ମାତ୍ର ୧ ମିନିଟରେ କରିହେବ ତତ୍କାଳ ଟିକେଟ୍ ବୁକିଂ ! ଆଇଆରସିଟିର ନୂତନ ବ୍ୟବସ୍ଥା ଯୋଗୁଁ ଲାଭବାନ ହେବେ ଲକ୍ଷ ଲକ୍ଷ ରେଳଯାତ୍ରୀ

55

ଭାରତୀୟ ରେଳବାଇ ଟିକେଟ୍ ବୁକିଂ ସିଷ୍ଟମ ଅର୍ଥ ଆଇଆରିସିଟିସି ଗ୍ରାହକଙ୍କୁ ଅନଲାଇନ୍ ଟିକେଟ୍ ବୁକ କିରିବାର ସୁବିଧା ପ୍ରଦାନ କରିଛି । ଯାତ୍ରୀଙ୍କ ସୁବିଧା ପାଇଁ ଆଇଆରସିଟିସି ଇ-ୱାଲେଟ୍ ଉପସ୍ଥାପନ କରିଛି, ଯାହାକୁ ଟିକେଟ ବୁକ୍ କରିବା ପାଇଁ ଗ୍ରାହକ ବ୍ୟବହାର କରିପାରିବେ । ତେବେ ଏହାର ବ୍ୟବହାର କେବଳ ଆଣ୍ଡ୍ରଏଡ଼୍ ଆପ୍ (IRCTC Rail Connect) ଦ୍ୱାରା ହିଁ କରାଯାଇପାରିବ । ଆଇଆରସିଟିସିର ଟ୍ୱିଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟ୍ ମୁତାବକ ଏବେ ଯାତ୍ରୀ ଆଇଆରସିଟିସି ଆପ୍ ଜରିଆରେ ତତ୍କାଳ ଟିକେଟ ବୁକ କରିବା ସମୟରେ ଇ-ୱାଲେଟ୍ ବ୍ୟବହାର କରିପାରିବେ ।

ଜାଣନ୍ତୁ କିପରି ଇ-ୱାଲେଟର ବ୍ୟବହାର କରିବେ ?
– ଏଥିପାଇଁ ୟୁଜରଙ୍କୁ ଆଇଆରସିଟିସି ଜରିଆରେ ଇ-ୱାଲେଟରେ ରେଜିଷ୍ଟର କରିବା ପାଇଁ ପଡ଼ିବ ।
– ଆଇଆରସିଟିସି ୱେବବସାଇଟ ଯାଇ ଆଇଆରସିଟି ଇ-ୱାଲେଟ ସେକ୍ସନ ଅନ୍ତର୍ଗତ ଆଇଆରସିଟିସି ଇ –ୱାଲେଟ୍ ରେଜିଷ୍ଟ୍ରେସନରେ କ୍ଲିକ୍ କରନ୍ତୁ ।
– ଏଥିପାଇଁ ୟୁଜର୍ସକୁ ଭେରିଫିକେସନ୍ ପ୍ରୋସେସ୍ ପାଇଁ ପ୍ୟାନ୍ ଓ ଆଧାର ସମେତ କିଛି ଅନ୍ୟ ଡିଟେଲ ଏଂଟର କରିବା ପାଇଁ ହୋଇଛି ।
– ପ୍ରୋସେସ୍ ପରେ ୫୦ ଟଙ୍କାର ୱାନ୍ ଟାଇମ୍ ପେମେଣ୍ଟ କରିବା ପାଇଁ ପଡ଼ିବ ।
– ଏହାପରେ ଇ-ୱାଲେଟକୁ ନ୍ୟୁନତମ ୧୦୦ ଟଙ୍କା ଟ୍ରାନ୍ସଫର କିରବା ପାଇଁ ପଡ଼ିବ । ସୂଚନାଯୋଗ୍ୟ ଏହି ୱାଲେଟରେ ୟୁଜର ରାଶି ଜମା କରିବାର ଅଧିକତମ ସୀମା ୧୦,୦୦୦ ଟଙ୍କା ।

ଇ-ୱାଲେଟର ଲାଭ –
ରେଳବାଇ ଇ-ୱାଲେଟରେ ୟୁଜର ଯେତିକି ରାଶିରେ ଟିକେଟ ବୁକ କରିବା ପାଇଁ ଚାହାନ୍ତି, ସେତିକି ରାଶି ୱାଲେଟକୁ ଟ୍ରାନ୍ସଫର କରିପାରିବେ । ଯାହାଦ୍ୱାରା ତତ୍କାଳ ଟିକେଟ୍ ବୁକ୍ କରିବା ସମରେ ତୁରନ୍ତ ପେମେଣ୍ଟ କରାଯାଇପାରିବ । ଅନେକ ଥର ତତ୍କାଳ ଟିକଟେ ବୁକ କରିବା ସମୟରେ କାର୍ଡ଼ ଡିଟେଲ୍ ଦେବା ସମୟରେ ବିଳମ୍ବ ହୁଏ ଯଦ୍ୱାରା ଟିକେଟ ବୁକ୍ ହୋଇପାରେନାହିଁ । ଏହଦ୍ୱାରା ଇ-ୱାଲେଟ୍ ୟୁଜରଙ୍କୁ ଅନେକ ସୁବିଧା ପ୍ରଦାନ କରିଥାଏ ।