ବାରମ୍ବାର ସ୍ମାର୍ଟପୋନ୍ ହ୍ୟାଙ୍ଗ୍ ହେବାରେ ଚିନ୍ତିତ ଅଛନ୍ତି କି ? ଏହି ସମସ୍ୟାରୁ କିଭଳି ପାଇବେ ମୁକ୍ତି ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

25

ଏବେ ସ୍ମାର୍ଟଫୋନର ଯୁଗ । ଚାରିଆଡେ ସ୍ମାର୍ଟଫୋନର ମାନିଆ । ହେଲେ ଅସଲ କଥା ହେଲା ତାହା ଯେମିତିକା ବି ସ୍ମାର୍ଟଫୋନ ହୋଇଥାଉ , ସ୍ଲୋ ହେବା ବା ବାରମ୍ବାର ହ୍ୟାଙ୍ଗ ହେବାର ସମସ୍ୟା କିନ୍ତୁ ଲାଗିରହିଥାଏ । ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ ।

୧ – ଇଣ୍ଟରନାଲ୍ ମେମୋରୀରୁ ଏପ୍ସକୁ ବାହାର କରିଦିଅନ୍ତୁ –

ସବୁବେଳେ ଏଥିରେ ଧ୍ୟାନ ରଖିଥିବେ ଯେ ଇଂଟରନାଲ ମେମୋରୀରେ ଅଧିକ ଏପ୍ସ ନରହୁ । ଅଧିକ ଏପ୍ସ ରହିବା ଦ୍ୱାରା ଫୋନର ପ୍ରୋସେସିଂ ସ୍ଲୋ ହୋଇଯାଏ । ଏମିତି କିଛି ଆଣ୍ଡ୍ରଏଡ ଆପ୍ଲିକେସନ ଅଛି ,ଯାହା ଏସଡି କାର୍ଡ ବା ୟୁଏସେବି ଷ୍ଟୋରେଜକୁ ଟ୍ରାନ୍ସଫର କରିହୋଇନଥାଏ । ଏହାକୁ କୈାଣସି ଏପ୍ ସହ ଏକା ସାଥିରେ ଟ୍ରାନ୍ସଫର କରିପାରିବେ ।

୨ – କାମରେ ଆସୁନଥିବା ଏପ୍ସକୁ ଫୋନରୁ ହଟାଇ ଦିଅନ୍ତୁ –

ଯେଉଁ ଆପ୍ସ ଆପଣଙ୍କର ଦରକାରରେ ଆସୁନି, ସେଗୁଡିକୁ ଫୋନ ଷ୍ଟୋରେଜରେ ରଖନାହିଁ । ଏହାକୁ ହଟେଇଦେଲେ ଫୋନରେ ଷ୍ଟୋରେଜ ବଢିଯିବ ।

୩- ଫୋନର୍ ଗ୍ୟାଲେରୀକୁ ଠିକରେ ମ୍ୟାନେଜ କରନ୍ତୁ –

ଏହା ଦେଖିବାକୁ ମିଳିଥାଏ କି , ଏସଡି କାର୍ଡ ବଦଳରେ ଫୋନ ଗ୍ୟାଲେରୀରେ ଅଧିକ ଫଟୋ ଓ ଭିଡିଓ ରହିବା ଦ୍ୱାରା ଫୋନ୍ ସ୍ଲୋ ହୋଇଯାଏ । ଏଣୁ ଆପଣ ଚାହିଁଲେ ଏହି ଭିଡିଓ ବା ଫଟୋଗୁଡିକୁ ଦ କ୍ଲାଉଡ ଓ ଗୁଗୁଲ ଫଟୋଜରେ ରଖିପାରିବେ ।

୪ – ଫୋନରେ କରନ୍ତୁ ଫ୍ୟାକ୍ଟ୍ରି ରିସେଟ୍ –

ଯଦି ସବୁ ଉପାୟ ବ୍ୟବହାର କଲା ପରେ ସ୍ମାର୍ଟଫୋନଟି ହ୍ୟାଙ୍ଗ ହେବାର ସମସ୍ୟା ଲାଗିରହୁଛି । ତାହେଲେ ଫ୍ୟାକ୍ଟ୍ରି ରିସେଟ୍ କରିଦିଅନ୍ତୁ । ସ୍ମାର୍ଟଫୋନରେ ଫ୍ୟାକ୍ଟ୍ରିରିସେଟର ଅପସନ୍ ରହିଛି । ସ୍ମାର୍ଟଫୋନର ମେମୋରୀ ବଢାଇବା ପାଇଁ ଏହା ଶେଷ ରାସ୍ତା । କିନ୍ତୁ ଏହା ମନେ ରଖିଥିବେ ଫୋନଟିକୁ ଫ୍ୟାକ୍ଟ୍ରି ରିସେଟ କରିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଏପ୍ସଗୁଡିକର ବ୍ୟାକଅପ୍ କରିନେବେ । କାହିଁକି ନା ଫ୍ୟାକ୍ଟ୍ରି ରିସେଟରେ ସ୍ମାର୍ଟଫୋନର ସବୁ ଡେଟା ଡିଲିଟ୍ ହୋଇଯାଏ ।