କର୍କଟକୁ ରୋକ ଦେବ ଘରୋଇ ଉପଚାର । ଦୂର କରିବା ପାଇଁ ଆପଣାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ  

77

କର୍କଟ ରୋଗ  ବା କ୍ୟାନସରକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖିବାକୁ ମିଳିଥାଏ । ତେବେ ଏହାକୁ ଆପଣ କିଛି ଘରୋଇ ଉପଚାର ଦ୍ୱାରା ପ୍ରତିରୋଧ କରିପାରିବେ । ସକାଳେ ଉଷୁମ ପାଣି ପିଇଲେ,ପୁରାତନ ରୋଗ ଭଲ ହୋଇଥାଏ।ଏହା ମସ୍ତିଷ୍କର ସୁରକ୍ଷା କରିଥାଏ।ଯେଉଁମାନେ ମାନସିକ ଅବସାଦର ଶିକାର ହୋଇଥା’ନ୍ତି,ସେମାନଙ୍କ ପାଇଁ ଏହା ମହୌଷଧି ସଦୃଶ।

ହଳଦୀରେ କରକ୍ୟୁମିନ୍ ନାମକ ଏକ ଉପାଦାନ ଥାଏ,ଯାହା ଶକ୍ତିଶାଳୀ ଆଣ୍ଟି ଅକ୍ସିଡ଼େଣ୍ଟ୍ ଭାବେ ପରିଚିତ।ଏଥିରେ କର୍କଟ ରୋଗର ପ୍ରତିରୋଧ କରିବାର କ୍ଷମତା ରହିଛି। କରକ୍ୟୁମିନ ହୃଦୟକୁ ସୁରକ୍ଷା ଦେଇଥାଏ। ଫଳତଃ ହୃଦରୋଗର ଆଶଙ୍କା ବି କମିଯାଇଥାଏ।ଗବେଷଣାରୁ ଜଣାଯାଇଛି ଯେ,ଉଷୁମ ହଳଦୀ ପାଣି ପିଇଲେ ହଜମ କ୍ରିୟାରେ ଉନ୍ନତି ଘଟିଥାଏ।ଏହା ବ୍ଲଡ଼କ୍ଲଟିଂକୁ ବି ରୋକିଥାଏ।

ବାୟୋଲୋଜିକାଲ ଆଣ୍ଡ ଫାର୍ମାସିଟିକାଲ ବୁଲେଟିନ ୨୦୧୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ହଳଦୀରେ ମଧ୍ୟ ନିବାରଣ କରକ୍ୟୁମିନ ମନୁଷ୍ୟର ହୃହୟଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆର୍ଥେରାଇଟସ ଭଳି ରୋଗର ମଧ୍ୟ ନିବାରଣ ହୋଇଥାଏ। ପ୍ରତ୍ୟେହ ଉଷୁମ ହଳଦୀ ପାଣି ପିଇଲେ,ମନୁଷ୍ୟର ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦୂରୀଭୂତ ହୋଇଥାଏ, ମନୁଷ୍ୟ ଯୁବା ଦିଶିଥାଏ।

ବାୟୋକେମିଷ୍ଟ୍ରି ଓ ବାୟୋ ଫିଜିକାଲ ରିସର୍ଜ କମ୍ୟୁନିକେସନସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଉଷୁମ ହଦଳୀ ପାଣି ପିଇଲେ ଟାଇପ- ଟୁ ଡ଼ାଏବେଟିସ ରୋଗର ନିରାକରଣ ସମ୍ଭବ।ଏହା ମଣିଷର ଯକୃତକୁ ଅଧିକ ସୁସ୍ଥ ରଖିଥାଏ।ଏହା ଯକୃତ କୋଷ ଗୁଡ଼ିକର ମଧ୍ୟ ସୁରକ୍ଷା କରିଥାଏ।