢନ୍ତୁ ।

୧. କେରଳର ମୁଖ୍ୟମନ୍ତ୍ରୀ ସିଏମ୍ ଡିଷ୍ଟ୍ରେସ୍ ଫଣ୍ଡର ୱେବସାଇଟକୁ ଯାଆନ୍ତୁ । https://donation.cmdrf.kerala.gov.in/

୨. ଆପଣ କେରଳ ସରକାରଙ୍କ ପୋର୍ଟାଲକୁ ଯାଇ ମଧ୍ୟ ଟଙ୍କା ଡୋନେଟ୍ କରିପାରିବେ । https://kerala.gov.in/

୩. ଏହାଛଡା ଆପଣ ଯଦି କିଛି ଖାଦ୍ୟ,ପୋଷାକ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଦେବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ପଠାନ୍ତୁ ।
The Principal Secretary (Finance) Treasurer,
Chief Minister’s Distress Relief Fund,
Secretariat,
Thiruvananthapuram – 695001

୪. ଏହାଛଡା ଆପଣ ଫ୍ଲିପକାର୍ଡ,ଆମାଜନ୍, ବିଗ୍ ବାସ୍କେଟ୍ ଭଳି ସାଇଟକୁ ଯାଇ ମଧ୍ୟ ଡୋନେସନ୍ କରିପାରିବେ । “ଗୁଞ୍ଜ” ନାମକ ଏକ ଏନଜିଓ ଆପଣଙ୍କ ଦ୍ୱାରା ଡୋନେଟ୍ କରାଯାଇଥିବା ସାମଗ୍ରୀକୁ ନେଇ ପୀଡିତଙ୍କ ପାଖରେ ପହଞ୍ଚାଇବ । ଆପଣ ଚାହିଁଲେ ସିଧାସଳଖ ଗୁଞ୍ଜ ଏନଜିଓ ସହ କଥାବାର୍ତ୍ଥା କରିପାରିବେ ।

୫. KHALSA AID ନାମକ ଏକ ଏନଜିଓ ମଧ୍ୟ କେରଳର ବନ୍ୟା ପୀଡିତଙ୍କ ପାଇଁ କାମ କରୁଛି । ଏହି ଗ୍ରୁପର ସହାୟତାରେ ଆପଣ କେରଳ ବନ୍ୟାରେ ପୀଡିତ ଲୋକଙ୍କ ସହାୟତା କରିପାରିବେ । https://www.khalsaaid.org/

୬. ଯଦି ଆପଣ ପେଟିଏମ୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଆପ୍ ଖୋଲି ‘Kerala Floods’ ରେ ଟଙ୍କା ଡୋନେଟ୍ କରିପାରିବେ ।