ଆପଣଙ୍କ କାରର ବ୍ରେକ୍ ଫେଲ୍ ହୋଇଗଲେ, ଜୀବନ ବଞ୍ଚାଇବେ କିପରି ? ଜାଣନ୍ତୁ କିଛି ଉପାୟ . . .

106

ବିପଦ କେତେବେଳେ କହିକି ଆସେନି । ଅଚାନକ୍ ଆସେ ବିପଦ । ଆଉ ଆପଣ ସଚେତନ ନଥିଲେ ସବୁକିଛି ଛାରଖାର କରିଦିଏ । ଏପରସ୍ଥଳେ ଆପଣ ଯଦି କାରରେ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି , ଆଉ ଆପଣଙ୍କ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଏ । ଏପରିସ୍ଥିତିରେ ଡରିବା ସ୍ୱାଭାବିକ୍ କଥା । କିନ୍ତୁ ଏପରିସ୍ଥଳେ ଆପଣଙ୍କ ଡର ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ତେବେ ଏପରି କିଛି ପରିସ୍ଥିିତି ସୃଷ୍ଟି ହେଲେ କିଭଳି ଜୀବନ ବଞ୍ଚାଇବେ ସେ ବିଷୟରେ ଆଲୋଚନା କରିବା । କାରକୁ ନିୟନ୍ତ୍ରଣ କରିବା ସହ ଆପଣଙ୍କ ଜୀବନ ମଧ୍ୟ ବଞ୍ଚିପାରିବ । ଅଟୋମୋବାଇଲ ଆଡ଼ଭାଇଜର ଫୋରମ୍ କିଛି ଉପାୟ ବିଷୟରେ ସୂଚନା ଦେଇଛନ୍ତି । ଯଦ୍ୱାରା ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ ମିଳିବ ।

ଯଦି କାରର ଗତି କମ୍ ଅଛି, ତେବେ କିପରି ବଞ୍ଚିବେ ?
ଯଦି ଆପଣଙ୍କ କାରର ଗତି କମ୍ ଅଛି ଏବଂ ଗାଡ଼ିର ବ୍ରେକ୍ ଫେଲ ହୋଇଯାଇଛି । ଏପରିସ୍ଥିିତିରେ ଇଞ୍ଜିନର ଆରପିଏଫ୍ ବହୁତ କମ୍ ହୋଇଯାଏ ଏବଂ କାରରେ ବ୍ରେକ୍ ବୁଷ୍ଟ ଅପରେଟ୍ କରିବା ପାଇଁ ସ୍ଥାନ ତିଆରି କରିପାରେ ନାହିଁ । ଏହି ପରିସ୍ଥିତିରେ କିପରି ରୋକିବେ ଗାଡ଼ି ?

– ବ୍ରେକ୍ ପ୍ୟାଡ଼େଲକୁ ବାରମ୍ବାର ଦବାନ୍ତୁ ଓ ଛାଡ଼ନ୍ତୁ । ଏପରି କରିବା ଦ୍ୱାରା ଗାଡ଼ିର ବେଗରେ ବ୍ରେକ୍ ଲାଗିବ ଓ କାରର ବେଗ ଧୀମା ହୋଇଯିବ କିମ୍ବା ବନ୍ଦ ହୋଇଯିବ ଗାଡ଼ି ।

– ଗିୟରକୁ ପ୍ରଥମକୁ ଆଣନ୍ତୁ, କ୍ଲଚକୁ ଛୋଡ଼ନ୍ତୁ ଓ ଆକ୍ସିଲେଟରକୁ ଛୁଅନ୍ତୁ ନାହିଁ ।

– ହ୍ୟାଣ୍ଡବ୍ରେକକୁ ସହଜ ଭାବେ ଉପରକୁ କରନ୍ତୁ ଓ ଗାଡ଼ିକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ।

