ଚଳନ୍ତା ଟ୍ରେନରୁ ଫୋନ କିମ୍ବା କୌଣସି ଦାମୀ ଜିନିଷ ତଳେ ପଡିଗଲେ ତୁରନ୍ତ କରନ୍ତୁ ଏହି ଗୋଟିଏ କାମ । ହଜିଲା ଜିନିଷକୁ ଖୋଜି ଆଣିଦେବ ରେଳ ମନ୍ତ୍ରାଳୟ

41

ଅଧିକାଂଶ ସମୟରେ ଏଭଳି ହୋଇଥାଏ କି, ଅସାବଧାନତା କାରଣରୁ ଲୋକଙ୍କର ମୋବାଇଲ କିମ୍ବା କୌଣସି ଦାମୀ ଜିନିଷ ଚଳନ୍ତା ଟ୍ରେନରୁ ଖସି ପଡିଥାଏ । ଏହାପରେ ଲୋକେ ଚିନ୍ତାରେ ପଡିଯାଆନ୍ତି କି, ହଜି ଯାଇଥିବା ଜିନିଷକୁ ସେ ପାଇବେ ବା କିଭଳି ? ଏପରିକି ତ କିଛି ଲୋକ ହଜି ଯାଇଥିବା ବା ଖସି ପଡିଥିବା ଜିନିଷକୁ ପୁଣି ଥରେ ପାଇବାର ଆଶା ମଧ୍ୟ ଛାଡି ଦେଇଥାନ୍ତି । ହେଲେ ଏବେ ଆଉ ଏହାକୁ ନେଇ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏବେ ଆପଣ ଭାବୁଥିବେ କି ଏଭଳି ପରିସ୍ଥିତିରେ ଟ୍ରେନର ଚେନ ଟାଣି, ଆପଣ ଆପଣଙ୍କ ଜିନିଷକୁ ଆଣିପାରିବେ , ହେଲେ ଏପରି ଆଦୌ କରିବେ ନାହିଁ, କାହିଁକି ନା ଏପରି କରିବା ଦଣ୍ଡନୀୟ ଅପରାଧ ଅଟେ ।

ଯଦି ଆପଣଙ୍କ ମୋବାଇଲ ଚଳନ୍ତା ଟ୍ରେନରୁ ଖସି ପଡେ ଏବଂ କୌଣସି ଶୁନଶାନ ଜାଗାରେ ପଡିଥାଏ ତେବେ ତାହା ମିଳିବା ପ୍ରାୟତଃ ୯୦ ପ୍ରତିଶତ ସୁନିଶ୍ଚିତ । ଏଥିପାଇଁ ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ କି , ମୋବାଇଲ ହାତରୁ ଖସି ପଡିବା କ୍ଷଣି, ମୋବାଇଲ କେଉଁଠି ପଡିଲା ତାକୁ ନ ଅନାଇ ବରଂ ସାମ୍ନାରେ ଥିବା ଇଲେକ୍ଟ୍ରିକ ପୋଲ ଉପରେ ଲେଖାଯାଇଥିବା ନମ୍ବରକୁ ମାର୍କ କରନ୍ତୁ । ଯାହାଦ୍ୱାରା ଆପଣ ଆରବିଏଫର ହେଲ୍ପଲାଇନ ନମ୍ବରରେ କଲ କରି, ତାଙ୍କୁ ଜଣାଇବାକୁ ପାରିବେ କି ଆପଣଙ୍କ ମୋବାଇଲ ଫୋନଟି କେତେ ନମ୍ବର ଇଲେକ୍ଟ୍ରିକ୍ ପୋଲ ନିକଟରେ ପଡିଛି । ଏହାପରେ ଆରପିଏଫ ଆପଣଙ୍କ ମୋବାଇଲ ଖୋଜି ଦେବ ।

ଆପଣ ଉକ୍ତ ଷ୍ଟେସନକୁ ଯାଇ ତାଙ୍କୁ ନିଜ ପରିଚୟ ଦେଖାଇ ନିଜର ହଜିଯାଇଥିବା ମୋବାଇଲକୁ କଲେକ୍ଟ କରିପାରିବେ । ଦକ୍ଷିଣୀ ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଛୋଟ ଛୋଟ ମାମଲାରେ ଯାତ୍ରୀମାନେ ଗାଡିର ଚେନ ଟାଣିବା ଉଚିତ ନୁହେଁ । ଯଦି କୌଣସି ସେଭଳି ସମସ୍ୟା ଉପୁଜେ ତେବେ ଏନେଇ ପ୍ରଥମେ ଟିଟିଇ, ଆରପିଏଫ କିମ୍ବା କୋଚ ଆଟେଣ୍ଡାଂଟ ସହ ଯୋଗାଯୋଗ କରିପାରିବେ ।

ତେବେ ରେଲୱେ ପ୍ରୋଟେକ୍ସନ ଫୋର୍ସ ତଥା ଆରପିଏଫର ଅଲ ଇଣ୍ଡିଆ ସିକ୍ୟୁରିଟି ହେଲ୍ପଲାଇନ ନମ୍ବର ହେଲା ୧୮୨ । ଏହି ନମ୍ବର ଆପଣ କୌଣସି ବି ସମୟରେ ଆଉ କୌଣସି ବି ସମସ୍ୟାରେ ଫୋନ କରି ଅବଗତ କରାଇପାରିବେ । ଆଉ ଆପଣଙ୍କ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।