ସ୍ମାର୍ଟଫୋନରୁ ଭାଇରସ୍ ହଟାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଏହାର ଉପାୟ

57

ସ୍ମାର୍ଟଫୋନରେ ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ଭାଇରସ୍ ଆସିବା ସ୍ୱଭାବିକ୍ । ତେବେ ଆପଣ ଚାହିଁଲେ ଏହି ଭାଇରସକୁ ସହଜରେ ହଟାଇ ପାରିବେ । ତେବେ ଆସନ୍ତୁ ଜାଣିବା କେମିତି ନିଜର ସ୍ମାର୍ଟଫୋନରୁ ହଟାଇବେ ଭାଇରସ୍ . . . . .

ସେଫ ମୋଡ଼ରେ ରିବୁଟ କରନ୍ତୁ –
ପ୍ରଥମେ ନିଜର ସ୍ମାର୍ଟଫୋନ ବା ଟାବଲେଟକୁ ସେଫ ମୋଡ଼ରେ ରିବୁଟ୍ କରନ୍ତୁ । ଯଦି ଆପଣଙ୍କ ସ୍ମାର୍ଟଫୋନରେ ସେଫ୍ ମୋଡ଼୍ ଅପ୍ସନ ନାହିଁ, ତେବେ ପାୱାର ବଟନକୁ କିଛି ସମୟ ପାଇଁ ଦବାଇ ରଖନ୍ତୁ । ଏପରି କରିବା ଦ୍ୱାରା ରିବୁଟ୍ ଅପ୍ସନ ଆସିଯିବ । ଏବେ ଏହାକୁ ସିଲେକ୍ଟ କରି ଫୋନକୁ ରିବୁଟ୍ କରନ୍ତୁ ।

ଡିଭାଇସ୍ ସେଟିଂ –
ସ୍ମାର୍ଟପୋନରେ ରିଷ୍ଟାର୍ଟ ହେବା ପରେ ସେଟିଂ ଯାଇ ଆପ୍ ଅପ୍ସନକୁ ଓପନ କରନ୍ତୁ । ଏଠାରେ ସବୁ ଆପ ଦେଖିପାରିବେ, ଯାହା ଆପଣଙ୍କ ଫୋନ ବା ଟାବଲେଟରେ ଅଛି । ଏହି ସମୟରେ କୌଣସି ଆପ ରନିଂ ମୋଡ଼ରେ ନଥାଏ । କେବଳ ଭାଇରସ୍ ରନ କରୁଥିବା ଆପଣ ଦେଖି ପାରିବେ ।

ଡିଭାଇସ୍ ଆଡ଼ମିନିଷ୍ଟ୍ରେଟ୍ –
ପ୍ରଥମେ ଫୋନର ସେଟିଂକୁ ଯାଇ ସିକ୍ୟୁରିଟି ଅପ୍ସନରେ କ୍ଲିକ୍ କରନ୍ତୁ । ଏହାପରେ ଆପଙ୍କୁ ଡିଭାଇସ୍ ଆଡ଼ମିନିଷ୍ଟ୍ରେଟର ସୋ କରିବ । ଏଠାରେ ଆପଣ ଫୋନରେ ଇନଷ୍ଟଲ ସବୁ ଆପର ତାଲିକା ଦେଖିପାରିବେ, ଯେଉଁ ଆପ୍ ଆପଣଙ୍କ କାମରେ ଲାଗୁନାହିଁ, ତାକୁ ଅନଇନଷ୍ଟଲ କରନ୍ତୁ । ଏଥିପାଇଁ ସ୍କ୍ରିନର ୱିଣ୍ଡୋ ଉପରେ ଥିବା ଡିଆକ୍ଟଇଭେଟ୍ ଅପ୍ସନକୁ ସିଲେକ୍ଟ କରିବାକୁ ହେବ ।

ନର୍ମାଲ ମୋଡ଼ରେ ରିଷ୍ଟାର୍ଟ କରନ୍ତୁ –
ଆପଣ ଅଦରକାରୀ ଆପକୁ ଫୋନରୁ ହଟାଇବା ପରେ, ସ୍ମାର୍ଟଫୋନକୁ ନର୍ମାଲ ମୋଡ଼ରେ ରିଷ୍ଟାର୍ଟ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ମୋବାଇଲ୍ ସେଫ୍ ମୋଡ଼ରେ ବାହାରକୁ ଆସିବା ସହ ଭାଇରସ୍ ବି ବାହାରିଯିବ ।