କେହି ଆପଣଙ୍କ ନାଁରେ ମିଛ FIR ଦାଖଲ କଲେ, ସେଥିରୁ ରକ୍ଷାପାଇବେ କିପରି ଜାଣନ୍ତୁ ?

78

ଅନେକ ଥର ମିଛ FIR ଦାଖଲ ଯୋଗୁଁ ଲୋକଙ୍କୁ ବେକାରରେ ହିଁ ଥାନାକୁ ଦୌଡ଼ିବା ପାଇଁ ପଡ଼େ । ଆଉ ଏପରି ଘଟଣା ଘଟିବା ଆଜିକା ସମୟରେ କିଛି ବଡ଼ କଥା ନୁହେଁ । କାରଣ ଆଜିକାଲି ପ୍ରାୟ ଏପରି ଘଟଣାମାନ ସାମ୍ନାକୁ ଆସୁଛି । ତେବେ ଆପଣଙ୍କ ନାଁରେ ମଧ୍ୟ ଯଦି କେହି ମିଛ FIR ଦାଖଲ କରେ, ତେବେ କ’ଣ କରିବେ କେବେ ଚିନ୍ତା କରିଛନ୍ତି କି ? ଏପରିସ୍ଥଳେ ଆପଣ ମିଛି FIRକୁ ଚ୍ୟାଲେଞ୍ଜ କରିପାରିବେ । ଆପଣଙ୍କ ଦଲିଲ ଯଦି ଠିକ ହୁଏ, ତେବେ ହାଇକୋର୍ଟ ଜରିଆରେ ଆପଣ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇପ ପାରିବେ । ହାଇକୋର୍ଟର ଜଣେ ବରିଷ୍ଠ ଆନଇଜୀବୀ ଏନେଇ କିଛି ତଥ୍ୟ ପ୍ରଦାନ କରିଛନ୍ତି । ଭାରତୀୟ ଦଂଣ୍ଡ ସହିତ ଧାରା ୪୮୨ ଅନୁସାରେ ଏହି ପ୍ରକାର ମାମଲକୁ ଚ୍ୟାଲେଞ୍ଜ କରାଯାଇପାରିବ । କୋର୍ଟ ଆପଣଙ୍କ ଦଲିଲିକୁ ସତ୍ୟ ପ୍ରମାଣିତ କଲେ ଆପଣ ନିର୍ଦ୍ଦୋଶରେ ଖଲାସ ହୋଇପାରିବେ ।

କ’ଣ ଏହି ୪୮୨ ଧାରା ?
କେହି ଆପଣଙ୍କ ବିରୋଧରେ ମିଛି FIR  ଦାଏର କଲେ, ଆପଣ ୪୮୨ ଧାରାକୁ ବ୍ୟବହାର କରିପାରିବେ । ଏହି ଧାରା ମାଧ୍ୟମରେ ହାଇକୋର୍ଟରେ ନିବେଦନ କରିପାରିବ । ଏହି ପତ୍ର ସାହାଯ୍ୟରେ ଆପଣ ନିଜକୁ ନିର୍ଦ୍ଦୋଶ ସାବ୍ୟସ୍ତ କରିପାରିବେ । ଆପଣ ଭିଡ଼ିଓ ରେକର୍ଡ଼ିଂ, ଅଡ଼ିଓ ରେକର୍ଡ଼ିଂ, ଫଟୋଗ୍ରାଫ ଓ ଡକ୍ୟୁମେଂଟ ଆଦି ସହ ଆଦବେନ ପତ୍ରରେ ସହ ଯୋଡ଼ି କୋର୍ଟରେ ପ୍ରଦାନ କରିରିବେ । ଏପରି କିରବା ଦ୍ୱାରା ଆପଣ ନିର୍ଦ୍ଦୋଶ ସାବ୍ୟସ୍ତ ହେବାର ଅନେକ ସମ୍ଭାବନା ରହିଛି ।

police

ଚୋରି, ମାରଧର ଓ ଦୁଷ୍କର୍ମ ମାମଲାରେ ଷଡ଼ଯନ୍ତ୍ର କରି ଆପଣଙ୍କୁ କେହି ଫସାଇଥିଲେ, ତେବେ ଆପଣ ହାଇକୋର୍ଟେରେ ଅପିଲ କରିପାରିବେ । ହାଇକୋର୍ଟରେ କେସ୍ ଚାଲିବା ସମୟରେ ପୋଲିସ ଆପଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । କେବଳ ଏତିକି ନୁହେଁ ଯଦି ଆପଣଙ୍କ ବିରୋଧରେ ୱାରେଂଟ ଜାରି ହୋଇଥିଲେ ମଧ୍ୟ କେସ୍ ଚାଲିବା ସମୟରେ ପୋଲିସ ଆପଣଙ୍କୁ ଗିରଫ କରିପାରିବ ନାହିଁ ।

ଯଦି ଆପଣ ଏହି ଧାରା ଅନୁସାରେ ହାଇକୋର୍ଟରେ ଅପିଲ କରୁଛନ୍ତି, ତେବେ ପ୍ରଥମେ ଏକ ଫାଇଲ ପ୍ରସ୍ତୁତ କରନ୍ତୁ । ଏହି ଫାଇଲରେ ଏଫଆଇଆର କପି ସହ ପ୍ରମାଣ ଏକାଠି କରି ଯୋଡ଼ନ୍ତୁ । ଆପଣ ଓକିଲ ମାଧ୍ୟମରେ ପ୍ରମାଣପତ୍ର ପ୍ରସ୍ତୁତ କରିପାରିବେ । ଆପଣଙ୍କ ପକ୍ଷରୁ କେହି ସାକ୍ଷୀ ଥିଲେ, ତାଙ୍କୁ ମଧ୍ୟ କେସ ଚାଲୁଥିବା ସମୟରେ ଉପସ୍ଥାପନ କରିପାରିବେ ।