ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ହ୍ୟାକ୍ ହେବାରୁ କିଭଳି ବଞ୍ଚାଇବେ ! ଜାଣନ୍ତୁ ଆପଣଙ୍କର ୫ ଟି ଛୋଟ ଭୁଲ୍ ଯେଉଁଥିପାଇଁ ହ୍ୟାକ୍ ହୋଇଥାଏ ଆପଣଙ୍କ ଆକାଉଣ୍ଟ ।

139

ଆଜିର ଡିଜିଟାଲ୍ ଜମାନାରେ ସବୁ ଯୁବପିଢି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏମିତି କି ଗୋଟିଏ ଦିନ ଖାଇବା ବନ୍ଦ କରିଦେେଏ ସବୁ ରହିଯିବେ କିନ୍ତୁ ସୋସିଆଲ୍ ମିଡିଆରେ ନ ଆସିଲେ ହେବ ନାହିଁ । ସବୁର ଅତ୍ୟଧିକ ବ୍ୟବହାର ଯେ ଖୁବ୍ ବିପଦଜନକ ହୋଇଥାଏ ତାହା ଆଜିର ଏ ସୋସିଆଲ୍ ମିଡିଆରୁ ଆପଣ ଜାଣିପାରୁଥିବେ । ଡାଟା ଲିକ୍ ,ହାକିଙ୍ଗ୍ ,ପାସୱାର୍ଡ କପି କିମ୍ବା ଥାର୍ଡପାର୍ଟି ସୋର୍ସ ଆଦିର ବିପଦ ଲାଗି ରହିଥାଏ ।
ସଦାବେଳେ ଆମେ ଶୁଣିଥାଉ କି ସୋସିଆଲ୍ ମିଡିଆରେ କାହାର ଆକାଉଣ୍ଟ ହାକ୍ ହୋଇଯାଇଛି । ତେବେ କିଭଳି ଏବଂ କେଉଁ କାରଣରୁ ହାକ୍ ହୁଏ ଆକାଉଣ୍ଟ । ଯଦି ଆପଣ ଏହା ଜାଣିନାହାନ୍ତି ତେବେ ଆପଣଙ୍କୁ କହିରଖୁଛୁ ୍ରଆପଣଙ୍କ ସାମାନ୍ୟ ଭୁଲ୍ ଯୋଗୁଁ ହିଁ ଆପଣଙ୍କ ଆକାଉଣ୍ଟ ହାକ୍ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏହିଭଳି ୫ ଟି ଭୁଲ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିପାଇଁ ଆପଣ ଆକାଉଣ୍ଟ୍ ହ୍ୟାକିଙ୍ଗ୍ ଭଳି ଅସୁବିଧାରେ ପଡିଥାନ୍ତି ।

ପାସୱାର୍ଡର ଅପ୍ସନ୍ ଅସୁବିଧାରେ ପକାଇପାରେ : ଆପଣ ଲକ୍ଷ୍ୟ କରିଥିବେ ଯେ ପ୍ରଥମଥର ଆପଣ ଯେତେବେଳେ କମ୍ପ୍ୟୁଟର କିମ୍ବା ଲାପଟପରେ ପ୍ରଥମଥର ପାଇଁ ଆକାଉଣ୍ଟ୍ ଲଗଇନ୍ କରନ୍ତି ସେତେବେଳେ ସିଷ୍ଟମ୍ ରେ ଆପଣଙ୍କୁ ରିମେମ୍ବର ପାସୱାର୍ଡର ଏକ ଅପ୍ସନ୍ ଆସିବ । ଜଲଦି ଜଲଦିରେ ଆମେ ଏହା ଉପରକୁ କ୍ଲିକ୍ ମଧ୍ୟ କରିଦେଉ ଯାହା କରିବା ଆଦୌ ଉଚିତ୍ ନୁହଁ । ଏହାଦ୍ୱାରା ଆପଣଙ୍କ ପାସୱାର୍ଡ ଏବଂ ୟୁଜରନେମ୍ ସିଷ୍ଟମରେ ସେଭ୍ ହୋଇଯାଏ ଏଭଳି ସ୍ଥିତିରେ ଯଦି ଆପଣ ଆକାଉଣ୍ଟକୁ ଲଗ୍ ଆଉଟ୍ କରିଦେଉଛନ୍ତି ତେବେ ବି ଆପଣଙ୍କ ସିଷ୍ଟମକୁ ଅନ୍ୟକେହି ଆକସେସ୍ କରିଥାନ୍ତି । ତାହା ରିମେମ୍ବର ପାସୱାର୍ଡରେ ଯାଇ ଆପଣଙ୍କ ପାସୱାର୍ଡ ଏବଂ ୟୁଜରନେମ୍ ଦୁଇଟି ଜାଣିପାରିବ ।

