ଆପଣଙ୍କ ସ୍ମାର୍ଟଫୋନରୁ କେତେ ମାତ୍ରାରେ ନିର୍ଗତ ହୁଏ ଭୟଙ୍କର ବିକିରଣ ? ଏଥିରୁ ବଂଚିବାର ଉପାୟ କ’ଣ ?

145

ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଗୋଟିଏ ବି ଦିନ ସ୍ମାର୍ଟଫୋନ୍ ବିନା କଟିବା ଅସମ୍ଭବ ହୋଇପଡ଼ୁଛି । ସବୁ କାମ ସ୍ମାର୍ଟଫୋନ୍ ଜରିଆରେ ଅତି ସହଜରେ ହୋଇଯାଉଛି । ବିଜୁଳି ବିଲ ଠାରୁ ଆରମ୍ଭ କରି ଟଙ୍କା ପଠାଇବା ପର‌୍ୟ୍ୟନ୍ତ ସମସ୍ତ କାର‌୍ୟ୍ୟ ସ୍ମାର୍ଟଫୋନରେ ଗୋଟିଏ କ୍ଲିକରେ ହୋଇଯାଉଛି । ସ୍ମାର୍ଟଫୋନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଦିନର ୨୪ ଘଣ୍ଟା ମଧ୍ୟରୁ ପ୍ରାୟ ୨୨/୨୩ ଘଣ୍ଟା ସ୍ମାର୍ଟଫୋନ କିମ୍ବା ମୋବାଇଲ ଫୋନ ଆମ ପାଖେପାଖେ ଅର୍ଥାତ୍ ଆମ ହାତରେ, ପକେଟରେ ବା ତକିଆ ପାଖରେ ରହୁଛି । ତେବେ ପ୍ରତିଦିନ ଅଧିକ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କଲେ କ’ଣ କ’ଣ ଅସୁବିଧା ହୁଏ ବା ଭିବଷ୍ୟତରେ ହେବ ସେକଥା ବିଷୟରେ ମଧ୍ୟ ଅବଗତ ଥିବେ । ବ୍ୟକ୍ତିର ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର । ସ୍ମାର୍ଟଫୋନର ବ୍ୟବହାର ଦ୍ୱାରା ବ୍ୟକ୍ତି ଶରୀରର ମେଲାଟୋନିନ୍ ହର୍ମୋନ୍ ଲେବୁଲ୍ କମ୍ ହେବାକୁ ଲାଗେ,ଯାହାକି ତାହାଠାରେ ଅନିଦ୍ରା ଜନିତ ସମସ୍ୟାକୁ ଉପୁଜାଇଥାଏ ।

https://www.scrabbl.com

ପ୍ରକୃତ କଥା ହେଲା ଫୋନ ରେଡ଼ିଏସନକ ବହୁତ ଭୟଙ୍କର ହୋଇଥାଏ । ଏହି ରେଡ଼ିଏସନ ୟୁଜରଙ୍କ ମସ୍ତିସ୍କରେ ବହୁତ ପ୍ରଭାବ ପକାଇଥାଏ । ସ୍ମାର୍ଟଫୋନରୁ ନିର୍ଗତ ହେଉଥିବୋ ବିକିରଣ ପାଇଁ ଅନ୍ତର୍ଜାତୀୟ ମାନକ ପ୍ରସ୍ତୁତ କରାଯାଇଛି । ଆପଣଙ୍କ ସ୍ମାର୍ଟଫୋନରୁ କେତେ ବିକରଣ ହେଉଛି ଏହା ଆପଣ ବି ଜାଣିବା ଜରୁରୀ । ଆଜିକାଲି ଲଂଚ ହେଉଥିବା ସମସ୍ତ ସ୍ମାର୍ଟଫୋନ୍ ବକ୍ସ ଉପରେ ବାହାରୁଥିବା ରେଡ଼ିଏସନ୍ ବିଷୟରେ ଯାନ୍ତ୍ରିକ ଭାବେ ସୂଚନା ଦିଆଯାଏ ।

