ଶୋଇଲାବେଳେ ଘୁଙ୍ଗୁଡି ମାରିବା ସମସ୍ୟା ଦେଖାଯାଉଛି କି ? ଚିନ୍ତା କରନ୍ତୁ ନାହିଁ ଘରୋଇ ଉପଚାର ମାଧ୍ୟମରେ ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ । 

118

ଶୋଇବା ସମୟରେ ଘୁଙ୍ଗୁଡି ମାରିବା ଅନେକ ଲୋକଙ୍କ ଅଭ୍ୟାସ । ଏଥିପାଇଁ ବେଳେ ବେଳେ  ଲଜ୍ଜିତ ମଧ୍ୟ ହେବାକୁ ପଡିଥାଏ । କାରଣ ଘୁଙ୍ଗୁଡି ମାରିଲେ ପାଖରେ ଶୋଇଥିବା ସାଥୀ ବିରକ୍ତ ହୋଇଥାନ୍ତି । ତେବେ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ନିଜ ରୋଷେଇ ଘରେ ଥିବା ସାମଗ୍ରୀକୁ ଔଷଧ ଭାବରେ ବ୍ୟବହାର କରି ପାରିବେ । ଘରୋଇ ଉପାୟରେ ଘୁଙ୍ଗୁଡିରୁ ପାଇ ପାରିବେ ମୁକ୍ତି  ।

 

. ଏକ କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଓ ଏକ ଚାମଚ ମହୁ ମିଶାଇ ଭଲରେ ମିଶାନ୍ତୁ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହି ପାଣିକୁ ପିଅନ୍ତୁ । ଏମିତି କିଛି ଦିନ କରିବା ପରେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳିବ ।

. ଏହାସହ ପ୍ରତିଦିନ ଅଳ୍ପ ଉଷୁମ ପାଣିରେ ଅଳେଇଚ ପାଉଡର ମିଶାଇ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟା ଦୂର ହୁଏ ।

. ପ୍ରତିଦିନ ଶୋଇବା ପୂର୍ବରୁ ହଳଦୀମିଶା କ୍ଷୀର ପିଅନ୍ତୁ ଓ ଘୁଙ୍ଗୁଡିରୁ ରକ୍ଷା ପାଆନ୍ତୁ ।

. ଶୋଇବା ପୂର୍ବରୁ ପୁଦିନା ତେଲର କିଛି ବୁନ୍ଦା ନାକରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ମିଳେ ।