କଳା ଦାଗ ପାଇଁ ଚିନ୍ତିତ କି ! ଆପଣାନ୍ତୁ ଏହି ଉପାୟ . .

154

ବ୍ରଣ ହେବା ପରେ କଳା ଦାଗ ମୁହଁରେ ରହିଯାଏ । ଯାହା ଏତେ ସହଜରେ ଯାଏ ନାହିଁ । କିନ୍ତୁ କିଛି ଉପାୟ ଅଛି ଯାହାର ବ୍ୟବହାର ଖୁବ୍ ଶୀଘ୍ର ଏହି ଚିହ୍ନରୁ ମୁକ୍ତି ଦେଇଥାଏ ।

• ବେକିଙ୍ଗ୍ ପାଉଡର୍ ଏବଂ ହାଇଡ଼୍ରୋଜେନ୍ ପେରକ୍ସାଇଡର ଏକ ପେଷ୍ଟ୍ ତିଆରି କରି ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ୫ରୁ ୧୦ ମିନିଟ୍ ଯାଏଁ ମାଲିସ୍ କରନ୍ତୁ ।

• ଯଦି ହାଇଡ଼୍ରୋଜେନ୍ ପେରକ୍ସାଇଡ୍ ମିଳୁନାହିଁ ତେବେ ଆପଣ ସିରକା ବେକିଙ୍ଗ୍ ପାଉଡର୍ ବ୍ୟବହାର କରିପାରିବେ ।

• ଲେମ୍ବୁ ରସ, ମହୁ ଏବଂ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଦାଗ ହୋଇଥିବା ସ୍ଥାନରେ ଏହାକୁ ଲଗାଇ କିଛି ସମୟ ପାଇଁ ଭଲ ଭାବରେ ଘଷନ୍ତୁ । ଅଧ ଘଂଟା ପରେ ଧୋଇ ଦିଅନ୍ତୁ ।

• ସେହିପରି ହଳଦୀ ସହ ଲେମ୍ବୁ ରସ ଏବଂ ମହୁ ମିଶାଇ ମୁହଁରେ ଲଗାନ୍ତୁ ।

• କମଳା ଚୋପାର ଗୁଣ୍ଡ ସହ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଶୁଖିଗଲା ପରେ ଧୋଇ ଦିଅନ୍ତୁ ।

ଉପରୋକ୍ତ ଉପାୟ ନିୟମିତ କରନ୍ତୁ । ଦେଖିବେ ଖୁବ୍ ଶୀଘ୍ର କଳା ଦାଗ ଚାଲିଯିବ ।