ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି କି ? କିଛି ବିଶେଷ ଦିଗ ପ୍ରତି ଧ୍ୟାନ ରଖନ୍ତୁ . . .

39

ଇଂଟନନେଟ ଓ ସୋସିଆଲ ମିଡିଆ ଯୁଗରେ ୟୁଟ୍ୟୁବ ଭିଡିଓ ଲୋକଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ଆପଣ ୟୁଟ୍ୟୁବରେ ଅନେକ ପ୍ରକାର ଚ୍ୟାନେଲ ଦେଖୁଥିବେ । ତେବେ କେବଳ ୟୁଟ୍ୟୁବରେ ଅନେକ ପ୍ରକାର ଭିଡ଼ିଓ ଦେଖିବା ସହ ଆପଣ ଅତି ସହଜରେ ଘରେ ବସି ନିଜ କୌଶଳକୁ ଉପଯୋଗ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ୟୁଟ୍ୟୁବ ଚ୍ୟାନେଲ ଜରିଆରେ ରୋଜଗାର କରିପାରିବେ ଟଙ୍କା । ପ୍ରକୃତରେ ୟୁଟ୍ୟୁରେ କୌଣସି ପ୍ରକାର ଚ୍ୟାନେଲ ଆରମ୍ଭ କରିବା ପୂର୍ବରୁ କିଛି ଦିଗ ପ୍ରତି ଧ୍ୟାନ ଦେବା ଜାରୁରୀ । ତେବେ ଆସନ୍ତୁ ଜାଣିବା ଚ୍ୟାନେଲ ଆରମ୍ଭ କରିବା ପୂର୍ବରୁ କେଉଁ କଥାକୁ ଧ୍ୟାନ ଗୁରୁତ୍ୱ ଦେବା ଜରୁରୀ ।

କୌଣସି ବି ଚ୍ୟାନେଲକୁ ଆରମ୍ଭ କରିବା ପୂର୍ବରୁ ଧ୍ୟାନ ରଖନ୍ତୁ, ଆପଣ କେଉଁ ପ୍ରକାର କଂଣ୍ଟେଟକୁ ପବ୍ଲିକ ସାମ୍ନାରେ ରଖିବାକୁ ଚାହୁଁଛନ୍ତି । ଏହାସହ ଆପଣଙ୍କ କଂଣ୍ଟେଟ ଲୋକଙ୍କୁ ଠିକ ଭାବେ ସଂଯୋଗ କରୁଛି କି ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସୁନ୍ଦର କଂଣ୍ଟେଣ୍ଟ ଥିଲେ ମଧ୍ୟ ଅନେକ ୟୁଟ୍ୟୁବ ଚ୍ୟାନେଲ ଠିକ ଭାବେ କାର୍ଯ୍ୟକାରୀ ହୁଏ ନାହିଁ । ଏହାର ପ୍ରମୁଖ କାରଣ ହେଲା କଂଟେଟ ଓ ଲୋକଙ୍କ ମଧ୍ୟରେ ରହିବା ସଂପର୍କ ।

ଚ୍ୟାନେଲ ଆରମ୍ଭ କରିବା ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପଣଙ୍କର ଗୁଗଲ ଏକାଉଂଟ ଥିବା ଦରକାର । କାରଣ ଗୁଗଲ ଆକାଉଂଟ ସହାୟତାରେ ହିଁ ୟୁଟ୍ୟୁବ ଚ୍ୟାନେଲ ଖୋଲିପାରିବେ । ଏଥିରେ ପ୍ରବେଶ କରିବା ଭଳି ଭିଡିଓ କଂଟେଟକୁ ଧ୍ୟାନ ରଖି ଚ୍ୟାନେଲର ନାମ ରଖାଯିବା ଉପରେ ଧ୍ୟାନ ରଖନ୍ତୁ । କାରଣ ଆପଣଙ୍କ ୟୁଟ୍ୟୁବ ଚ୍ୟାନେଲ ସହଜରେ ଲୋକେ ପାଇ ପାରିବେ ।
କମ୍ପାନୀ ଲୋଗୋ/ଆଇକୋନ: ଇଂଟରନେଟରେ ୟୁଜର୍ସ ପଢିବା ଅପେକ୍ଷା ଭିଜୁଆଲ ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ସବୁଠାରୁ ବଡ଼ କଥା ହେଲା, କୌଣସି ଚ୍ୟାନେଲ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ପାଖରେ ଏକ ଆଇକାର୍ଡ ଓ ଲୋଗୋ ଥିବା ଜରୁରୀ । ଯାହା ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଦର୍ଶିତ କରିବାରେ ସହାୟତା କରିବ ।

About Section: ଏହି ସେକ୍ସନ ଆପଣଙ୍କୁ ଏକ ଅପରିଚିତ ୟୁଟ୍ୟୁବ ଚ୍ୟାନଲକୁ ଏବଂ ଆପଣଙ୍କୁ ଚ୍ୟାନେଲକୁ ପରିଚିତ କରିବାରେ ସାହାଯ୍ୟ କରିବ । ଏଥିପାଇଁ ଜରୁରୀ କି, କୋଲମରେ ଠିକ୍ ଭାବେ ଚ୍ୟାନେଲର ନାମ, ବିଷୟବସ୍ତୁ, କେବେ ଆରମ୍ଭ ହୋଇଛି ଏବଂ ଟିମ ସଦସ୍ୟ ସହିତ ସମସ୍ତ ବିବରଣୀ ନିର୍ଭୁଲ ଭାବେ ଏଂଟ୍ରି କରନ୍ତୁ ।