ଯେକୌଣସି ଆଣ୍ଡ୍ରଏଡ୍ ଆପ୍ ରେ କରିପାରିବେ ‘ଗୁଗଲ ଟ୍ରାନ୍ସଲେଟ’ର ବ୍ୟବହାର ? ଜାଣନ୍ତୁ ଏହାର ସହଜ ପ୍ରକ୍ରିୟା

45

ଗୁଗଲ ଅପ୍ରେଲ୍ ୨୦୦୬ରେ ନିଜର ଟ୍ରାନ୍ସଲେଟ୍ ଆପ୍ ଲଂଚ କରିଥିଲା । ଏବଂ ସେଦିନ ଠାରୁ ଗୁଗଲ ୟୁଜର ଏକ୍ସପିରିଏନ୍ସକୁ ବଲ କରିବା ପାଇଁ ଏଥିରେ ନୂଆ ନୂଆ ଫିଚର ଯୋଡିବାକୁ ଯାଉଛି । ଏହି ଆପ୍ ର ସାହାଯ୍ୟରେ ଆପଣ ସହଜରେ ଏକ ଭାଷାରୁ ଦ୍ୱିତୀୟ ଭାଷାରେ ଲେଖାକୁ ଟ୍ରାନ୍ସଲେଟ୍ କରିପାରିବେ । ଏହାସହ ଏହି ଆପ୍ ଅନଲାଇନ୍ ବ୍ୟତୀତ ଅଫଲାଇନ୍ ମଧ୍ୟ କାମ କରେ । ଏଥିପାଇଁ ଯଦି ଆପଣଙ୍କର ଇଂଟରନେଟ୍ କନେକ୍ସନ କାମ କରୁନାହିଁ , ତେବେ ବି ଆପଣ ଏହାକୁ ସହଜରେ ବ୍ୟବହାର କରିପାରିବେ ।

ଏହି ଆପ୍ ବିଶ୍ୱର ୧୦୦ଟି ଅଲଗା ଅଲଗା ଭାଷାକୁ ସପୋର୍ଟ କରିଥାଏ । ଆପଣ ଜାଣନ୍ତି କି ଏହି ଗୁଗଲ ଟ୍ରାନ୍ସଲେଟ୍ ଆପ୍ କୁ ଯେକୌଣସି ଆଣ୍ଡ୍ରଏଡ୍ ଆପରେ ବ୍ୟବହାର କରିପାରିବେ । ଏହି ଆପ୍ ‘ଟ୍ୟାପ୍ ଟୁ ଟ୍ରାନ୍ସଲେଟ୍ ’ ଫିଚର ସହ ଆସିଥାଏ । ଯେଉଁଥିରେ ୟୁଜର ଯେଉଁ ଆପ୍ ରେ ଚାହିଁବେ ଏହାର ବ୍ୟବହାର କରିପାରିବେ । ତାହା ୱାଟ୍ସଆପ୍ ହେଉ ବା ଫେସବୁକ୍ ମେସେଂଜର । ଏହି ଫିଚରର ବ୍ୟବହାର ଯେକୌଣସି ଆପ୍ ରେ ବ୍ୟବହାର କରିପାରିବେ ।

ଏଥିପାଇଁ ୟୁଜରଙ୍କୁ କିଛି ସହଜ ଷ୍ଟେପକୁ ଫଲୋ କରିବାକୁ ହୋଇଥାଏ । ଏଥିପାଇଁ କି ‘ଟ୍ୟାପ୍ ଟୁ ଟ୍ରାନ୍ସଲେଟ୍’ ଫିଚରର ବ୍ୟବହାର ସହଜରେ କରିହେବ । ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେଷ୍ଟୋରରୁ ଏହି ଆପ୍ ର ଲାଟେଷ୍ଟ ଭର୍ସନ ଡାଉନଲୋଡ୍ କରିବାକୁ ହେବ । ଥରେ ଡାଉନଲୋଡ୍ ହେବା ପରେ ଆପ୍ ର ଟପ୍ ଲେଫ୍ଟରେ ଦିଆଯାଇଥିବା ୩-ଲାଇନ୍ ବଟନରେ କ୍ଲିକ୍ କରନ୍ତୁ । ଏବଂ ଆପ୍ ର ସେଟିଂ କୁ ଯାଆନ୍ତୁ । ସେଟିଂ ରେ କ୍ଲିକ୍ କରିବା ପରେ ଆପଣ ସାମ୍ନାରେ ପ୍ରଥମ ଅପସନ୍ ‘ଟାପ୍ ଟୁ ଟ୍ରାନ୍ସଲେଟ୍’ କୁ ଯାଆନ୍ତୁ ।

ଆପଣଙ୍କୁ ଏହା ଉପରେ ଟାପ୍ କରି ଏହାକୁ ଏନେବଲ୍ କରିବାକୁ ହେବ । ଏହି ପ୍ରୋସେସ୍ ପରେ ‘ଟାପ୍ ଟୁ ଟ୍ରାନ୍ସଲେଟ୍ ’ ଫିଚର ପ୍ରତି ଆଣ୍ଡ୍ରଏଡ୍ ଆପ୍ ପାଇଁ କାମ କରିବ । ଯେକୌଣସି ଆପ୍ କୁ ଯାଇ ଏହାକୁ ଚେକ୍ କରିପାରିବେ । ଉଦାହରଣ ସ୍ୱରୂପ ଆପଣ ହ୍ୱାଟ୍ସଆପକୁ ଗଲେ ଏବଂ ଯେକୌଣସି ମେସେଜ ଯାହାକୁ ଆପଣ ଟ୍ରାନ୍ସଲେଟ୍ କରିବାକୁ ଚାହୁଁଛନ୍ତି , ଏହାକୁ ସିଲେକ୍ଟ କରି କପି କରନ୍ତୁ । ଏହାପରେ ଆପଣ ଗୁଗଲ ଟ୍ରାନ୍ସଲେଟ୍ ର ଆଇକନ ଟପ୍ ରାଇଟ୍ କର୍ଣ୍ଣରରେ ନଜର ଆସିବ । ଆପଣଙ୍କୁ ଏହା ଉପରେ ଟାପ୍ କରିବାକୁ ହେବ । ଏହାପରେ ଆପଣ ମେସେଜକୁ ନିଜ ଭାଷାରେ ଟ୍ରାନ୍ସଲେଟ୍ ପଢିପାରିବେ ।  ଏହି ଫିଚର ଦ୍ୱାରା ଆପଣଙ୍କୁ କୌଣସି ଟେକ୍ସଟ୍ ଟ୍ରାନ୍ସଲେସନ କରିବା ପାଇଁ ଏକ ଆପ୍ ରୁ ଦ୍ୱିତୀୟ ଆପ୍ କୁ ଯିବାର ଆବଶ୍ୟକତା ନାହିଁ ।

(ସୌଜନ୍ୟ- ନବଭାରତ ଟାଇମ୍ସ )