ଏଟିଏମ୍ କାର୍ଡ ହ୍ୟାକ୍ ହେବାର ଡର ରହୁଛି କି ! କେମିତି କରିବେ ରକ୍ଷା . . ଜାଣନ୍ତୁ କିଛି ଉପାୟ

114

ପେମେଂଟ୍ କରିବା ପାଇଁ ଏହି କେଡିଟ୍ କାର୍ଡକୁ ଆମେ ସପିଙ୍ଗ୍ ମଲ୍ , ଅନଲାଇନ୍ ସପିଙ୍ଗ୍ ସମୟରେ କରିଥାଉ । ତେବେ ଅସାବଧାନତା କାରଣରୁ କୌଣସି ବ୍ୟକ୍ତିଙ୍କ ଡେବିଟ୍ କାର୍ଡର ଦୁରୁପଯୋଗ ହେବାର ଖବର ଆପଣ ଶୁଣୁଥିବେ । ଡେବିଟ୍ କାର୍ଡର ପିନ୍ ନମ୍ବର ହ୍ୟାକ୍ କରି କାର୍ଡର ଦୁରୁପଯୋଗ ହୋଇଥାଏ । ତେବେ ହ୍ୟାକ ହେବାରୁ ଡେବିଟ୍ କାର୍ଡକୁ କେମିତି ରକ୍ଷା କରିବେ ଜାଣନ୍ତୁ ।

• ଯେବେ ବି ଆପଣ ନୂଆ ଏଟିଏମ୍ କିମ୍ବା ଡେବିଟ୍ କାର୍ଡ ପାଇଁ ଆବେଦନ କରୁଛନ୍ତି ତାହେଲେ ନିଜର ନୂଆ ଏବଂ ବର୍ତ୍ତମାନ ଠିକଣା ଦିଅନ୍ତୁ । ଫଳରେ କାର୍ଡ ଅନ୍ୟ ସ୍ଥାନକୁ ନଯାଇ ସଠିକ୍ ଠିକଣାରେ ଆସିବ । କାର୍ଡ ପାଇବା ସଙ୍ଗେ ସଙ୍ଗେ ଏହା ପଛରେ ଦସ୍ତଖତ ବି କରିନିଅନ୍ତୁ ।

• ବହୁତ ବର୍ଷ ଧରି ଚାଲୁଥିବା ଏଟିଏମର ପିନ୍ ନମ୍ବର ପୁରୁଣା ହୋଇଯାଇଥାଏ । ଯାହାକୁ ହ୍ୟାକ୍ କରିବା ସହଜ ହୋଇଥାଏ । ଯଦି ବି ହ୍ୟାକ୍ ନହୁଏ ଅନ୍ୟ କେହି ଏହାର ପିନ୍ ଜାଣି ଦୁରୁପଯୋଗ କରିପାରେ । ତେଣୁ ସମୟ ସମୟରେ ଡେବିଟ୍ କାର୍ଡର ପିନ୍ ନମ୍ବର ବଦଳାଇବା ଉଚିତ୍ ।

• ଅନେକ ସମୟରେ ଆପଣଙ୍କ ମେଲକୁ କିଛି ଅଫର୍ ସହ ଏକ ପପ୍ ଅପ୍ ଦେଖାଯାଇଥାଏ । ଯାହାକୁ ଦେଖି ଆପଣ ଆକର୍ଷିତ ହୋଇ ସେଥିରେ ପଞ୍ଜୀକରଣ କରିଦେଇଥାନ୍ତି । ଏହା ଭିତରେ ଆପଣଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ଯେମିତି କି ଆକାଉଂଟ୍ ନମ୍ବର ଏବଂ ଏଟିଏମ୍ ପିନ୍ ନମ୍ବର ମଗାଯାଇଥାଏ । ତେବେ ଏଥିରୁ ନିବୃତ୍ତ ରୁହନ୍ତୁ ।
• ସମୟ ସମୟରେ ନିଜ ଆକାଉଂଟ୍ ସମ୍ବନ୍ଧିତ ଷ୍ଟେଟମେଟ୍ ଚେକ୍ କରନ୍ତୁ । କାରଣ ଯଦି କିଛି ଅନ୍ ଅଥରାଇଜ୍ଡ ଟ୍ରାନଜାକ୍ସନ୍ ହୋଇଥିବ ତେବେ ଜଣା ପଡିଯିବ । ଯଦି ଆପଣଙ୍କ ଏଟିଏମ୍ କାର୍ଡ ହଜିଯାଏ ତେବେ ତୁରନ୍ତ ବ୍ୟାଙ୍କକୁ ଫୋନ୍ ଜଣାନ୍ତୁ ।

• ଅନେକ ଲୋକ ପିନ୍ ନମ୍ବର ଭୁଲି ଯାଆନ୍ତି । ତେଣୁ କାର୍ଡ ଉପରେ କିମ୍ବା କୌଣସି ପେପରରେ ନମ୍ବରଟିକୁ ଲେଖି ରଖି ଦେଇଥାନ୍ତି । ତେବେ ଏଭଳି ଭୁଲ୍ କରନ୍ତୁ ନାହିଁ ।

• ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେଉଁ ମୋବାଇଲ୍ ନମ୍ବର ବ୍ୟାଙ୍କରେ ପଞ୍ଜୀକରଣ କରିଛନ୍ତି ତାକୁ ସର୍ବଦା ଚାଲୁ ରଖନ୍ତୁ । ଫଳରେ ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ଏଟିଏମ୍ କାର୍ଡ ବ୍ୟବହାର କରେ ତେବେ ତୁରନ୍ତ ଆପଣଙ୍କୁ ମେସେଜ୍ ଆସିଯିବ ।