ଭୂମିକମ୍ପ ସମୟରେ ଡରିବା ପରିବର୍ତ୍ତେ ସର୍ବପ୍ରଥମେ କରନ୍ତୁ ଏହି କାମ ! ଜୀବନ ବଞ୍ଚିଯିବ ।

50

ଅଚାନକ ଆସେ ଭୂମିକମ୍ପ । ଭୂମିକମ୍ପ ଏକ ପ୍ରକୃତିକ ଦୁର୍ବିପାକ । ପୃଥିବୀ ପୃଷ୍ଠରୁ ହଠାତ ବହୁତ ପରିମାଣରେ ଶକ୍ତି ନିର୍ଗତ ହେବା ଯୋଗୁଁ ଭୂକମ୍ପୀୟ ତରଙ୍ଗ ସୃଷ୍ଟି କରେ । ଭୂପୃଷ୍ଠ ଭିତରେ ଥିବା ଶିଳାସ୍ତରରେ ଥିବା ତୃଟି ସ୍ଥଳ ଭାଙ୍ଗିଯିବା ଯୋଗୁ ସାଧାରଣତଃ ଭୂମିକମ୍ପ ହୁଏ । ସେଠାରେ ଥିବା ଦୁଇଟି ଶିଳା ବା ପ୍ଲେଟ ପରଷ୍ପର ସହ ଘସି ହୋଇ ସାମାନ୍ୟ ଲାଖିଯାଆନ୍ତି । ସେଗୁଡ଼ିକ ପରଷ୍ପରକୁ ଠେଲୁଥାଆନ୍ତି । ବେଳେ ବେଳେ ଚାପ ଅତ୍ୟଧିକ ହେଲେ ସେଗୁଡ଼ିକ ଭାଙ୍ଗିଯାଏ ଓ ଭୂମିକମ୍ପ ହୁଏ । ତେବେ ଭୂମିକମ୍ପର ତୀବ୍ରତା ଅଧିକ ଥିଲେ ଅନେକ ଜୀବନ ଯିବା ସହ ଅନେକ କ୍ଷୟକ୍ଷତି ହୁଏ । ଅନ୍ୟପଟେ ତୀବତା କମିଗଲେ ଆଶଙ୍କା ଓ ଭୟ ଦୂର ହୋଇଯାଏ । କିନ୍ତୁ ଏଭଳି କିଛି ଅଂଚଳ ରହିଛି ଯେଉଁ ଗୁଡ଼ିକ ଭୂମିକମ୍ପର ଏକ କେନ୍ଦ୍ରବିନ୍ଦୁ ସାଜିଥାଏ ।

ଏହାର ପ୍ରଭାବ ସିଧାସଳଖ ସେହି ଅଂଚଳରେ ଥିବା ସହର ଉପରେ ପଡ଼ିଥାଏ । ଏହାର ଏକ ଉଦାହରଣ ହେଲା ଦିଲ୍ଲୀ । ଭୂମିକମ୍ପ କ୍ଷେତ୍ରର ଜୋନ ନମ୍ବର ୪ ରେ ଅବସ୍ଥିତ ରାଜଧାନୀ ଦିଲ୍ଲୀ । ଦେଶକୁ ଏହି ପରି ୪ଟି ଜୋନରେ ଆବଣ୍ଟିତି କରାଯାଇଛି । ଜୋନ ୪ ଅନ୍ତର୍ଗତ ଥିବାରୁ ଦିଲ୍ଲୀ ବଡ଼଼ ଝଟକା ସହିପାରିବ ନାହିଁ । ଏହାର ଅର୍ଥ ହେଲା ଦିଲ୍ଲୀରେ ବଡ଼ ଧରଣର ଭୂମିକମ୍ପ ହେଲେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ହିମାଳୟର ଅତି ନିକଟରେ ଅଛି ରାଜଧାନୀ ଦିଲ୍ଲୀ, ଯାହା ଭାରତ ଓ ୟୁରେଶିଆ ପରି ଟେକ୍ନୋଟିକ ପ୍ଲେଟର ମିଶି ତିଆରି ହୋଇଛି । ପୃଥିବୀ ଭିତରେ ଏହି ପ୍ଲେଟରେ ହେଉଥିବା ହଲଚଲ ଯୋଗୁଁ ଦିଲ୍ଲୀ , କାନପୁର ଓ ଲକ୍ଷ୍ନୌ ଅଂଚଳରେ ଭୂମିକମ୍ପର ଭୟ ଅଧିକ ଥାଏ । ତେବେ ହଠାତ ଭୂମିକମ୍ପ ଆସିଲେ କ’ଣ କରିବା ଉଚିତ୍ ଆସନ୍ତୁ ଜାଣିବା ।

• ଯଦି ଆପଣ କୌଣସି ବିଲଡିଙ୍ଗରେ ଅଛନ୍ତି ତେବେ ହଠାତ ସେଠାରେ ବସିଯାଆନ୍ତୁ ବା କୌଣସି ମଜବୁତ ଫର୍ଣ୍ଣିଚର ତଳକୁ ଚାଲିଯାଆନ୍ତୁ । ଯଦି ପାଖରେ ସେଭଳି କିଛି ଜିନିଷ ଉପଲବ୍ଧ ନାହିଁ, ତେବେ ନିଜ ଚେହେରାକୁ ହାତରେ ଘୋଡ଼ାଇ କୋଣର କୌଣସି ସ୍ଥାନରେ ବସିଯାଆନ୍ତୁ ।

• ଯଦି ବିଲଡିଙ୍ଗ ବାହାରେ ଅଛନ୍ତି ତେବେ ଖମ୍ବ,ଗଛ ଏବଂ ତାର ଠାରୁ ଦୂରେଇ ରୁହନ୍ତୁ ।

• ଯଦି କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତେବେ ସେହିଠାରେ ରହିଯାଆନ୍ତୁ ଏବଂ ତା ମଧ୍ୟରେ ବସି ରୁହନ୍ତୁ ।

• ଯଦି ଅଳିଆ ଆବର୍ଜନା ମଧ୍ୟରେ ଫସି ଯାଇଛନ୍ତି ତେବେ ଦିଆସିଲିର ବ୍ୟବହାର କରନ୍ତୁ ନାହିଁ ଏବଂ ହଲନ୍ତୁ ନାହିଁ ଓ ଧକ୍କା ମାରନ୍ତୁ ନାହିଁ ।

• ବିଲଡିଙ୍ଗ ମଧ୍ୟରେ ଫସି ଯାଇଥିଲେ କୌଣସି ପାଇପ କିମ୍ବା କାନ୍ଥକୁ ଧୀରେ ଧୀରେ ଛୁଅନ୍ତୁ,ଯାହା ଦ୍ୱାରା ସୁରକ୍ଷା କର୍ମୀ ଆପଣଙ୍କ ସ୍ଥିତି ବିଷୟରେ ଜାଣିପାରବେ ।

• ଯଦି ଆପଣଙ୍କ ନିକଟରେ କୌଣସି ସିଟି ଅଛି ତେବେ ବଜାନ୍ତୁ । ଯଦି କୌଣସି ମଧ୍ୟ ଉପାୟ ନାହିଁ ତେବେ ଜୋରରେ ପାଟି କରନ୍ତୁ । ଶବ୍ଦ କରିବା ଦ୍ୱାରା ଶ୍ୱାସରେ ଧୂଳି ଆଦି ଜମିପାରେ । ସର୍ବଦା ପାଖରେ ଦୁର୍ବିପାକ ସହାୟକ ଜିନିଷ ରଖନ୍ତୁ ।