୯ ଘଣ୍ଟା କାମ କରିବା ପରେ ବି ରହିବେ ଫିଟ୍‌ ! ଆପଣାନ୍ତୁ ଏହି ଉପାୟ

48

ବେଳେ ବେଳେ କାମ କରିବାକୁ ଇଚ୍ଛା ହୋଇ ନ ଥାଏ ତ ଆଉ କେତେବେଳେ ଅଳ୍ପ କାମ କରିଲା ପରେ କ୍ଲାନ୍ତି ଅନୁଭବ ହୋଇଥାଏ । ତେବେ ଯଦି ଆପଣ ୯ ଘଣ୍ଟା କାମ କରିବା ପରେ ବି ରହି ଫିଟ୍‌ ରହିବାକୁ ଚାହୁଁଛନ୍ତି ଆପଣାନ୍ତୁ ଏହି ଉପାୟ  ।

• ସକାଳୁ ଉଠି ଅତିକମରେ ତିନି ଗ୍ଲାସ ପାଣି ପିଅନ୍ତୁ।

• ଫ୍ରେସ୍ ହେବା ପରେ ରାତିରୁ ଭିଜାଇ ରଖିଥିବା କାଜୁ କିମ୍ବା ପିସ୍ତାବାଦାମ ଖାଆନ୍ତୁ।

• ୪୦ ମିନିଟ୍ ଓ୍ଵାର୍କଆଉଟ୍ କରନ୍ତୁ । ଏହା କରିବା ଦ୍ୱାରା ଶରୀର ଫୁର୍ତ୍ତି ରହିବା ସହିତ କୋଲେଷ୍ଟ୍ରଲ କମିବ ।

• ଓ୍ଵାର୍କଆଉଟ୍ କରିବା ପରେ ଗୋଟିଏ କପ୍ ଚା, କଫି, ଗ୍ରିନ୍ ଟି, ହର୍ବଲ ଟି କିମ୍ବା ମିଲକ୍ ଟି ପିଇ ପାରିବେ।

• କୌଣସି ସ୍ଥାନକୁ ଯଦି ଯାଉଛନ୍ତି ତେବେ ରାସ୍ତାରେ ତାଜା ଫଳ କିଣି ଖାଆନ୍ତୁ। ଉଦାହରଣ ସ୍ୱରୂପ, କଳା ଅଙ୍ଗୁର, ଲିଚୁ, ଆମ୍ବ ଓ ତରଭୁଜ ଆଦି ଖାଆନ୍ତୁ।

• ଲଞ୍ଚରେ ଗୋଟିଏ ଗିନା ଡାଲି, ତରକାରୀ, ଦହି ଓ ଦୁଇଟି ରୁଟି ସହିତି ଅଳ୍ପ ପରିମାଣର ଭାତ ଖାଆନ୍ତୁ।

• ରାତିରେ ଘରକୁ ଫେରିଲା ପରେ ଗୋଟିଏ ପ୍ଲେଟ ସଲାଡ ଖାଇବା ପରେ ହିଁ ରାତ୍ରି ଭୋଜନ ଗ୍ରହଣ କରନ୍ତୁ।