କ୍ୟାନସର ଓ ଟ୍ୟୁମରରୁ ହେବେ ଆରୋଗ୍ୟ । ଜାଣନ୍ତୁ ଟଙ୍କା ଖର୍ଚ୍ଚ ନକରି କିପରି ବଂଚାଇବେ ଜୀବନ 

161

ଅଶ୍ୱଗନ୍ଧା ଚେର ଆମର ଅନେକ କାମରେ ଆସିଥାଏ । ଆର୍ୟୁବେଦ ଅନୁଯାୟୀ ଏହା ସ୍ମରଣ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ୭୬୦ ମିଲିଗ୍ରାମ ଅଶ୍ୱଗନ୍ଧା ସହିତ ଅନ୍ୟ ଏଗାରଟି ଚେର ମୂଳରେ ପ୍ରସ୍ତୁତ ଟନିକକୁ ଦୈନିକ ଥରେ ଲେଖାଏଁ ସେବନ କଲେ ଅନେକ ଲାଭ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

 ଅନ୍ୟ ଏକ ଗବେଷଣାରୁ ଜଣାଯାଇଛି ଯେ ନିୟମିତ ଅଶ୍ୱଗନ୍ଧା ସେବନ କରିଲେ ନିଶା ସେବନରୁ ମୁକ୍ତି ମିଳିଥାଏ । ସଂସ୍କୃତରେ ଅଶ୍ୱଗନ୍ଧାର ଅର୍ଥ ହେଲା ଘୋଡ଼ାର ବାସ୍ନା । ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବିଶେଷ କରି ଅଶୁସ୍ଥ  ହେବା ପରେ ଏହା ଭଲ କାମ କରିଥାଏ ।

 ଅଶ୍ୱଗନ୍ଧା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ୍ ଲାଭକାରୀ । ନିୟମିତ ଭାବେ ଏହାର ସେବନ କରିଲେ ଯୌନ କ୍ଷମତା ବୃଦ୍ଧି ପାଇଥାଏ । କେତେକ ଗବେଷଣାରୁ ଜଣାଯାଇଛି ଯେ ମଣିଷ ଭିତରେ ଟ୍ୟୁମର ହେଉଥିଲେ, ତାକୁ ପ୍ରତିହିତ କରିଥାଏ ଅଶ୍ୱଗନ୍ଧା । ଏତଦବ୍ୟତୀତ କ୍ଷୁଦ୍ର ପ୍ରାଣୀଙ୍କ ଠାରେ କର୍କଟ କୋଷ ବୃଦ୍ଧିକୁ ମଧ୍ୟ ଏହା ରୋକିଥାଏ ।

 ଅଶ୍ୱଗନ୍ଧା ସେବନ କରିଲେ, ମସ୍ତିଷ୍କ ଥଣ୍ଡା ରହିଥାଏ । ଏହା ନିଦ୍ରାକାରକ ବୋଲି ମଧ୍ୟ ଗବେଷଣାରେ କୁହାଯାଇଛି । ମନରେ ଉତ୍କଣ୍ଠା ଓ ଅବସାଦ ବା କ୍ଲାନ୍ତି ଦେଖା ଦେଉଥିଲେ ଅଶ୍ୱଗନ୍ଧାର ସେବନ ଏହାର ଉପଶମ ରେ ସହାୟକ ହୋଇଥାଏ । ମୋଟାମୋଟି ଭାବେ ଅଶ୍ୱଗନ୍ଧା ଚୁର୍ଣ୍ଣ ସେବନ କରିଲେ ମାନସିକ ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ ଏହା ଥଣ୍ଡା ଓ କାଶର ନିଦାନ ଭାବେ ମଧ୍ୟ କାର୍ୟ୍ୟ କରିଥାଏ । ଟ୍ୟୁମର ଓ ଟ୍ୟୁବର କୁଲୋସିସ୍ ରୋଗ ପାଇଁ ମଧ୍ୟ ଅଶ୍ୱଗନ୍ଧା ମହୌଷଧି ସଦୃଶ କାମ କରିଥାଏ ।

 ପ୍ରତ୍ୟେହ ଗରମ କ୍ଷୀର ଏକ କପରେ ଦୁଇ ଚାମଚ ଅଶ୍ୱଗନ୍ଧା ଚୁର୍ଣ୍ଣ ମିଶାଇ ସେବନ କରିଲେ ତାହା ମାନସିକ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଠିକ ସେହିପରି ଗର୍ଭବତୀ ମହିଳାମାନେ ମଧ୍ୟ ଗର୍ଭାବସ୍ଥାରେ ଦିନକୁ ଦୁଇ ଥର ଲେଖାଏଁ ୬୦୦ ରୁ ୧୦୦୦ ମିଲିଗ୍ରାମ ଯାଏଁ ଅଶ୍ୱଗନ୍ଧା ସେବନ କରିବାକୁ ପରାମର୍ଶ ଦିଆଯାଉଛି ।

ଅଶ୍ୱଗନ୍ଧାରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ତେବେ ବେଳେ ବେଳେ ଏହାର ମାତ୍ରାଧିକ ସେବନ ଯୋଗୁଁ ଡାଇରିଆ, ବାନ୍ତି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।