ଆପଣଙ୍କ ଆଧାର କାର୍ଡ଼ ତ୍ରୁଟିପୂର୍ଣ୍ଣ ଅଛି କି ? ଘରେ ବସି ବସି କରିପାରିବେ ସଂଶୋଧନ

130

ଆଧାର ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦସ୍ତାବିଜ ହୋଇସାରିଛି । ଛୋଟରୁ ବଡ଼ କିଛି ବି କାମ କରିବା ପାଇଁ ଆଧାରକୁ ଗରୁତ୍ୱ ଦିଆଯାଉଛି । ଆଧାର କାର୍ଡକୁ ବ୍ୟାଙ୍କ ଖାତା ଏବଂ ଅନ୍ୟ ସେବା ସହିତ ଲିଂକ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପାଖେଇ ଆସିଲାଣି । ଯଦି ଆପଣ ଆପଣଙ୍କ ଆଧାର କାର୍ଡ ସମ୍ପର୍କୀତ ସୂଚନା ଅପଡେଟ କରିବାକୁ ଚାହୁଁଛନ୍ତି, ତେବେ ଆଧାର କାର୍ଡ ଲିଂକ କରିବା ପାଇଁ କୌଣସି କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ବରଂ ଘରେ ବସି ଆପଣ ଏହି କାମ ସହଜରେ କରିପାରିବେ । ତେବେ ଆସନ୍ତୁ ଜାଣିବା, ଏହାର କେତେକ ସହଜ ଉପାୟ ।

ଆଧାର ନମ୍ବର ବାବଦରେ ସୂଚନା ଜାଣିବା ପାଇଁ, ଷ୍ଟାଟସ ଚେକ୍ କରିବା ଭଳି ଅନ୍ୟ କାମ ପାଇଁ ଏବେ ଆପଣଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲ ଭିଜିଟ କରିବାକୁ ପଡିବ ନାହିଁ । ୟୁଆଇଡିଏଆଇ ଆଧାର ସହ ଯୋଡିବା ପାଇଁ ଏବେ ଗୋଟିଏ ହିଁ ପୋର୍ଟାଲ ଉପରେ ବିଭିନ୍ନ ସୁବିଧା ଉପଲବ୍ଧ କରି ଦିଆଯାଇଛି । ୟୁଆଇଡିଏଆଇ ପୋର୍ଟାଲର ୟୁନିଫର୍ମ ରିସୋର୍ସ ଲୋକେଟର (ୟୁଆଇଏଲ)କୁ ପରିବର୍ତ୍ତନ କରାଯାଇଛି । ଏବେ uidai.gov.in ସ୍ଥାନରେ https://uidai.gov.in/beta/ ହୋଇଯାଇଛି । ଦେଶର ୧୦୫ କୋଟିରୁ ଅଧିକ ଜନତାଙ୍କ ଆଧାର ନମ୍ବର ମିଳିବା ପରେ ହିଁ ୟୁଆଇଡିଏଆଇରେ ଏଭଳି ପରିବର୍ତ୍ତନ କରା ଯାଇଛି ।

ଆପଣ କେଉଁ ସବୁ ଜିନିଷକୁ କରିପାରିବେ ଅପଡେଟ :
ଆପଣ ଆପଣଙ୍କ ନାମ, ଠିକଣା, ଜନ୍ମ ତାରିଖ, ବୟସ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ ଆଦି ସବୁ ଅନଲାଇନ କିମ୍ବା ପୋଷ୍ଟ ଦ୍ୱାରା ଦସ୍ତାବିଜ ପଠାଇ ଅପଡେଟ କରିପାରିବେ ।

ସଂଶୋଧନ ଓ ଅପଡେଟ ଏପରି କରନ୍ତୁ :

ଆଧାର କାର୍ଡ ବନାଇବା ପାଇଁ ଏବେ ପ୍ରକ୍ରିୟାକୁ ଆହୁରି ସହଜ କରି ଦିଆଯାଇଛି । ଏବେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ଲଗାଇ ଅନଲାଇନ ଫର୍ମ ପୂରଣ କରି ଆଧାର କାର୍ଡ ତିଆରି ହେଉଛି । ଏସବୁ ପରେ ମଧ୍ୟ ଅନେକ ଭୁଲ ହୋଇଥାଏ । ତେବେ ଏହାକୁ ଆପଣ ତିଆରି କରିସାରିବା ପରେ ମଧ୍ୟ ସଂଶୋଧନ କରିପାରିବେ । ଆଧାର କାର୍ଡରେ ହୋଇଥିବା ଭୁଲକୁ ଘର ବସି ଲୋକମାନେ ୱେବସାଇଟ ଜରିଆରେ ସଂଶୋଧନ କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୪ଟି ଷ୍ଟେପ ଅବଲମ୍ବନ କରିବାକୁ ପଡିବ । ତେବେ ଜାଣି ରଖୁନ୍ତୁ, ଏହି ୪ଟି ଷ୍ଟେପ କ’ଣ ରହିଛି । ଯାହା ଆପଣଙ୍କୁ ଖବୁ ସହାୟତା କରିବ ।

