ସ୍ମାର୍ଟଫୋନରୁ ଫଟୋ ଓ ଭିଡ଼ିଓ ଡିଲିଟ୍ ହୋଇଯାଇଛି କି ? ମାଗଣାରେ କରିପାରିବେ ରିଷ୍ଟୋର, ଜାଣନ୍ତୁ ପୁରା ପ୍ରକ୍ରିୟା

57

ଅନେକ ସମୟରେ ସ୍ମାର୍ଟଫୋନ ବ୍ୟବାହର କରିବା ବେଳେ ଭୁଲରେ ଫଟୋ ଓ ଭିଡିଓ ଡିଲିଟ ହୋଇଯାଏ । ଅନେକ ଥରେ ଏପରି ମଧ୍ୟ ହୁଏ, ପିଲାମାନେ ଫୋନ ବ୍ୟବହାର କରୁଥିବା ସମୟରେ ଜରୁରୀ ଫଟୋ ଓ ଭିଡିଓ ଡିଲିଟ କରିଦେଇଥାନ୍ତି । ତେବେ ଥରେ ଡାଟା ଡିିଲିଟ ହେଇଗଲା ପରେ ତାକୁ ପାଇବା ମୁସ୍କିଲ ହୋଇ ଯାଇଥାଏ । ଆପଣଙ୍କ ସହ ମଧ୍ୟ ଏପରି ହୋଇପାରେ । ତେବେ ଏପରି ବିପଦରୁ ରକ୍ଷା ପାଇବା ପାଇଁ ଏକ ସହଜ ଉପାୟ ବିଷୟରେ ଆଜି ଆଲୋଚନା କରିବା । ସେଥିପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ଏକ ଆପ୍ ଡାଉନଲୋଡ କରିବାକୁ ପଡିବ । ଆପ୍ ଡାଉନଲୋଡ଼୍ କରିବା ପରେ ଆପଣ ପୁରୁଣା ଫଟୋ ଓ ଭିଡ଼ିଓ ଫେରିପାଇବେ ।

ରିଷ୍ଟୋର ଇମେଜ : ଏହି ଆପକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଡାଟାକୁ ରିଷ୍ଟୋର କରିବାକୁ ପଡିବ ନାହିଁ । ତେବେ ଏହି ଆପ ଜରିଆରେ ଆପଣ ତୁରନ୍ତ ଡିଲିଟ ଫଟୋ ରିଷ୍ଟୋର କରିପାରିବେ । ଫେରିପାଇଥିବା କଂଟେଟଙ୍କୁ ଆପଣ ଏସଡି କାର୍ଡ କିମ୍ବା ଫୋନର ମେମୋରୀରେ ସେଭ କରିପାରିବେ । ଏହି ଆପ ଜେପିଇଜି ଓ ପିଏନଜି ଦୁଇଟି ଯାକ ଫର୍ମାଟକୁ ସପୋର୍ଟ କରେ । ଆପକୁ ଗୁଗଲ ପ୍ଲେ ଷ୍ଟୋରରେ ୟୁଜର୍ସ ଠାରୁ ୪.୦ ରେଟିଂ ମିଳିଛି । ଏହି ଆପକୁ ଆପ ମାଗଣାରେ ଡାଉନଲୋଡ କରିପାରିବେ । ଏହାର ସମସ୍ତ ଫିଚର ମଧ୍ୟ ମାଗଣା ।

ଡମ୍ପଷ୍ଟୋର : ଅନଡିଲେଟ ଓ ରିଷ୍ଟୋର ପିକଚର୍ସ ଏବଂ ଭିଡିଓ – ଏହି ଆପର ଡାଉନଲୋଡ଼୍ କରିବା ଦ୍ୱାରା ସବୁଠାରୁ ବଡ଼ ସୁବିଧା ହେଲା ଉଭୟ ଫଟୋ ଓ ଭିଡିଓକୁ ଆପଣ ଅତି ସହଜରେ ଫେରିପାରିବେ । ଆପରେ କେତେକ ପ୍ରିମିୟମ ଫିଚର୍ସ ମଧ୍ୟ ଦିଆଯାଇଛି, ଯାହାର ସହାୟତାରେ ଆପଣ ଆପଣଙ୍କ କଂଟେଟକୁ ଅନ୍ୟ ୟୁଜର୍ସ ଠାରୁ ସୁରକ୍ଷିତ ରଖିପାରିବେ । ଏହା ବ୍ୟତୀତ ଏଠାରେ କ୍ଲାଉଡ ଷ୍ଟୋରେଜ ଭଳି ଫିଚର୍ସ ଦିଆଯାଇଛି । ଏହି ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ୧ କୋଟିରୁ ଅଧିକ ୟୁଜର୍ସ ଡାଉନଲୋଡ କରିସାରିଲେଣି । ଏହା ଛଡା ୨ ଲକ୍ଷରୁ ଅଧିକ ୟୁଜର୍ସ ରଭ୍ୟୁ ଦେଇଥିଲା ବେଳେ ଆପକୁ ୪.୧ ରେଟିଂ ମିଳିଛି ।


ଡିକ୍ସ ଡିଗର ଫଟୋ ରିକବର : ଏହି ଆପକୁ ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଡାଉନଲୋଡ କରିପାରିବେ । ତେବେ ଏହି ଆପର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଫୋନକୁ ରୁଟ କରାଯାଇଥିବା କଂଟେଟକୁ ରିକୋଭର କରିଥାଏ । ଯଦିଓ ରୁଟ ନକରିବା ଦ୍ୱାରା ପରିଣାମ ଭଲ ଦେଖିବାକୁ ନମିଳି ପାରେ ଯାହା ରୁଟ କରିବା ପରେ ମିଳିବ । ଏହି ଆପ ଆପଣଙ୍କୁ ଡିଲିଟ ଫଟୋକୁ ଫେରସ୍ତ ଓ ଅପଲୋଡ କରିବା ପାଇଁ ବି ବିକଳ୍ପ ଦେଇଥାଏ । ଆପଣ ସମସ୍ତ ଫିଚରର୍ସକୁ ବିନା ଚାର୍ଜରେ ଡାଉନଲୋଡ କରିପାରିବେ । ଏହି ଆପକୁ ମଧ୍ୟ ୧ କୋଟିରୁ ଅଧିକ ୟୁଜର୍ସ ଡାଉନଲୋଡ କରିସାରିଲେଣି । ଆପକୁ ୧,୮୩,୦୦୦ରୁ ଅଧିକ ୟୁଜର୍ସ ରିନ୍ୟୁ ମଧ୍ୟ ଦେଇଛନ୍ତି । ପ୍ଲେ ଷ୍ଟୋରରେ ୟୁଜର୍ସ ୪.୨ ରେଟିଂ ମିଳିସାରିଛି । ଏହି ଆପ କେବଳ ଡିିଲିଟ ଫଟୋକୁ ହିଁ ରିକବର କରିଥାଏ ।