ସର୍ବସାଧାରଣ ୱାଇଫାଇ ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

25

ଭାରତରେ ଇଣ୍ଟରନେଟର ବ୍ୟବହାର ବଢିବାରେ ଲାଗିଛି । କିନ୍ତୁ ଏକଥାରେ ମ୍ୟଧ କୌଣସି ଦ୍ୱିମତ ନାହିଁ କି ଦେଶରେ ସର୍ବସାଧାରଣ ୱାଇଫାଇର ବେଗ ବହୁତ କମ । ଏବେ ୱାଇଫାଇର ଅଧିକ ବିସ୍ତାର ହେବା ଦରକାର ଅଛି । ଜଣେ ଏକ୍ସପର୍ଟଙ୍କ କହିବା ଅନୁସାରେ ଏବେ ଆମକୁ ଯେତେ ସର୍ବସାଧାରଣ ୱାଇଫାଇ ବ୍ୟବହାର କରିବା ପାଇଁ ମିଳୁଛି , ସେଥିରେ ମଧ୍ୟ ସାବଧାନ ରହିବା ନିହାତି ଜରୁରୀ ।

ଯଦି ଏ ଉପରେ ଆପଣ ଧ୍ୟାନ ଦେଉ ନାହାନ୍ତି ତେବେ ଆପଣ ଅସୁବିଧାରେ ପଡିପାରନ୍ତି । ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ୭୦ ପ୍ରତିଶତ ଭାରତୀୟ ଇମେଲ ଦେଖିବା ପାଇଁ ଓ ଡକ୍ୟୁମେଣ୍ଟ ଚେକ କିବା ପାଇଁ ସର୍ବସାଧାରଣ ୱାଇଫାଇ ବ୍ୟବହାର କରିବା ପାଇଁ ପସନ୍ଦ କରନ୍ତି । ଭାରତରେ ଏୟାରପୋର୍ଟ, ସିନେମାହଲ, କୈଫେ ଓ କିଛି ପାର୍କରେ ସର୍ବସାଧାରଣ ୱାଇଫାଇର ସୁବିଧା ମିଳିଥାଏ ।

ଆପଣ ସର୍ବସାଧାରଣ ୱାଇଫାଇକୁ ବ୍ଲୁଟୁଥ, ହଟସ୍ପଟ ଓ ନିଜର ମୋବାଇଲର ଡାଟା ସହ କନେକ୍ସନ କରିପାରିବେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତୀୟ ୟୁଜର ସର୍ବସାଧାରଣ ୱାଇଫାଇ ବ୍ୟବହାର କରିବା ସମୟରେ ଭୁଲିଯାଆନ୍ତି କି ଏହା ଏକ ଡିଜିଟାଲ ପ୍ଲାଟଫର୍ମ, ଯେଉଁଠି ଅନେକ ଅସୁବିଧା ମଧ୍ୟ ସୃଷ୍ଟି ହୋଇପାରେ ।ସର୍ବସାଧାରଣ ୱାଇଫାଇ ବ୍ୟବହାର କରିବା ସମୟରେ ହେଉଥିବା ଅସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ ।

– ଜରୁରୀ ନୁହଁ କି ପାସୱାର୍ଡ ଥିବା ୱାଇଫାଇ ସୁରକ୍ଷିତ ଅଟେ ।
– ହ୍ୟାକର ଡାଟା ଚୋରୀ କରିବା ପାଇଁ ୱାଇଫାଇ ପଏଣ୍ଟ ତିଆରି କରିପାରନ୍ତି ।
– ବିଶେଷଜ୍ଞଙ୍କ କହିବା ଅନୁସାରେ ୱାଇଫାଇ ବ୍ୟବହାର ବେଳେ ଲୋକମାନେ ଭାଇରସକୁ ନେଇ ଯେତିକି ଚିନ୍ତିତ  ଥାଆନ୍ତି ,ତା’ଠାରୁ ଅଧିକ ହ୍ୟାକିଂ ନେଇ ଚିନ୍ତିତ ରହିବା ଦରକାର ।

 ସର୍ବସାଧାରଣ ୱାଇଫାଇକୁ ସୁରକ୍ଷିତ ଭାବେ କିପରି ବ୍ୟବହାର କରିପାରିବେ….

– ନିଜର ଲାପଟପ ଓ ମୋବାଇଲକୁ ଏକା ଛାଡନ୍ତୁ ନାହିଁ ।

– ୱାଇଫାଇ ଯୋଗାଉଥିବା ଓ ସଂଯୋଗ ପ୍ରକିୟା ବିଷୟରେ ଜାଣନ୍ତୁ ।

– ହଟସ୍ପଟ ବ୍ୟବହାର କରିବା ସମୟରେ ଫାଇଲ ଶେୟାରିଂ ବନ୍ଦ କରିଦିଅନ୍ତୁୁ ।

– ସର୍ବସାଧାରଣ ୱାଇଫାଇକୁ ଅନଲାଇନ ବ୍ୟାଙ୍କିଂ ପାଇଁ କେବେ ବି ବ୍ୟବହାର କରନ୍ତୁ ନାହିଁ ।

– ଏମିତି କିଛି ବ୍ରାଉଜ କରନ୍ତୁ ନାହିଁ ଯାହା ଆପଣଙ୍କ ଗୋପନୀୟ ଡାଟା ମାଗୁଛି ।

ଏହାର କୌଣସି ଉପାୟ ନଥିଲେ ମଧ୍ୟ ଆପଣ ନିଜର ସୁରକ୍ଷା ପାଇଁ ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ (ଭିପିଏନ) ବ୍ୟବହାର କରିପାରନ୍ତି ।