ଷ୍ଟେପ ୧: https://ssup.uidai.gov.in ୱେବସାଇଟକୁ ଯାଆନ୍ତୁ । ଆପଣଙ୍କ ଆଧାର ନମ୍ବର ଏଥିରେ ଏଟ୍ରିଂ କରନ୍ତୁ । ତା’ପରେ କ୍ୟାପଚା ଦିଅନ୍ତୁୁ । ଆପଣ ଯେଉଁ ମୋବାଇଲ ନମ୍ବର ଦେଇଛନ୍ତି, ସେଥିରେ ଏକ ଓଟିପିି ( ୱାନ ଟାଇମ ପାସୱାର୍ଡ ) ନମ୍ବର ମେସେଜ ଆସିବ । ଉକ୍ତ ଓଟିପିକୁ ବକ୍ସରେ ଏଂଟ୍ରି କରନ୍ତୁ । ଏପରି କରିବା ଦ୍ୱାରା ୱେବସାଇଟ ଲଗ୍ ଇନ ହୋଇଯିବ ।

ଷ୍ଟେପ ୨: ଏବେ ଆପଣଙ୍କ ସାମ୍ନାରେ ନାମ, ଠିକଣା, ଜନ୍ମଦିନ, ଲିଙ୍ଗ, ମୋବାଇଲ ନମ୍ବର, ଇମେଲ ଆଦି ସମ୍ବନ୍ଧିତ ଏକ ୱିଣ୍ଡୋ ଆସିଯିବ । ଆପଣଙ୍କୁ ଆଧାର କାର୍ଡର ସଂଶୋଧନର ଅନୁରୋଧ ଇଂରାଜୀ ଓ ଆପଣଙ୍କ ଆଂଚଳିକ ଭାଷାରେ ଏଂଟ୍ରି କରିବାକୁ ପଡିବ । ଏହାପରେ ଆପଣ ସଠିକ ସୂଚନା ଦେଇ ଭର୍ତ୍ତି କରିପାରିବେ ।

ଷ୍ଟେପ ୩ : ଡାଟା ଅପଡେପ କରିବା ପରେ ପ୍ରୋସିଡ଼୍ ଉପରେ କ୍ଲିକ କରନ୍ତୁ । ଆପଣ ନୂଆ ସୂଚନାକୁ ସମର୍ଥନ କରିବାର ସମସ୍ତ ସମ୍ବନ୍ଧୀତ ଦସ୍ତାବିଜକୁ ଅପଲୋଡ କରି ଦିଅନ୍ତୁ । ଏହାପରେ Confirm ଅପ୍ସନରେ କ୍ଲିକ କରନ୍ତୁ । ତା’ପରେ ଏକ୍ସିସ ଓ କାର୍ବିସ ଯେଉଁଥିରେ ହେଲେ କ୍ଲିକ କରି ଏଂଟ୍ରି କରନ୍ତୁ । ଏପରି ସମସ୍ତ ସୂଚନା ଅପଡେଟ ହେଇଯିବା ପରେ ଅପଡେଟସ ମେସେଜ ଆପଣଙ୍କ ମୋବାଇଲକୁ ଆସିଯିବ, ଯେଉଁଥିରେ ଗୋଟେ ୟୁଆରଏନ ନମ୍ବର ରହିଥିବ ।

ଷ୍ଟେପ ୪ : ତେବେ ଶେଷରେ ଆଧାର ନମ୍ବର ଓ ଟଜଘ URN ଏଂଟ୍ରି କରି ଲଗ ଆଉଟ୍ କରି ଦିଅନ୍ତୁ । ପୁଣିଥରେ ଡାଟା ଅପ୍ସନକୁ ଯାଆନ୍ତୁ, ଆପଣଙ୍କ ଆଧାର ନମ୍ବର କିମ୍ବା URN ନମ୍ବର ପ୍ରବେଶ କରି ଥରେ ଚେକ କରନ୍ତୁ । ଏହାକୁ ପ୍ରବେଶ କରିବା ପରେ ଅପଡେଟ ମେସେଜ ଆପଣଙ୍କ ମୋବାଇକୁ ଆସିଯିବ ।