କ୍ଲିୟର୍ କରନ୍ତୁ ବ୍ରାଉଜର ହିଷ୍ଟ୍ରି : ଯେତେବେଳେ ବି ଆପଣ ବାହାରେ ଥାନ୍ତି ଅନ୍ୟର ସିଷ୍ଟମକୁ ୟୁଜ୍ କରନ୍ତି କିନ୍ତୁ ଏହି କଥାର ସର୍ବଦା ଧ୍ୟାନ ରଖନ୍ତୁ ସିଷ୍ଟମ୍ ବ୍ୟବହାର ପୂର୍ବରୁ ବ୍ରାଉଜର ହିଷ୍ଟ୍ରିକୁ କ୍ଲିୟର୍ କରନ୍ତୁ । ଏହାପରେ ଆପଣଙ୍କ ସମ୍ପୁର୍ଣ୍ଣ ବିବରଣୀ ସିଷ୍ଟମ୍ ରୁ ଡିଲିଟ୍ ହୋଇଯିବ ।

ଫୋନ୍ ବିକ୍ରି କରିବା କିମ୍ବା କାହାକୁ ଦେବା ସମୟରେ କରନ୍ତୁ ଫ୍ୟାକ୍ଟରି ରିସେଟ୍ : ଫୋନ୍ କାହାରିକୁ ଦେବା ସମୟରେ ଖାଳି ସିମ୍ ଏବଂ ମେମୋରୀ କାର୍ଡ କାଢିଦେବା ଯଥେଷ୍ଟ ନୁହଁ ବରଂ ଫୋନରୁ ସୋସିଆଲ୍ ମିଡିଆ ଆପ୍ କୁ ଡିଲିଟ୍ କରନ୍ତୁ ଏବଂ ସବୁ ଆକାଉଣ୍ଟକୁ ଲଗ୍ ଆଉଟ୍ କରନ୍ତୁ ଏବଂ ଫ୍ୟାକ୍ଟରି ରିସେଟ୍ କରି ହିଁ କାହାରିକୁ ଫୋନ୍ ଦିଅନ୍ତୁ । ଏଥିରେ ଆପଣଙ୍କ ଆକାଉଣ୍ଟ୍ ନିରାପଦ ରହିବ ।

ଅନନୋନ୍ ଲିଙ୍କ୍ ରେ କ୍ଲିକ୍ କରନ୍ତୁ ନାହିଁ : ଫେସବୁକ୍ ,ହ୍ୱାଟସଆପ୍ ଏବଂ ମେସେଞ୍ଜରରେ ଅନେକ ଗୁଡିଏ ଅନନୋନ୍ ଲିଙ୍କ୍ ଆସିଥାଏ ଏହାକୁ ଅଣଦେଖା କରନ୍ତୁ । ଏହାକୁ କ୍ଲିକ୍ କରିବା ଅର୍ଥ ହ୍ୟାକିଙ୍ଗ୍ ର ଶିକାର ହେବା ।

ତୃତୀୟପକ୍ଷକୁ ଦିଅନ୍ତୁ ନାହିଁ ପାସୱାର୍ଡ : ଯଦି କେହି ଥାର୍ଡ ପାର୍ଟି ରିସୋର୍ସ ଆପଣଙ୍କୁ ୟୁଜରନେମ୍ କିମ୍ବା ପାସୱାର୍ଡ ମାଗୁଛନ୍ତି ତେବେ ତାଙ୍କୁ ଅଣଦେଖା କରନ୍ତୁ । ଏହାଦ୍ୱାରା ମଧ୍ୟ ଆପଣଙ୍କ ଆକାଉଣ୍ଟ୍ ହ୍ୟାକ୍ ହେବାର ସମ୍ଭାବନା ଥାଏ ।