ଆତଙ୍କ ଖେଳାଉଛି ଡେଙ୍ଗୁ ! ଏହି ସାଂଘାତିକ ରୋଗରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର ।

86

ସଂପ୍ରତି ଦେଶର ଅନେକ ସ୍ଥାନରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି । କାରଣ, ଅନେକ କ୍ଷେତ୍ରରେ ଡେଙ୍ଗୁ ଏବେ ରୋଗୀ ପାଇଁ ମୃତ୍ୟର କାରଣ ପାଲଟୁଛି । ତେବେ, ଆମେ ଯଦି ଆମ ନିଜ ପ୍ରତି ଯତ୍ନଶୀଳ ହେବା ତେବେ ଆମେ ନିଜକୁ ଡେଙ୍ଗୁ କବଳରୁ ରକ୍ଷା କରିପାରିବା । ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଏପରି କିଛି ସରଳ ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାର ଉପଯୋଗ କରି ଆପଣ ମଧ୍ୟ ଡେଙ୍ଗୁ କବଳରୁ ନିଜକୁ ରକ୍ଷା କରିପାରିବେ ।

୧- ଧାନ ଗଛ: ସାଧାରଣତଃ ଧାନ ଗଛରେ ରକ୍ତ କୋଷିକା ଗୁଡ଼ିକୁ ଉତ୍ତେଜିତ କରି ଶରୀରର ରକ୍ତ ପ୍ଲେଟ୍ଲେଟ୍ ବଢ଼ାଇବାର କ୍ଷମତା ରହିଥାଏ । ତେବେ, ଆପଣ ଧାନ ଗଛର ପତ୍ରରେ ଚା’କରି ପିଇ ପାରିବେ ଅବା ଏହାକୁ ସିଧା ସଳଖ ମଧ୍ୟ ଖାଇପାରିବେ ।

୨- ଗୋଲ୍ଡନସିଲ୍: ଡେଙ୍ଗୁ ରୋଗ ପାଇଁ ହୋମିଓପ୍ୟାଥିକ୍ ଚିକିତ୍ସକମାନେ ଗୋଲ୍ଡେନସିଲକୁ ଏକ ଅତ୍ୟନ୍ତ ଫଳପ୍ରଦ ଔଷଧ ବୋଲି ବିବେଚନା କରିଥାନ୍ତି । ଏହା ଥଣ୍ଡା ଲାଗିବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା ଇତ୍ୟାଦି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ । ଏଥି ସହିତ ଏହାର ଆଣ୍ଟିଭାଇରାଲ୍ କ୍ଷମତା ଡ଼େଙ୍ଗୁ ଜନିତ ଜ୍ୱରକୁ ଚିକିତ୍ସା କରିବାରେ ସହାୟକ ହୋଇଥାଏ ।

୩- ପାଣି: ଡ଼େଙ୍ଗୁ ଜ୍ୱର ସମୟରେ ଶରୀରକୁ ହାଇଡ୍ରେଟେଡ଼୍ ରଖିବା ପାଇଁ ହେଲେ ପ୍ରଚୁର ପରିମାଣରେ ପାଣି ପିଇବାକୁ ହେବ ।

୪- ଲିମ୍ବପତ୍ର: ଲିମ୍ବପତ୍ରକୁ ବିଭିନ୍ନ ରୋଗର ଚିକିତ୍ସା ଲାଗି ବ୍ୟବହାର କରାଯାଇଥାଏ । ଡେଙ୍ଗୁ ରୋଗ କ୍ଷେତ୍ରରେ ମଧ୍ୟ ଲିମ୍ବ ପତ୍ରକୁ ବାଟି ଏହାର ପାଣିକୁ ପିଅନ୍ତୁ । ଯାହା ରକ୍ତ ସଂଚାଳନର ଗତିକୁ ଦ୍ରୁତ ଗତିରେ ବଢ଼ାଇବା ସହ ଶ୍ୱେତ ରକ୍ତକଣିକାକୁ ମଧ୍ୟ ବଢ଼ାଇ ଦେଇଥାଏ । ଏବେ ଲିମ୍ବପତ୍ରର ବଟିକା ବି ବଜାରରେ ଉପଲବ୍ଧ ହେଉଛି ।

୫- ଅମୃତଭଣ୍ଡା ପତ୍ରର ରସ: ଅମୃତଭଣ୍ଡା ପତ୍ରରେ ସାଧାରଣତଃ ପୋଷକ ତତ୍ୱ ଏବଂ କାର୍ବୋନିକର ମିଶ୍ରଣ ରହିଥିବାରୁ ଏହା ଡ଼େଙ୍ଗୁ ଜ୍ୱରରୁ ମୁକ୍ତି କରାଇବାରେ ସାହାଯ୍ୟ କରିଥାଏ ।

୬- କମଳା ରସ: କମଳାରେ ସାଧାରଣତଃ ଆଣ୍ଟିଅକ୍ସିଡ଼େଣ୍ଟ୍ ଏବଂ ଭିଟାମିନ୍ ରହିଥାଏ । ଡ଼େଙ୍ଗୁଜ୍ୱରର ନିରାକରଣ ପାଇଁ ଏହା ବିଶେଷ ରୂପରେ ଫଳପ୍ରଦ ଅଟେ ।

୭- ମେଥି: ମେଥିର ପତ୍ର ମଧ୍ୟ ଡ଼େଙ୍ଗୁ ରୋଗ ପାଇଁ ମହୋଷଧି ଭଳି କାର‌୍ୟ୍ୟ କରିଥାଏ ।

୮- ତୁଳସୀ ପତ୍ର: ତୁଳସୀ ପତ୍ରକୁ ଚୋବାଇଲେ ମଧ୍ୟ ବ୍ୟକ୍ତିର ଇମ୍ୟୁନିଟି ସିଷ୍ଟମ୍ ମଜଭୁତ୍ ହୁଏ । ଯାହା ଡ଼େଙ୍ଗୁ ଜ୍ୱର ଲାଗି ଆୟୁର୍ବେଦ ଔଷଧ ଭଳି କାର୍ଯ୍ୟ କରିଥାଏ ।