ମୋବାଇଲ ଫୋନ ବିକିରଣ ଆମ ଶରୀର ପାଇଁ ବେଶ କ୍ଷତିକାରକ । ସବୁବେଳେ ମୋବାଇଲ ଫୋନ ବ୍ୟବହାର କରାଯିବା ଦ୍ୱାରା ସାଧାରଣ ମୁଣ୍ଡବ୍ୟଥା, ସ୍ମରଣଶକ୍ତି ହ୍ରାସ, ଶୁକ୍ରାଣୁ ହ୍ରାସ ଠାରୁ ଆରମ୍ଭ କରି କ୍ୟାନସର, ଟ୍ୟୁମର ପରି ରୋଗ ହୋଇପାରେ । ଏପରିକି ଆମେ କାର ବା ବସରେ ଗଲାବେଳେ ମୋବାଇଲରୁ ସର୍ବାଧିକ ପରିମାଣରେ ବିକିରଣ ହୋଇଥାଏ । ଏଥିପାଇଁ ମୋବାଇଲକୁ ସାଇଲେଂଟ କିଲର କୁହାଯାଏ ।

ଆପଣଙ୍କ ଫୋନରୁ କେତେ ରେଡ଼ିଏସନ୍ ହେଉଛି କିପରି ଜାଣିବେ ?
ମୋବାଇଲରୁ ଯେଉଁ ରେଡ଼ିଏସନ୍ ନିର୍ଗତ ହୁଏ ତାକୁ Specific Absorption Rate  ବା SAR କୁହାଯାଏ । ଭାରତରେ SAR ୧.୬ ୱାଟ୍ ପ୍ରତି କିଲୋରୁ ଅଧିକ ହେବା କଥା ଉଚିତ ନୁହେଁ । ଯଦି ଏଥିରୁ ରେଡ଼ିଏସନ୍ ଅଧିକ ହୁଏ ତେବେ ତାହା ଶରୀର ପାଇଁ ହାନିକାରକ ହୋଇପାରେ । ଏଥିପାଇଁ ୟୁଜଙ୍କୁ ନିଜ ସ୍ମାର୍ଟଫୋନରେ *#07#  କୋଡ଼୍ ଡାଏଲ କରିବା ପାଇଁ ପଡ଼ିବ । ଏହି କୋଡ଼୍ ଡାଏଲ୍ କରି ଆପଣ ସ୍ମାର୍ଟଫୋନର ବିକିରଣ ବିଷୟରେ ଜାଣିପାରିବେ । ଧ୍ୟାନ ଦିଅନ୍ତୁ ଯଦି ଆପଣଙ୍କ ସ୍ମାର୍ଟଫୋର ଝଇଜ ୧.୬ ୱାଟ୍ ପ୍ରତି କିଲୋ ଠାରୁ ଅଧିକ ହୁଏ ତେବେ ଆପଣ ମୋବାଇଲ ଫୋନ୍ ତୁରନ୍ତ ବଦଳାଇ ନେବା ଜରୁରୀ ।

ତେବେ ଏଥିରୁ ବଂଚିବେ କିପରି ?
ଏଥିରୁ ବଂଚିବାକୁ ଚାହୁଁଥିଲେ କମରୁ କମ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତୁ । ଅଫିସ୍ କିମ୍ବା ଘରେ ଲ୍ୟାଣ୍ଡଲାନର ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ସାଙ୍ଗ ଫୋନ୍ ବ୍ୟବହାର କରୁଛନ୍ତି କିମ୍ବା ଫୋନରେ କଥା ହେଉଛନ୍ତି ତେବେ ତାଙ୍କ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ବସ୍, ଟ୍ରେନ୍, ପ୍ଲେନ୍ରେ ବସିଥିଲାବେଳେ ଫୋନ୍ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଫୋନରେ କେବେ ବି ଅଧିକ କଥା ହୁଅନ୍ତୁ ନାହିଁ ।

କେଉଁ ଫୋନରୁ କମ୍ ରେଡ଼ିଏସନ୍ ହୁଏ ?

ZTE Blade A910 ରୁ 0.27,

Samsung Galaxy S7 Edge ରୁ 0.26,

Samsung Galaxy S8+ ରୁ 0.26,

Google Pixel XL ରୁ 0.25,

Samsung Galaxy S6 Edge+ ରୁ 0.22,

Samsung Galaxy Note 8 ରୁ 0.17

Sony Xperia M5 ରୁ 0.14