ବାୟୋଡାଟାରେ ଏହି ପାଞ୍ଚଟି ଜିନିଷ ରଖିଛନ୍ତି କି ? ଯେଉଁଥିପାଇଁ ଚାକିରି କ୍ଷେତ୍ରରେ ସମସ୍ୟା ଉପୁଜୁଛି ।

36

କୌଣସି ବି ଚାକିରି ପାଇଁ ନିଜର ବାୟୋଡାଟା ବା ସିଭି ଦେବା ଜରୁରୀ ଅଟେ । କାରଣ କୌଣସି ଚାକିରି ପାଇଁ ଏହା ହେଇଛି ପ୍ରଥମ ପର୍ୟ୍ୟାୟ । ଏଥିପାଇଁ ଆପଣ ଯେତେବେଳେ ଆପଣଙ୍କ ରିଜ୍ୟୁମ ବା ବାୟୋଡାଟା ପ୍ରସ୍ତୁତ କରୁଛନ୍ତି ତେବେ ପାଂଚଟି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ । ତେବେ ସେଗୁଡିକ ହେଲା-

• କଲେଜରୁ ପାସ୍ କରିଥିବା ବର୍ଷ : ଅଧିକାଂଶ ଲୋକଙ୍କ ଅଭ୍ୟାସ ଥାଏକି, ସେମାନେ ନିଜ ବାୟୋଡାଟାରେ କଲେଜରେ ପାସ୍ କରିଥିବା ବର୍ଷକୁ ଲେଖିଥାନ୍ତି । ତେବେ ଏପରି କରନ୍ତୁ ନାହିଁ କାରଣ ଯଦି ଆପଣ ଏପରି କରନ୍ତି ତେବେ ଏହାର ଖରାପ ଇପ୍ରେସନ ଆପଣଙ୍କ ଉପରେ ପଡିଥାଏ ।

• ଭାଷା ପ୍ରତି ଜ୍ଞାନ : ଯଦି ଆପଣ ଭାଷା ସମ୍ବନ୍ଧିତ ଚାକିରି ପାଇଁ ଆବେଦନ କରି ନାହିଁନ୍ତି ତେବେ ନିଜ ବାୟୋଡାଟାରେ ଭାଷା ଜନିତ କୌଣସି ବି ସୂଚନା ଦିଅନ୍ତୁ ନାହିଁ ।

• ଇଂଟର୍ନସିପ୍,ଫେଲୋସିପ୍ ଓ ପ୍ରାଇଜ୍ : ନିଜ ବାୟୋଡାଟାରେ ଭୁଲରେ ବି ଏହାକୁ ଲେଖନ୍ତୁ ନାହିଁ ।

• ତାରିଖ: ଏହାକୁ ନେଇ ଅନେକ ବିଶେଷଜ୍ଞଙ୍କ ଭିନ୍ନ ଭିନ୍ନ ମତ ରହିଛି । ତେବେ ଅଧିକାଂଶ ବିଶେଷଜ୍ଞଙ୍କ ମତ ରହିଛି, ବାୟୋଡାଟାରେ ତାରିଖ ନଦେବା ଠିକ୍ ।

• ରେଫରେନ୍ସ: ଆପଣ ଏହାକୁ କେବଳ ଏକ ମାଧ୍ୟମ ଭାବରେ ବ୍ୟବହାର କରିପାରିବେ । କାରଣ, ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି କି, ଏହାକୁ ବାୟୋଡାଟାରେ ଦର୍ଶାଇବା ଆଦୌ ସମୀଚିନ ନୁହେଁ ।