ପ୍ୟାନ୍ କାର୍ଡ଼ରେ ନିଜ ଠିକଣା ଅପଡେଟ୍ କରିବାକୁ ଚାହୁଁଛନ୍ତି କି ! ତେବେ ଜାଣିରଖନ୍ତୁ ଏହାର ଷ୍ଟେପ୍ ବାଏ ଷ୍ଟେପ୍ ପ୍ରୋସେସ୍ । 

62

ପ୍ୟାନ୍ କାର୍ଡ଼ରେ କୌଣସି ଠିକଣା ଅପଡେଟ୍ କରିବାକୁ ଚାହୁଁଥିଲେ ଏନଏସଡିଏଲର ଇ- ଗଭର୍ନଣ୍ଟେ ୱେବସାଇଟରେ ଟିଆଇଏନ୍ ଡଟ୍ ଏନଏସଡିଏଲ୍ ଡଟ୍ କମ୍ ଜରିଆରେ ଅପଟେଟ୍ କିମ୍ବା ବଦଳାନ୍ତୁ । ଆପଣଙ୍କୁ ଏଠାରେ କହିରଖୁଛୁ ଯେ ପ୍ୟାନ୍ କାର୍ଡ଼ରେ ୧୦ ଟି ଅଙ୍କ ଥାଏ । ଆପଣଙ୍କ ଜାଣିବା ପାଇଁ କହିରଖୁଛୁ କି ଟିଆଇଏନ୍ (ଟ୍ୟାକ୍ସ୍ ଇନଫରମେସନ୍ ନେଟୱର୍କ) ହେଉଛି ଆୟକର ବିଭାଗର ଏକ ପ୍ରକ୍ରିୟା ଯେଉଁଥିରେ ଆକାଉଣ୍ଟିଙ୍ଗ୍,ଜମା ଆଦିର ସୂଚନା ଆଧୁନିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷକାରୀଙ୍କୁ ଦିଆଯିବା ପାଇଁ ଚେଷ୍ଟା ଚାଲିଛି । ଟିଆଇଏନ୍ ଜରିଆରେ ପ୍ୟାନ୍ କାର୍ଡ଼ରେ ଠିକଣାକୁ ଅପଡେଟ୍ କରାଯାଏ କିମ୍ବା ବଦଳା ଯାଇଥାଏ । ତେବେ ଏହାକୁ କିଭଳି ଏବଂ କେଉଁ ପ୍ରକ୍ରିୟାରେ ଅପଡେଟ୍ କରିହେବ ତାହା ଜାଣିରଖନ୍ତୁ ।

୧. ପ୍ୟାନ୍ କାର୍ଡ଼ରେ ଯେ କୌଣସି ଠିକଣା ଅପଡେଟ୍ କରିବାକୁ ଚାହୁଁଥିଲେ ଆବେଦନକାରୀଙ୍କୁ ପ୍ୟାନ୍ ଡାଟା ଫର୍ମ ରିକ୍ୱେଷ୍ଟରେ ଫର ନ୍ୟୁ ପ୍ୟାନ୍ କାର୍ଡ଼ ଚେଞ୍ଜେସ୍ ଏବଂ କନେକ୍ସନ୍ ରେ ଫର୍ମ ପୂରଣ କରିବାକୁ ପଡିବ ।

୨. ଆବେଦନକାରୀଙ୍କୁ ଫର୍ମର ସବୁ ଶୂନ୍ୟସ୍ଥାନ ପୂରଣ କରିବାକୁ ପଡିବ । ଏହାସହ ଠିକଣାରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ଫର୍ମର ଠିକଣା ଆଗରେ ଥିବା ଏକ ବାକ୍ସରେ ଠିକ୍ ଚିହ୍ନ ଦେବାକୁ ପଡିଥାଏ । ଅନଲାଇନ୍ ଫର୍ମର ସ୍ଥିତିରେ ଏହି ବାକ୍ସ ପୂର୍ବରୁ ହିଁ ଠିକ୍ ଚିହ୍ନ ଥାଏ ।

୩. ଆବେଦନକାରୀଙ୍କୁ ଏହା ସ୍ପଷ୍ଟ ରୂପେ ଲେଖିବାକୁ ପଡିବ ଯେ ଏହା ତାଙ୍କ ଘର ଠିକଣା ନା ଅନ୍ୟ କୌଣସି ସ୍ଥାନର ଠିକଣା ।

୪. ବ୍ୟକ୍ତିଗତ ଏବଂ ଏଚୟୁଏଫ୍ (ହିନ୍ଦୁ ଅନଡିଭାଇଡେଟ୍ ପ୍ୟାମିଲି) କୁ ଛାଡି ଅନ୍ୟ ସବୁ ଆବେଦକାରୀଙ୍କ ପାଇଁ ଏହା ଅନିବାର୍ଯ୍ୟ ଅଟେ କି ନାହିଁ ସେ ବିଷୟରେ ଅଫିସ୍ ଠାରୁ ସମ୍ପୁର୍ଣ୍ଣ ତଥ୍ୟ ପଚାରି ବୁଝନ୍ତୁ ।

୫. ଯଦି ଆବେଦନକାରୀ ଅନ୍ୟ କୌଣସି ସ୍ଥାନର ଠିକଣା ଦେବାକୁ ଚାହୁଁଥାନ୍ତି ତେବେ ଏନେଇ ଅନ୍ୟ ଏକ ସିଟରେ ଲିଖିତ ଭାବରେ ଅବଗତ କରିବାକୁ ପଡିବ ଏବଂ ମୁଖ୍ୟ ପେପରରେ ଆଟାଚ୍ କରିବାକୁ ପଡିବ ।

୬. ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ୮ ଅଙ୍କ ଆଗ ବାକ୍ସରେ ଠିକ୍ ଚିହ୍ନ ଦେବାକୁ ପଡିଥାଏ ।

୭. ଆବେଦନକାରୀଙ୍କୁ ଠିକଣା ସ୍ଥାନର ସମସ୍ତ ପ୍ରମାଣ ପତ୍ର ଦେବା ଅନିବାର୍ଯ୍ୟ ଅଟେ ।

୮. ଫର୍ମ ସହ ସବୁ ଡକ୍ୟୁମେଣ୍ଟର ଜେରକ୍ସ ମଧ୍ୟ ଦେବା ଅନିବାର୍ଯ୍ୟ ଅଟେ ।