– କାରକୁ ପ୍ରଥମ ଗିୟରରେ ରଖନ୍ତୁ ଓ ଇଗ୍ନିଶନକୁ ସ୍ୱିଚ୍ ଅଫ୍ କରନ୍ତୁ ।

– କ୍ଲଚକୁ ନଦବାଇ , ବନ୍ଦ ଇଞ୍ଜିନକୁ ବ୍ରେକ୍ ଲଗାଇବା ପାଇଁ ଛାଡ଼ି ଦିଅନ୍ତୁ ।

– ଯଦି ଆପଣ ଟ୍ରାଫିକରେ ଅଛନ୍ତି ଏବଂ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଛି, ତବେ ନିଜର ହେଜାର୍ଡ଼ ଲାଇଟସ, ହେଡ଼ଲାଇଟକୁ ଅନ୍ କରନ୍ତୁ ଓ ଅନ୍ୟ ଡ୍ରାଇଭରଙ୍କୁ ଚେତାଇବା ପାଇଁ ହର୍ଣ୍ଣ ବଜାନ୍ତୁ ।

– ଯଦି ରାସ୍ତା କଡ଼ରେ ବାଲି କିମ୍ବା କାଦୁଅ ଅଛି, ତେବେ ଗାଡ଼ି ସେଠାକୁ ନେଇଯାଆନ୍ତୁ । ଏପରି ହେବା ଦ୍ୱାରା କାରର ଗତି ଧୀର ହୋଇଯିବ ଓ ବନ୍ଦ ହୋଇଯିବ ।

ଗାଡ଼ି ଅଧିକ ବେଗରେ ଥିଲେ କ’ଣ କରିବେ ?

– ତୁରନ୍ତ ଗିୟରକୁ ତଳକୁ ନେଇଆସନ୍ତୁ । କାରର ବେଗ କମ ହେବା ପରେ ଗିୟରକୁ ପ୍ରଥମ ନମ୍ବରକୁ ନେଇଆସନ୍ତୁ ।

– ବ୍ରେକ୍ ପ୍ୟାଡ଼ଲକୁ ବାରମ୍ବାର ଦବାନ୍ତୁ । ହୋଇପାରେ ଏପରି କରିବା ଦ୍ୱାରା ବ୍ରେକ୍ କାମ କରିବା ଆରମ୍ଭ କରିଦେବ ।

– ଗିୟର କମ କଲେ ହ୍ୟାଣ୍ଡବ୍ରେକୁ ଉପରକୁ କରନ୍ତୁ । କିନ୍ତୁୁ ରିୟର ହ୍ୱିଲସକୁ ସାବଧାନ ହୋଇ ଲକ୍ କରନ୍ତୁ । କାରଣ ଏଥିରେ ଆପଣଙ୍କ କାର ନିୟମନ୍ତ୍ରଣ ବାହରେ ହୋଇପାରେ ।

– କାରକୁ ଗିୟରରେ ରଖିବା ସହ ଇଗ୍ନିସନକୁ ବନ୍ଦ କରନ୍ତୁ ଓ କ୍ଲଚକୁ ଛାଡ଼ନ୍ତୁ ।

– କ୍ଲଚ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ ଓ ଇଞ୍ଜିନରେ ବ୍ରେକ ଲଗାନ୍ତୁ । କିନ୍ତୁ ଏହା କେବଳ ଥରେ କରନ୍ତୁ ।

– ଏସବୁ ପରେ ବି କାର ବନ୍ଦ ନହେଲେ ରାସ୍ତା କଡ଼ରେ ଥିବା ବାଲି ଓ ଗେଟି ଗଦା ଉପରେ ଡ୍ରାଇଭ୍ କରନ୍ତୁ ଯଦ୍ୱାର ଗାଡ଼ର ଗତି ଧୀର ହୋଈଯବ ଓ ଆପଣଙ୍କ ଜୀବନ ବଂଚିବାର ସମ୍ଭାବନା ରହିଛି ।