ଓଜନ ବଢ଼ିବାକୁ ନେଇ ଚିନ୍ତିତ ଅଛନ୍ତି କି ! ଆପଣାନ୍ତୁ କିଛି ସରଳ ଉପାୟ, ଆପଣାଛାଏଁ କମିଯିବ ଓଜନ

220

ଓଜନ ବୃଦ୍ଧିକୁ ନେଇ ଆଜିକାଲି ଲୋକମାନେ ଅଧିକ ଚିନ୍ତିତ ରହୁଛନ୍ତି । ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଲୋକାମାନେ ବାରମ୍ବାର ଡାକ୍ତରଙ୍କ ପାଖକୁ ଦୌଡୁଛନ୍ତି । ଲଣ୍ଡନର ଏକ ବିଶ୍ୱବିଦ୍ୟାଳୟର  ଗବେଷଣା ଅନୁଯାୟୀ, ଶରୀରର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତମ ମେଟାବେଲିକ ରେଟ ଆବଶ୍ୟକ । ଏହା ଶରୀରର ମୋଟାପଣଳୁ ଜମା ହେବାକୁ ଦେଇନଥାଏ । ତେବେ ଉତ୍ତମ ମେଟାବେଲିକ ରେଟ ପାଇଁ ସକାଳୁ ନିୟମିତ ଭାବେ ବ୍ୟାୟାମ କରିବା ସହ ଖାଇବା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହୋଇଥାଏ । ତେବେ ଜାଣିଛନ୍ତି କି କେଉଁ କେଉଁ ଉପାୟ ଅବଲମ୍ବନ କରିବା ଦ୍ୱାରା ଶରୀରର ମୋଟାପଣ କମିଥାଏ ।

glass-of-water• ସକାଳୁ ଉଠିବା ପରେ ପ୍ରଥମେ କିଛି ଖାଇବା ପୂର୍ବରୁ ଖାଲି ପେଟରେ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇବା ଉଚିତ୍ । ଏହା ଦ୍ୱାରା ଶରୀର ଭିତରେ ଥିବା ଦୂଷିତ ପଦାର୍ଥ ବାହାରି ଯାଇଥାଏ । ତା ସହିତ ମୋଟାପଣ କମାଇବାରେ ଏହା ସହାୟକ ହୋଇଥାଏ ।

• ସକାଳେ ସମସ୍ତେ ବ୍ୟାୟାମ କରିଥାନ୍ତି । ତେବେ ଯଦି ଆପଣ ପ୍ରତିଦିନ ସକାଳୁ ଉଠିବା ପରେ ୧୫ରୁ ୨୦ ମିନିଟ୍ ଠିଆ ହୁଅନ୍ତି ତେବେ ଏହା ସ୍ୱାସ୍ଥ୍ୟ ପ୍ରତି ବେଶ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଶରୀର ମଧ୍ୟରେ ମେଟାବେଲଜିମର ମାତ୍ରା ବଢ଼ିଥାଏ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

• ପ୍ରତିଦିନ ସକାଳୁ ୩୦ ମିନିଟ ଚାଲିବା କିମ୍ବା ବ୍ୟାୟାମ କରିବା ଶରୀର ପାଇଁ ବେଶ ଫଳପ୍ରଦ ହୋଇଥାଏ । ଏଭଳି କରିବା ଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ । ତା ସହିତ ଏଭଳି ବ୍ୟାୟାମ କରିବା ଦ୍ୱାରା ଶରୀର ଫୂର୍ତ୍ତି ରହିଥାଏ ।

• ପ୍ରତିଦିନ ସକାଳୁ ବ୍ୟାୟାମ କରିବା ପରେ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ପିଇବା ଆବଶ୍ୟକ । ଏହା ହଜମକ୍ରିୟାକୁ ତ୍ୱରାନିତ୍ୱ କରିଥାଏ । ତା ସହିତ ହଜମ ଠିକ୍ ଭାବରେ ହୋଇଥାଏ । ସକାଳୁ ସକାଳୁ ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର ହୋଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ମୋଟାପଣ ଆଦୌ ରହି ନଥାଏ । ତେବେ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

green tea ସକାଳୁ ଚାହା ପିଇବା ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ । ତା ଛଡା ଅନେକ ଲୋକ ବାହାରେ କ୍ଷୀରରେ ପ୍ରସ୍ତୁତ ହେଉଥିବା ଚାହା ପିଇଥାନ୍ତି । ଯଦି ଚାହା ପିଇବା ଅଭ୍ୟାସ ଆପଣଙ୍କର ଅଛି ତେବେ କ୍ଷୀର ଚାହା ବଦଳରେ ହର୍ବାଲ ଟି କିମ୍ବା ଗ୍ରୀନ ଟି ପିଇବା ଅଭ୍ୟାସ କରନ୍ତୁ । ଏହି ଚାହାରେ ଥିବା ଆଣ୍ଟିଅକ୍ସିଡେଣ୍ଟସ ଶରୀରରେ ମୋଟାପଣକୁ ହ୍ରାସ କରିଥାଏ । ତା ଛଡା ଏହା ଶରୀରରେ ଫ୍ୟାଟ ଅଂଶକୁ ନଷ୍ଟ କରିବା ସହ ଜଳାଇ ଦେଇଥାଏ ।

• ପ୍ରତିଦିନ ସକାଳେ ଉଠିବା ପରେ ୧୦ ମିନିଟ ଯୋଗ କିମ୍ବା ଧ୍ୟାନ କରିବା ଆବଶ୍ୟକ । ଏହା ଶରୀର ଓ ମନ ମଧ୍ୟରୁ ସମସ୍ତ କ୍ଲାନ୍ତି ଓ ବିଷାଦ ଦୂର କରିବା ସହ ଓଜନ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସାହାଯ୍ୟ କରିଥାଏ ।

• ଏସବୁ ବାଦ୍ ସକାଳ ଖାଇବା ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ । ପ୍ରାତଃଭୋଜନରେ ପେଟପୂରା ଖାଇବା ଆବଶ୍ୟକ । ପ୍ରତିଦିନ ସକାଳ ଖାଇବାର ଏକ ତାଲିକା ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ସକାଳେ ଅଣ୍ଡା, କ୍ଷୀର, ବିନସ୍, ଚିନାବାଦାମ, ପନୀର ଭଳି ସୁକ୍ଷ୍ମ ଖାଦ୍ୟ ଖାଇବା ଆବଶ୍ୟକ । ଏହିସବୁ ଖାଦ୍ୟରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥାଏ । ତା ଛଡା ଏହି ସବୁ ଖାଦ୍ୟ ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ।