ଔଷଧ ଖାଇବା ଓ କିଣିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ! ନଚେତ ହଇରାଣରେ ପଡିବେ ।

81

ସାଧାରଣତଃ ଲୋକମାନେ ବଡ ରୋଗରେ ପୀଡିତ ନହେଲେ ଡାକ୍ତରଙ୍କ ପାଖକୁ ଯାଇ ନଥାନ୍ତି । ଛୋଟ ଛୋଟ ରୋଗ ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଲୋକମାନେ ମେଡିକାଲ ଷ୍ଟୋରରୁ ଔଷଧ କିଣି ଖାଇଥାନ୍ତି । କିନ୍ତୁ ଏହା ଅତ୍ୟନ୍ତ ମାରାତ୍ମକ । କାରଣ ଏମିତି କିଛି ଔଷଧ ରହିଛି ଯାହା ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଦ୍ୱାରା ପାଶ୍ୱର୍ ପ୍ରତିକ୍ରିୟା ବା ସାଇଡ ଇଫେକ୍ଟ ଦେଖା ଦେଇଥାଏ । ଏକ ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ, ୪୬ ପ୍ରତିଶତ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇଥାନ୍ତି । ଏହାଛଡା ୩୦ ପ୍ରତିଶତ ଲୋକ ଡାକ୍ତରଙ୍କ ସହ ପରାମର୍ଶ କରିଥାନ୍ତି । କିନ୍ତୁ ତାହାକୁ ପୂରା ପାଳନ କରିନଥାନ୍ତି । ଡାକ୍ତର ଦେଇଥିବା ଔଷଧ ଶେଷ ନକରି ଶରୀର ସୁସ୍ଥ ହୋଇଗଲେ ଏହାକୁ ବନ୍ଦ କରି ଦେଇଥାନ୍ତି । କିନ୍ତୁ ପରେ ଦେହ ଅସୁସ୍ଥ ହେଲେ ପୂର୍ବ ଔଷଧରେ କାମ ଚଳାଇ ଦେଇଥାନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଇବା ଦ୍ୱାରା କେଉଁ ଅସୁବିଧାର ହୋଇଥାଏ ତାହା ଜାଣିଲେ ଆଶ୍ଚଯ୍ୟ ହେବେ ।

-ଡାକ୍ତରଙ୍କ ପରାମର୍ଶ ବିନା ଅନ୍ୟ କାହାର ପ୍ରେସକ୍ରିପସନ ଅନୁଯାୟୀ ଔଷଧ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଅନେକ ସମୟରେ ସମସ୍ୟା କମିବା ପରିବର୍ତ୍ତେ ବଢିଯାଇଥାଏ । ରୋଗ ଗୋଟିଏ ପ୍ରକାର ହୋଇଥିଲେ ମଧ୍ୟ ଅନ୍ୟ କାହାର ପ୍ରେସକ୍ରିପସନ ଅନୁଯାୟୀ ଔଷଧ ବ୍ୟବହାର କରିବା ଅନୁଚିତ ।

-ଯେମିତି ଅଳ୍ପ ବିଦ୍ୟା ଭୟଙ୍କରୀ । ଠିକ୍ ସେହିଭଳି ଅଧାରୁ ଚିକିତ୍ସା ଛାଡିବା ମଧ୍ୟ ଅତ୍ୟନ୍ତ କ୍ଷତିକାରକ । ଉଦାହରଣ ଅନୁଯାୟୀ, ରକ୍ତଚାପ, ଡାଇବେଟିସ, ଯକ୍ଷ୍ମା ଭଳି ରୋଗର ଚିକିତ୍ସା ଅଧାରୁ ଛାଡିବା ଦ୍ୱାରା ରୋଗୀଙ୍କ ପାଇଁ ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିଥାଏ ।

-ସର୍ବଦା ରେଜିଷ୍ଟର ମେଡିକାଲ ଷ୍ଟୋରରୁ ଔଧେ କିଣନ୍ତୁ । ଏହାଛଡା ଔଷଧ କିଣିବା ବେଳେ ରସିଦ ନେବାକୁ ଆଦୌ ଭୁଲନ୍ତୁ ନାହିଁ ।

-ଔଷଧ କିଣିବା ବେଳେ ଔଷଧର ଶେଷ ଅବଧି ଦେଖିବାକୁ ଆଦୌ ଦେଖିବାକୁ ଭୁଲନ୍ତୁ ନାହିଁ ।

– ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହିଁ ମେଡିକାଲ ଷ୍ଟୋରରୁ ଔଷଧ କିଣନ୍ତୁ ।

– ଅଧିକାଂଶ ଲୋକ ଫ୍ରିଜରେ ଔଷଧ ରଖିଥାନ୍ତି, କିନ୍ତୁ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଫ୍ରିଜରେ ରଖନ୍ତୁ ନାହିଁ ।

-ଔଷଧକୁ କେବେ ଗୋଟିଏ ବୋତଲରୁ ଅନ୍ୟ ବୋତଲକୁ ବଦଳାନ୍ତୁ ନାହିଁ । ଏହାଦ୍ୱାରା ଔଷଧର ପ୍ରଭାବ ନଷ୍ଟ ହୋଇଥାଏ ।

-ବିଷାକ୍ତ ଔଷଧ ପାଖରେ ବ୍ୟବହାର କରୁଥିବା ଔଷଧ ଆଦୌ ରଖନ୍ତୁ ନାହିଁ ।

-ଖାଲି ଥିବା ଔଷଧ ବୋତଲକୁ କବାଡି ବାଲାଙ୍କୁ ଆଦୌ ଦିଅନ୍ତୁ ନାହିଁ । ଏହି ବୋତଲକୁ ବ୍ୟବହାର କରି ନକଲି ଔଷଧ ପ୍ରସ୍ତୁତ କରିଥାନ୍ତି ।