ଆପଣଙ୍କ ସ୍ମାର୍ଟଫୋନ ହଜିଯାଇଛି କିମ୍ବା ପାଉନାହାନ୍ତି କି ? ଆପଣାନ୍ତୁ ଏହି ସରଳ ଉପାୟ

39

ଆପଣଙ୍କ ସ୍ମାର୍ଟଫୋନ ହଜିଯାଇଛି କିମ୍ବା ଆପଣ ଆପଣଙ୍କ ଫୋନ ଖୋଜି ପାଉନାହାନ୍ତି, ତେବେ ଚିନ୍ତିତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କୁ ଏପରି ଉପାୟ ବତାଇବୁ ଯାହା ଦ୍ୱାରା ଆପଣ ଫୋନ କେଉଁଠି ଅଛି ତୁରନ୍ତ ସେ ସ୍ଥାନ ବିଷୟରେ ଆପଣ ଜାଣିପାରିବେ । ପ୍ରକୃତକଥା ହେଲା ଏହା ଏକ ଆପ୍ଲିକେସନ, ଯାହାକୁ ଆପଣ ନିଜ ଓ ଅନ୍ୟ ଫୋନର ଇନଷ୍ଟଲ କରି ସେ ସ୍ଥାନ ସମ୍ପର୍କରେ ଜାଣିପାରିବେ ।

ଫୋନ ହଜିିଗଲେ କିମ୍ବା କେଉଁଠି ରଖି ଭୁଲିଗଲେ, ଏହି ଆପ ସାହାଯ୍ୟରେ ଆପଣ ନିଜର ଫୋନର ଲୋକେସନ ଜାଣି ପାରିବେ । ଏହି ଆପର ନାମ ହେଲା ‘ଜିପିଏସ ଟ୍ରାକର ବାଇ ଫଲୋ ମି’ । ଏହି ଆପକୁ ଆପଣ ଗୁଗୁଲ ପ୍ଲେଷ୍ଟୋରେରୁ ଇନଷ୍ଟଲ କରିପାରିବେ ।

ଏହି ଆପକୁ ଗୁଗୁଲ ପ୍ଲେଷ୍ଟୋରରେ ୪.୩ ତାରକା ଦିଆଯାଇଛି । ଏହି ଆପ ବିଷୟରେ ୧୩୦୦ ଲୋକ ନିଜର ଅନୁଭବ ଶେୟାର କରିଛନ୍ତି ଏବଂ ସବୁ ଗ୍ରାହକ ଏହି ଆପକୁ ଭଲ ରେଟିଂ ମଧ୍ୟ ଦେଇଛନ୍ତି । ଏହି ଆପକୁ ୩ ଅପ୍ରେଲ ୨୦୧୭ରେ ଅପଡେଟ କରାଯାଇଛି । ଏହି ଆପ ୨.୨ କିମ୍ବା ତା’ ଉପରକୁ ଆଣ୍ଡ୍ରଏଡ ଭର୍ସନ ସ୍ମାର୍ଟଫୋନ ପାଇଁ ବ୍ୟବହାର କରିହେବ । ଇତିିମଧ୍ୟରେ ଏହି ଆପକୁ ୫ ଲକ୍ଷ ଗ୍ରାହକ ଡାଡନଲୋଡ କରିସାରିଛନ୍ତି ।

ଜାଣନ୍ତୁ ଏହି ଆପର ବ୍ୟବହାର –

– ଗୁଗୁଲ ପ୍ଲେଷ୍ଟୋରକୁ ଯାଇ ଏହି ଆପକୁ ଡାଉନଲୋଡ କରନ୍ତୁ । ଏହାସହ ଧ୍ୟାନ ଦିଅନ୍ତୁ ନୀଳ ରଙ୍ଗ ଆଇକନ ଥିବା ଆପ ହିଁ ଡାଉନଲୋଡ କରନ୍ତୁ ।

– ଡାଉନଲୋଡ କରି ଆପକୁ ଓପନ କରି ସେଟିଂକୁ ଯାଆନ୍ତୁ ।

– ଏଠାରେ ଆପଣଙ୍କଭ ଆକାଉଂଟ ପଞ୍ଜୀକରଣ କରିବାକୁ ପଡିବ ।

– ଏଠାରେ ଏକ ୟୁଜର ନେମ ଓ ପାସୱାର୍ଡ ଦେବାକୁ ପଡିବ ।

– ଏବେ ଆପଣ ଦେଖିବେ ଆପଣଙ୍କ ଫୋନର ଉପରି ଭାଗରେ ଜିପିଏସର ଚିହ୍ନ ଆସିଯିବ । ଏବେ ଏହି ଆପରୁ ବାହାରକୁ ଆସି ଗୁଗୁଲ କ୍ରୋମକୁ ଯାଇ ‘ଜିପିଏସ ଟ୍ରାକର ବାଇ ଫଲୋ ମି’ ରେ ଓପନ କରନ୍ତୁ ।

– ଏହାପରେ ଆପଣଙ୍କୁୁ ଆଉଥରେ ଲଗ ଅନ କରାଇବାକୁ ପଡିବ । ଏଠାରେ ଆଗରୁ ଦିଅଯାଇଥିବା ୟୁଜର ନେମ ଓ ପାସୱାର୍ଡ ଦେବାକୁ ପଡିବ । ଏବେ ଆପଣଙ୍କ ସାମ୍ନାରେ ଏକ ପେଜ ଖୋଲିବ ଯେଉଁଠି କଣ୍ଟିନିଉ ଟୁ ମାଇ ମ୍ୟାପ ଲେଖାଯାଇଥିବ । ଏହା ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିବ । ଏଠାରେ ଆପଣଙ୍କ ଫୋନର ଲୋକେସନ ନଜର ଆସିବ ।