ଘଂଚ ଜଙ୍ଗଲରେ କେମିତି ଦିଆଯିବ ନିଶ୍ଚେତକ ! ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଦରକାର ହାତୀ, ଡ୍ରୋନ୍ କ୍ୟାମେରା ଓ ପାଦ ଚିହ୍ନ ଯନ୍ତ୍ର ।

36

କନକ ବ୍ୟୁରୋ : ବାଘ ଏକ ହିଂସ୍ର ପ୍ରାଣୀ । ତାକୁ କାବୁ କରିବା ଏତ ସହଜ ନୁହେଁ । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ ଆବଶ୍ୟକ, ସ୍ୱତନ୍ତ୍ର କୌଶଳ ଓ ଯନ୍ତ୍ରପାତି । ଘଂଚ ଜଙ୍ଗଲରେ ବାଘକୁ ଟ୍ରାଙ୍କୁଲାଇଜ୍ କରିବା ଏତେ ସହଜ ନୁହେଁ । ଟ୍ରାଙ୍କୁଲାଇଜ୍ ଟିମ୍ ପାଇଁ କାଠିକର ପାଠ ହୋଇଥାଏ ବାଘକୁ ଅଚେତ କରି ତାକୁ ଏନକ୍ଲୋଜରରେ ପୁରାଇବା । ବାଘ ଧରିବା ପାଇଁ ରହିଛି କିଛି ସ୍ୱତନ୍ତ୍ର ରଣନୀତି । ନହେଲେ ବାଘ ହାବୁଡରୁ ମୁକୁଳିବା ଅସମ୍ଭବ ।

ବାଘ ଧରିବାକୁ ହାତୀ :

ସାଧାରଣତଃ ବାଘ ଧରିବାକୁ ହାତୀର ବ୍ୟବହାର ହୋଇଥାଏ । ହାତୀ ଉପରକୁ ଡେଇଁ ବାଘ, ଆକ୍ରମଣ କରିବା ଏତେ ସହଜ ନୁହେଁ । ଜଙ୍ଗଲ ମଧ୍ୟରେ ବାଘ-ହାତୀ ଲଢେଇ ବି କରନ୍ତି ନାହିଁ । ତେଣୁ ହାତୀ ପିଠିରେ ବସି ବାଘକୁ ନିଶ୍ଚେତକ ଦେଇଥାନ୍ତି ଟ୍ରାଙ୍କୁଲାଇଜର ଟିମ୍ ।

ଡ୍ରୋନ୍ :

ବାଘ ଧରିବାର ଆଉ ଏକ ଉପାୟ ହେଲା ଡ୍ରୋନ୍ କ୍ୟାମେରା । ଡ୍ରୋନ୍ ଦ୍ୱାରା ବାଘର ଅବସ୍ଥିତି ଉପରେ ନଜର ରଖାଯିବା ସହଜ । ଫଳରେ ଘଂଚ ଜଙ୍ଗଲରେ ବାଘ କେଉଁଠି ଅଛି ତାର ସ୍ଥିତି ଚିହ୍ନଟ ହୋଇପାରିଥାଏ ।

ପାଦ ଚିହ୍ନ ଯନ୍ତ୍ର :

ବାଘ ଧରିବା ପୂର୍ବରୁ ତାର ଗତିବିଧି ଜାଣିବା ଜରୁରୀ । ଏଥିପାଇଁ ପ୍ରଥମେ ବାଘର ପାଦଚିହ୍ନ ଚିହ୍ନଟ କରାଯାଏ । ପରେ ଜଙ୍ଗଲରେ କ୍ୟାମେରା ଲଗାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଏ । ବାଘ ରହିଥିବା ସ୍ଥାନ ଠାବ ହେବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯାଏ । ବାଘର ଅବସ୍ଥିତି ଜାଣିବା ପରେ ବରିଷ୍ଠ ତଥା ଅଭିଜ୍ଞ ବିଶେଷଜ୍ଞ ମାନେ ବାଘକୁ ଟ୍ରାଙ୍କୁଲାଇଜ କରିଥାନ୍ତି । ତେବେ ବାଘକୁ ନିଶ୍ଚେତକ କରିବା ପୂର୍ବରୁ ଔଷଧର ପରିମାଣ ପ୍ରତି ବି ଧ୍ୟାନ ଦେବାକୁ ପଡିଥାଏ ।