ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ଭାବରେ ଜଣାଶୁଣା ହ୍ୱାଟସଆପ କିଛି ଦିନ ପୂର୍ବରୁ ଏକ ଫିଚର ଲଂଚ କରିଥିଲା, ଯାହାଦ୍ୱାରା ଆପଣ ଭୁଲରେ ପଠାଇଥିବା ମେସେଜ ଡିଲିଟ୍ ହୋଇପାରିବ । ଏହାର ଅର୍ଥ ଅନ୍ୟମନସ୍କ ହୋଇ କିମ୍ବା ଭୁଲରେ ଯଦି ଅନ୍ୟ କାହାକୁ ମେସେଜ ପଠାଇ ଦେଇଛନ୍ତି, ତେବେ ଆଉ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିବ ନାହିଁ । ପ୍ରକୃତକଥା ହେଲା ହ୍ୱାଟସଆପରେ ମେସଜ୍ ଡିଲିଟ୍ କରିବାର ଅପ୍ସନ ଦିଆଯାଇଛି, ଯେଉଁଠି ସେଣ୍ଡର ଓ ରିସିଭର ଉଭୟ ପଟୁ ମେସେଜ ଡିଲିଟ୍ ହୋଇ ପାରିବ । କିନ୍ତୁ ଏକ ଉପାୟ ଅଛି ଯାହାଦ୍ୱାରା ଡିଲିଟ୍ କରାଯାଇଥିବା ମେସେଜ ପଢ଼ାଯାଇପାରିବ । ଏହାକୁ ହ୍ୱାଟସସଆପ ଫିଚରର ଦୁର୍ବଳତା କୁହଯାଇପାରେ । ଲାଗୁଛି କମ୍ପାନୀ ଏହି ଫିଚର ଲଂଚ ସମୟରେ ଅଧିକ ଗୁରୁତ୍ୱ ଦେଇନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ପେନରେ ଏକ ବ୍ଲଗ ଅନୁସାରେ ସପ୍ଟଓୟାର ଜରିଆରେ ଡିଲିଟ୍ କରାଯାଇଥିବା ହ୍ୱାଟସଆପ୍ ମେସେଜ ପରେ ମଧ୍ୟ ପଢ଼ାଯାଇ ପାରିବ । ଏକ ରିପୋର୍ଟରେ କୁହାଯାଇଛି, ହ୍ୱାଟସଆପରେ ସମସ୍ତ ମେସେଜ୍ ଆଣ୍ଡ୍ରଏଡ଼୍ ସିଷ୍ଟମର ନୋଟିଫିକେସନ ରେଜିଷ୍ଟରରେ ଷ୍ଟୋର ହୋଇଯାଏ । ଏଥପାଇଁ ଆପଣଙ୍କୁ କେବଳ ରେକର୍ଡ଼ ଦେଖିବା ପାଇଁ ପଡ଼ିବ ଏବଂ ଆପଣ ଡିଲିଟ୍ କରାଯାଇଥିବା ମେସେଜ୍ ପଢ଼ି ପାରିବେ ।
ଉଦାହଣ ସ୍ୱରୂପ ଆପଣ କାହାକୁ ହ୍ୱାଟସଆପରେ କିଛି ମେସଜ ପଠାଇଛନ୍ତି ଓ ଡିଲିଟ୍ କରିଦେଇଛନ୍ତି । କିନ୍ତୁ ଆପଣ ଯାହାକୁ ମେସେଜ ପଠାଇଛନ୍ତି, ଯଦି ତାଙ୍କ ପାଖରେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ ଅଛି ତେବେ ନୋଟିଫିକେସନ ସେଟିଂ ଜରିଆରେ ଡିଲିଟ କରାଯାଇଥିବା ମେସେଜ ପଢ଼ିପାରିବେ । ଏହି ବ୍ଲଗରେ କୁହାଯାଇଛି ନୋଟିଫିକେସନ ହିଷ୍ଟ୍ରି ନାମକ ଏକ ଥାର୍ଡ଼ ପାର୍ଟି ଆପ ଅଛି, ଯାହାକୁ ଆପଣ ଗୁଗୁଲ ପ୍ଲେଷ୍ଟୋରରୁ ଡାଉନଲୋଡ଼୍ କରିପାରିବେ । ଏହି ଆପ୍ ଜରିଆରେ ନୋଟିଫିକେସନ ହିଷ୍ଟ୍ରି ସେଟିଂକୁ ଯାଇ ମେସେଜ୍ ପଢ଼ିହେବ ।
ଏହି ଆପ୍ ଇନଷ୍ଟୋଲ୍ କରିବା ପରେ ମୋବାଇଲକୁ ଆସୁଥିବା ନୋଟିଫିକେସନ୍ ସହ ଏକ ଅପ୍ସନ ମିଳିବ । ଏଠାରେ ଟାପ୍ କରି ଆପଣ ନୋଟିଫିକସନର କଣ୍ଟେଟ ପଢ଼ିପାରିବେ । ଯଦି ମେସେଜ ପଠାଇ ଥିବା ବ୍ୟକ୍ତି ଜଣକ ହ୍ୱାସଆପରୁ ମେସେଜ ଡିଲିଟ୍ କରିଦେଇଥାଆନ୍ତି , ତେବେ ଆପଣ ଏହ ନୋଟଫିକେସନ୍ ଜରିଆରେ ମେସେଜ ପଢ଼ିପାରିବେ । ମେସେଜ ପଠାଇ ସାରିବା ପରେ ମେସେଜ ପଠାଇଥିବା ବ୍ୟକ୍ତି ଜଣକ ଫୋନ୍ ରିଷ୍ଟାଟ୍ କରିଦିଅନ୍ତି ତେବେ ଆପଣ ମେସେଜ ପଢ଼ିପାରିବେ ନାହିଁ । ଏହା ବ୍ୟତୀତ ଏହାର ଆଉ ଏକ ଦୁର୍ବଳତା ହେଲା ଏହି ଉପାୟରେ ଅଧିକ ଅକ୍ଷର ଆପଣ ପଢ଼ିପାରିବେ ନାହିଁ । ପ୍ରଥମ ୧୦୦ ଅକ୍ଷର ପଢ଼ିବା ପରେ ଆପଣ ଆଉ ମେସେଜ ପଢ଼ିପାରିବେ ନାହିଁ ।
ନୋଟିଫିକେସନରୁ ଡିଲିଟ୍ କରାଯାଇଥିବା ମେସେଜକୁ ପୁଣି ଦେଖିବା ପାଇଁ ଏହି ଉପାୟ କେବଳ ଆଣ୍ଡ୍ରଏଡ଼୍ ଫୋନରେ ହିଁ ଲାଗୁ ହେବ । ତେବେ ଏନେଇ ବତ୍ତର୍ମାନ ହ୍ୱାଟସଆପ ତରଫରୁ କୌଣସି ସୂଚନା ମିଳିନାହିଁ । ତେବେ ଯାହା ଜଣାପଡ଼ୁଛି ଆଗକୁ କମ୍ପାନୀ କିଛି ନୂଆ ଅପଡ଼େଟ୍ କରିପାରେ । ଆଉ ଏହି ଦୁର୍ବଳତାକୁ ସୁଧାରିବା ପାଇଁ ନିଶ୍ଚୟ ଚେଷ୍ଟା କରିବ କମ୍ପାନୀ ।