ଚଳନ୍ତା କାରରେ ଲାଗୁଛି ନିଆଁ ! ଜାଣନ୍ତୁ ନିଆଁ ଲାଗିବା ପୂର୍ବରୁ କାର୍ କିଭଳି ସଂକେତ ଦେଇଥାଏ ଏବଂ ଏଥିରୁ ନିଜକୁ ବଞ୍ଚାଇବେ କିପରି । 

48

ଲଗାତାର ଦେଶରେ ଚଳନ୍ତା କାରରେ ନିଆଁ ଲାଗିଯିବା ଘଟଣା ସାମ୍ନାକୁ ଆସୁଛି । ଗତ ଦୁଇ ଦିନ ଧରି ଏଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ଏହି କାରମାନଙ୍କ ମଧ୍ୟରେ ଦେଶର ଲଗଜରୀ କାର୍ କୁହାଯାଉଥିବା ବିଏମଡବ୍ଲୁ କାର୍ ମଧ୍ୟ ସାମିଲ ରହିଛି । ପରିବହନ ବିଭାଗର ଆକଳନ ଅନୁସାରେ ଚଳିତ ବର୍ଷ ପାଖାପାଖି ୧୪୦ ରୁ ଅଧିକ ଚଳନ୍ତା କାରରେ ନିଆଁ ଲାଗିଯାଇଛି । ଯେଉଁଥିରେ କିଛି ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସିଛି । ନିକଟରେ ଏକ ଇଣ୍ଡିଗୋ ଏବଂ ଏକ୍ସୟୁବି – ୫୦୦ ମଡେଲର ଏକ ଗାଡି ଜଳି ଯାଇଥିଲା । ତେବେ ପ୍ରତିଦିନ ଏଭଳି ଦୂର୍ଘଟଣା କେଉଁଠି ନା କେଉଁଠି ହେଉଛି । ଭାରତର ଦିଲ୍ଲୀ ,ମୁମ୍ବାଇ ,ହାଇଦ୍ରାବାଦ ଭଳି ଅନେକ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଲାଣି । ଏଭଳି କେଉଁ କାରଣରୁ ଚଳନ୍ତା ଗାଡିରେ ନିଆଁ ଲାଗୁଛି ତାହା ଜାଣିବା ପାଇଁ ଜାତୀୟ ଗଣମାଧ୍ୟମ ଏକ ସୌଧ କରିଥିଲା ଯାହାର ଫଳାଫଳ ଅନୁସାରେ ଏହାର କିଛି ସଂକେତ ସାମ୍ନାକୁ ଆସିଲା ।

ଏଭଳି ଦୂର୍ଘଟଣା କାହିଁକି ଘଟେ ? 

କାରକୁ ଆହୁରି ରଙ୍ଗୀନ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଚାଳକ ଭିନ୍ନ ଭିନ୍ନ ଜିନିଷ କାରରେ ଲଗାଇଥାନ୍ତି । ଯେଉଁଥିରେ ଗାଡିର ୱାୟାରିଙ୍ଗରେ କେତେପ୍ରକାର କଟିଙ୍ଗ୍ ହୋଇଯାଇଥାଏ । ଏଭଳି ସମସ୍ୟା ଉପୁଜେ ଯେ ଓଭର ହିଟ୍ ହେବା ପରେ ୱାୟାର ଏହାକୁ ସମ୍ଭାଳି ପାରିନଥାଏ ଏବଂ ସର୍ଟ ସର୍କିଟର ସମସ୍ୟା ବଢିଥାଏ । ତେବେ ନିଆଁ ଲାଗିବାର ଏହି ଗୋଟିଏ କାରଣ ହିଁ ନଥାଏ । ଗାଡିରେ ଅଲଗା ତେଲ ପକାଇବା ,ପାଇପ୍ ରେ ଲିକେଜ୍ ହେବା ଆଦି ଅସୁବିଧା କାରଣରୁ ମଧ୍ୟ ଗାଡିରେ ନିଆଁ ଲାଗିବାର ସମ୍ଭାବନା ବଢିଯାଇଥାଏ ।

କିଭଳି ହେବେ ସତର୍କ ?

୧. କୌଣସି ଆପ୍ରୁଭ ଷ୍ଟେସନରୁ ହିଁ ଗ୍ୟାସ୍ କିଟ୍ (ସିଏନଜି/ଏଲପିଜି) ଲଗାନ୍ତୁ ।

୨. କାରକୁ ଆକର୍ଷଣୀୟ କରିବା ପାଇଁ ଅଧିକ ଲାଇଟ୍ ,ପ୍ରେସର ଦେଲା ଭଳି ହର୍ଣ୍ଣ ଭଳି ଜିନିଷ ବ୍ୟବହାର କରନ୍ତୁ ନାହିଁ ।

୩. କାର୍ ସର୍ଭିସ ସମୟରେ ସବୁବେଳେ ପାଇପ୍ କେଉଁଠି ଲିକ୍ ହେଉଛି କି ନାହିଁ ଚେକ୍ କରିନିଅନ୍ତୁ ।

୪. କାରକୁ ସବୁବେଳେ ନାମୀ ମେକାନିକ୍ କିମ୍ବା ଦକ୍ଷତାପୂର୍ଣ୍ଣ ମେକାନିକଙ୍କ ପାଖରେ ଚେକ୍ କରାନ୍ତୁ । ସଡକ ସାଇଟ୍ ର ମେକାନିକଙ୍କ ପାଖରୁ କାର୍ ରିପେର୍ କରାଇବାରୁ ବଞ୍ଚନ୍ତୁ ।