ନିଶ୍ୱାସ ପ୍ରଶ୍ୱାସ ଅଟକିଗଲେ ୩ ରୁ ୫ ମିନିଟ୍ ପର୍ଯ୍ୟନ୍ତ ତୁରନ୍ତ କରନ୍ତୁ ଏହି କାମ ! ବଚିଂଯିବ ଜୀବନ ।

619

୬୦ ସେକେଣ୍ଡ ଭିତରେ ୧୨୦ ଥର ଛାତି ଦବାଇବା ପରେ ବନ୍ଦ ହୋଇଯାଇଥିବା ହୃଦ୍ ସ୍ପନ୍ଦନ ପୁଣି ଫେରି ଆସିବ । ଚିକିତ୍ସା ବିଜ୍ଞାନରେ ରୋଗୀର ଛାତି ଦବାଇବା ପ୍ରକ୍ରିୟାକୁ ସିପିଆର (କାର୍ଡିୟୋ ପଲମୋନାରୀ ରିସଫିକେସନ୍) କୁହାଯାଏ । ଡାକ୍ତରଙ୍କ କହିବାନୁସାରେ ୩୦ ଥର ଛାତି ଦବାଇବା ପରେ ରୋଗୀକୁ ମୁହଁ ମାଧ୍ୟମରେ ପବନ ଦିଅନ୍ତୁ । ଏହି ପ୍ରକ୍ରିୟା ରୋଗୀକୁ ହସ୍ପିଟାଲରେ ପହଞ୍ôଚବା ପୂର୍ବରୁ ହିଁ ଦିଅନ୍ତୁ । ତେବେ ଅଧିକାଂଶ ଦୂର୍ଘଟଣାରେ ଏଭଳି ଅସୁବିଧା ଦେଖାଦେଇଥାଏ । ପୋଲିସ୍ ଏବଂ ଆମ୍ବୁଲାନ୍ସ ପହଞ୍ôଚବା ଏବଂ ରୋଗୀକୁ ଡାକ୍ତରଖାନାରେ ପହଞ୍ôଚବାରେ ବହୁ ସମୟ ଚାଲିଯାଏ । ଯାହା ଫଳରେ ଅଧିକାଂଶ ଲୋକ ମରଣ ମୁହଁକୁ ଚାଲିଯାନ୍ତି । ତେବେ ଏଥିପାଇଁ ପୋଲିସ୍ ବିଭାଗର ଯବାନମାନଙ୍କୁ ମଧ୍ୟ ଟ୍ରେନିଙ୍ଗ୍ ଦିଆଯିବା ନେଇ କଥା ଶୁଣିବାକୁ ମିଳୁଛି । ତେବେ ଆପଣ ମଧ୍ୟ ଏଭଳି କିଛି ଟିପ୍ସ ମନେରଖନ୍ତୁ ବହୁତ କାମରେ ଆସିପାରେ ।

ବଚାଂଇପାରିବେ ଆହତଙ୍କ ଜୀବନ :

ସ୍କିଲ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଡା.ବିନୋଦ ଜୈନଙ୍କ ମତରେ ଯଦି କୌଣସି ବ୍ୟକ୍ତିଙ୍କ ହୃଦୟ କାମ କରିବା ବନ୍ଦ କରିଦେଉଛି ତେବେ ହୃଦସ୍ପନ୍ଦନ ବନ୍ଦ ହେବାର ୩ ରୁ ୫ ମିନିଟ୍ ଭିତରେ ସିପିୟାର ଦିଆଗଲେ ରୋଗୀଙ୍କ ଜୀବନ ସହଜରେ ବଚାଂଇପାରିବେ । ଯଦି ସେହି ମୁହୂର୍ତ୍ତରେ ବ୍ୟକ୍ତିଜଣକୁ ସିପିୟାର ଦିଆନଯାଏ ତେବେ ବ୍ୟକ୍ତିଙ୍କ ମସ୍ତିଷ୍କରେ ରକ୍ତର ମାତ୍ରା କମିଯାଇଥାଏ ଏବଂ ରୋଗୀର ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । ଏକ୍ସପର୍ଟଙ୍କ ମତରେ ଏହି ସମୟରେ ଛାତିକୁ ୧୦୦ ରୁ ୧୨୦ ଥର ଦବାଇବା ଉଚିତ୍ । ଡାକ୍ତରଙ୍କ ହସ୍ତକ୍ଷେପ ନ ହେବା ଯାଏଁ ଏଭଳି ଛାତି ଦବାଇବା ଆବଶ୍ୟକ ।